ଲଣ୍ଡନ: ନିକଟରେ ଏକ ଇତିହାସ ସହ ଜଡ଼ିତ ସ୍ଥାନ ମିଳିଛି, ଯାହା ୧୧୪ ବର୍ଷର ପୁରୁଣା। ୧୮୮୦ ମସିହାରେ ଖୋଲାଯାଇଥିବା ଏକ ମେଡିକାଲ ଷ୍ଟୋର ୧୯୦୯ ମସିହା ପରେ ବନ୍ଦ ହୋଇଯାଇଥିଲା। ଏହାକୁ ବ୍ରିଟେନରେ ୱିଲିୟମ୍ ୱାଇଟ୍ ନାମକ ଜଣେ ବ୍ୟକ୍ତି ଚଲାଉଥିଲେ। ତାଙ୍କ ମୃତ୍ୟୁ ପରେ ଏହି ଷ୍ଟୋର ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଏବେ ସେହି ଦୋକାନର ତାଲା ଖୋଲାଯାଇଛି। ରିପୋର୍ଟ ମୁତାବକ, ଏହି ମେଡିକାଲ ଷ୍ଟୋରକୁ ୮୦ ବର୍ଷ ପୂର୍ବରୁ ସନ୍ଧାନ କରାଯାଇଥିଲା। ୱାଇଟ୍ଙ୍କ ନାତି ଏହି ଷ୍ଟୋର ବାବଦରେ ୧୯୮୭ରେ ଲୋକଙ୍କୁ କହିଥିଲେ। ଏବେ ଏହାକୁ ଲୋକେ ଦେଖିବା ପାଇଁ ଖୋଲାଯାଇଛି। ଏହି ସ୍ଥାନରେ ତରଳ ଔଷଧରେ ଭର୍ତ୍ତି ଜାର୍, ମାପଚୁପ କରାଯାଉଥିବା ସ୍କେଲ, ପୁରୁଣା ଟାଇପ୍ରାଇଟର ଭଳି ଅନେକ ଜିନିଷ ପଡ଼ି ରହିଛି। ଯେତେବେଳେ ୱାଇଟ୍ଙ୍କ ଘର ବିକ୍ରି ହେଉଥିଲା, ସେତେବେଳେ ଏହି ଅଜ୍ଞାତ ଷ୍ଟୋର ବାବଦରେ ଜଣାପଡ଼ିଲା। ୱାଇଟ୍ଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଏହି ଷ୍ଟୋରକୁ ବନ୍ଦ କରିଦେଇଥିଲେ। ଏକ ସଂସ୍ଥାକୁ ଯେତେବେଳେ ଏ ବାବଦରେ ଜଣାପଡ଼ିଲା, ସେତେବେଳେ ସେ ଏହି ଷ୍ଟୋରର ବୁଝାଶୁଝା କଲା। ଜଣେ ପ୍ରବକ୍ତା କହିଛନ୍ତି, ଷ୍ଟୋରରୁ ମିଳିଥିବା ସମସ୍ତ ଜିନିଷର ଯାଞ୍ଚ ପରେ ୱାଇଟ୍ ଜଣେ କେମିଷ୍ଟ ଥିବା ଜଣାପଡ଼ିଛି। ସେ ଗ୍ରୋସରି ଜିନିଷ ରଖିଥିଲେ। ଏଥିସହ ଚା’, ତମାଖୁ, ମଦ ଭଳି ଜିନିଷ ମଧ୍ୟ ରଖିଥିଲେ। ହେଲେ ଏବେ ଏହି ଜିନିଷକୁ ବିପଦପୂର୍ଣ୍ଣ ବୋଲି ଅନୁମାନ କରାଯାଇଛି। କାରଣ ବନ୍ଦ ବୋତଲରେ ଥିବା କେମିକାଲ ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ କ୍ଷତି କରିପାରେ। ଷ୍ଟୋରରୁ କିଛି ଜଡ଼ିବୁଟି ମଧ୍ୟ ମିଳିଛି। ଏହି ଷ୍ଟୋର ଖୋଲିବା ପରେ ଅନେକାଂଶରେ ଲୋକେ ଏହାକୁ ଦେଖିବାକୁ ଆସୁଛନ୍ତି।
ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି
ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...
୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…
ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...
ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…
ନୂଆଦିଲ୍ଲୀ,୨୨।୧୨: ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...
ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା
ବଲିଉଡ୍ ପରେ ଆଜିକାଲି ହଲିଉଡ୍ରେ ରାଜ୍ କରୁଛନ୍ତି ପିସି ଓରଫ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...
ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍
ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...
Moscow Bomb Blast: ଭ୍ଲାଦିମିର ପୁଟିନଙ୍କୁ ବଡ଼ ଝଟକା! ମସ୍କୋ କାର ବୋମା ବିସ୍ଫୋରଣରେ ରୁଷିଆ ଜେନେରାଲଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୨୨।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ବଡ଼ ଝଟକା ଲାଗିଛି। ଭ୍ଲାଦିମିର ପୁଟିନଙ୍କ ସେନାର ଅପରେସନାଲ୍ ଟ୍ରେନିଂ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ୍...
ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ
ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...
ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…
ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...
Archives


