Odisha Elections 2024

ଠେଙ୍ଗାପାଳିରେ ସୁରକ୍ଷା ଜଙ୍ଗଲକୁ ବିପଦ

ନୟାଗଡ଼,୨୨।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଦୁଡୁକିପାଜୁ  ଗାଁର ଆଦିବାସୀମାନେ ଠେଙ୍ଗାପାଳିରେ କରିଥିବା ଜଙ୍ଗଲ ସୁରକ୍ଷାକୁ ବିପଦ ମାଡି ଆସିଛି। ଦୁଡୁକିପାଜୁର ଗ୍ରାମ୍ୟ ଜଙ୍ଗଲ ପାଦଦେଶରେ ହୋଇଥିବା ଫଳଗଛକୁ ଉପାଡି ଦେଇ ଜଣେ ଲୋକ କୋର୍ଟରେ ମାମଲା କରିବା ପରେ ଜଙ୍ଗଲ ସୁରକ୍ଷାକାରୀଙ୍କ ଟେନସନ ବଢ଼ିଯାଇଛି। ଜଙ୍ଗଲକୁ କିପରି ସୁରକ୍ଷା ଦେବେ ସେନେଇ ଚିନ୍ତା ଘାରିଛି। ଏନେଇ ଦୁଡୁକିପାଜୁ ଜଙ୍ଗଲ ସୁରକ୍ଷା କମିଟି ସଭାପତି ପୀତାମ୍ବର ଜାନି କୁହନ୍ତି, ଆମ  ଗାଁ ଜଙ୍ଗଲ ପଦା ହୋଇ ଚାଲିଥିଲା। ଧୀରେ ଧୀରେ ଆମ ରୋଜଗାର କମିବାରେ ଲାଗିଲା। ଜଙ୍ଗଲକୁ ସୁରକ୍ଷା ଦେବାକୁ  ଗାଁରେ ସଭା ହେଲା। ଠେଙ୍ଗାପାଳି କରି ଜଙ୍ଗଲ ସୁରକ୍ଷା କରିବାକୁ ନିଷ୍ପତ୍ତି ହେଲା। ୨୦୧୯ରୁ ଦୁଡୁକିପାଜୁର ଆଦିବାସୀ ଏକାଠି ହୋଇ ଜଙ୍ଗଲ ଜଗିଲେ।  ଗାଁରେ ୨୭ ପରିବାରର ୧୨୧ ଲୋକ ବାସ କରନ୍ତି। ପାଳି କରି ଜଙ୍ଗଲ ଜଗାଗଲା। ଆଦିବାସୀଙ୍କ ଜଙ୍ଗଲ ସୁରକ୍ଷା ଦେଖି ଆଖପାଖ ଅଞ୍ଚଳ ଲୋକ ଆଉ ଜଙ୍ଗଲ ପଦା କଲେ ନାହିଁ। ଧୀରେ ଧୀରେ ଆମର ଲାଭ ହେଲା। ଜଙ୍ଗଲରୁ ଆମେ ପୂର୍ବ ପରି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଚଳିଲୁ। କିଛି ମାସ ତଳେ ଜଙ୍ଗଲ ପାଦଦେଶରେ ଆମ୍ବ, କୋଳି ପରି ବିଭିନ୍ନ ପ୍ରକାର ୨୦୦ ଫଳ ଗଛ ରୋପଣ କରିଥିଲୁ। ଗଛଗୁଡିକ ମଧ୍ୟ ଠିକ୍‌ରେ ବଢ଼ୁଥିଲା। ତେବେ ଜଣେ ବ୍ୟକ୍ତି ଆସି ୫୦ରୁ ଊର୍ଦ୍ଧ୍ୱ ଫଳ ଗଛ ଉପାଡି ଜମିକୁ ତା’ର ବୋଲି ଦାବି କଲେ। ଜଙ୍ଗଲ ଭିତରେ ବ୍ୟକ୍ତିଗତ ଜମି ନ ଥିବାରୁ କାଗଜାତ ଦେଖାଇବାକୁ କହିଥିଲୁ। ହେଲେ ସେ କାଗଜାତ ନ ଦେଖାଇ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ସରକାରୀ ଜମି ମୋର କହି ଜବରଦଖଲ କଲେ। ଏପରି କି ଆମ ଜଙ୍ଗଲ କମିଟି ବିରୋଧରେ କୋର୍ଟରେ ମାମଲା କରିଛନ୍ତି। ଆମେ ଜଙ୍ଗଲ ସହ ପ୍ରକୃତିର ସୁରକ୍ଷା କରିଛୁ। ହେଲେ ଆମକୁ ଅଯଥା ହଇରାଣ ହରକତ ନ କରିବାକୁ ଅନୁରୋଧ କରିଛୁ। ଜଙ୍ଗଲ କମିଟି ସମ୍ପାଦକ ମିନତୀ ଜାନି କୁହନ୍ତି, ଜଙ୍ଗଲ ଭିତରୁ ଫଳ ଗଛ ଉପାଡିବା ଠିକ୍‌ ନୁହେଁ। ଆଦିବାସୀ ଲୋକ ବୋଲିି ଧମକଚମକ ଦେଇ କୋର୍ଟରେ ମାମଲା କରିବା ମଧ୍ୟ ଠିକ୍‌ ନୁହେଁ। ଦୁଡୁକିପାଜୁ  ଗାଁର ପୁରୁଷ ଓ ମହିଳା ଆଦିବାସୀ ମିଳିତ ହୋଇ ଜଙ୍ଗଲ ସୁରକ୍ଷା ଦେଉଛନ୍ତି। ଜଙ୍ଗଲ ସୁରକ୍ଷା ଦେବା କ୍ଷେତ୍ରରେ ମହିଳା ଆଗରେ। କୋର୍ଟ କଚେରିର ଭୟ ଦେଖାଇଲେ ଆମେ ଜଙ୍ଗଲ ସୁରକ୍ଷାକୁ ଛାଡିବୁନି। ତେବେ ଜିଲାପାଳ ଓ ନୟାଗଡ଼ ଡିଏଫ୍‌ଓ ଆଦିବାସୀଙ୍କ ସମସ୍ୟାକୁ ବୁଝି ଏହାର ସମାଧାନ କରାଇବା ଦରକାର। ନଚେତ୍‌ ବହୁ କଷ୍ଟରେ ସୃଷ୍ଟି ହୋଇଥିବା ଠେଙ୍ଗାପାଳିରେ ଜଙ୍ଗଲ ଉଜୁଡି ଯିବ। ଜବରଦଖଲକାରୀ ପ୍ଲାନ କରି ଜଙ୍ଗଲ ଜମି ଜବରଦଖଲ କରି ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri