ଆଶ୍ରମ ସ୍କୁଲରେ ଅବ୍ୟବସ୍ଥା

ନୂଆଗାଁ,୨୨।୯(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଥିବା ଆଶ୍ରମ ବିଦ୍ୟାଳୟଗୁଡ଼ିକ ନାନା ଅନିୟମିତତାରେ ଚାଲିଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସମ୍ପୃକ୍ତ କର୍ମଚାରୀଙ୍କୁ ଅଧିକାରୀ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି।
ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କ ପାଠପଢ଼ା ନିମନ୍ତେ ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଆଶ୍ରମ ବିଦ୍ୟାଳୟ ଓ ହଷ୍ଟେଲ ପ୍ରତିଷ୍ଠା କରାଯାଇଛି। ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଓ ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରମାନଙ୍କୁ ପୋଷାକ, ପୁଷ୍ଟିକର ଖାଦ୍ୟ, ପୁସ୍ତକ ଆଦି ସରକାର ମାଗଣାରେ ଯୋଗାଇ ଦେଉଛନ୍ତି। ଏପରି କି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ସରକାର ଅନୁଦାନ ଦେଉଛନ୍ତି। ଛାତ୍ରୀଛାତ୍ରମାନଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତି ଆଦି କାର୍ଯ୍ୟକ୍ରମ କରିବା ପାଇଁ ସରକାର ଅନୁଦାନ ପ୍ରଦାନ କରୁଛନ୍ତି। କିନ୍ତୁ କେତେଜଣ ଅସାଧୁ ଶିକ୍ଷକ ଓ କର୍ମଚାରୀଙ୍କ ଯୋଗୁ ସେହି ସୁବିଧା ସୁଯୋଗ ପାଇବାରୁ ଛାତ୍ରୀଛାତ୍ର ବଞ୍ଚିତ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଛି।
ଆଶ୍ରମ ବିଦ୍ୟାଳୟଗୁଡିକରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଧୁମଧାମରେ ପାଳନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏହି କାର୍ଯ୍ୟକ୍ରମ ନିମନ୍ତେ ଟେଣ୍ଡର କରିବା ସହ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ସରକାର ୧୫ ହଜାର ଟଙ୍କା ପ୍ରଦାନ କରିଥାଆନ୍ତି। ସେଦିନ ସମସ୍ତ ଛାତ୍ରୀଛାତ୍ରଙ୍କୁ ଭୋଜିଭାତ ଦେବା ପାଇଁ ମୁଣ୍ଡ ପିଛା ୫୦ ଟଙ୍କା ଅନୁଦାନ ମିଳୁଛି। କିନ୍ତୁ ସେଥିରୁ ମାତ୍ର ଅଳ୍ପ କିଛି ଅର୍ଥରେ ସ୍କୁଲ ପରିସରରେ କାମଚଳା କାର୍ଯ୍ୟକ୍ରମ କରି ସବୁ ଅନୁଦାନ ଲୁଟିବାର ପ୍ରୟାସ କରାଯାଉଛି। ଏପରି କି ଛାତ୍ରୀଛାତ୍ରମାନଙ୍କ ପାଇଁ ଆସୁଥିବା ଅର୍ଥକୁ ଦାୟିତ୍ୱରେ ଥିବା ଶିକ୍ଷକ ଲୁଟୁଥିବା ଅଭିଯୋଗ ହେଉଛି। ଶୌଚାଳୟରେ ବ୍ଲିଚିଂ ପାଉଡର, ଫିନାଇଲ ଆଦି ବ୍ୟବହାର କରିବା ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହା କରାଯାଉନାହିଁ। ଏସବୁ ବିଭାଗୀୟ ଅଧିକାରୀ ଦେଖିବାର ନିୟମ ରହିଛି। ହେଲେ ଦାୟିତ୍ୱରେ ଥିବା ଶିକ୍ଷକ ଓ କର୍ମଚାରୀମାନେ ସେଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି।
ଗୁରୁବାର କାର୍ଯ୍ୟ ଦିବସରେ ଜାକେଡା ପଞ୍ଚାୟତରେ ଥିବା ବାଡିବାରି ଆଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ସ୍କୁଲକୁ ଆସି ଏଣେତେଣେ ବୁଲୁଥିଲେ। ଏହାର କାରଣ ମଧ୍ୟାହ୍ନ ୧୨ଟା ସୁଦ୍ଧା ଶିକ୍ଷକ ସ୍କୁଲକୁ ଆସି ନ ଥିଲେ। ନୂଆଗାଁ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ପଦବୀ ଖାଲିପଡିଛି। ଜିପିଓ ସାଧୁଚରଣ ସାହୁ ସେହି ଦାୟିତ୍ୱରେ ରହିଛନ୍ତି। ଏହି ସୁଯୋଗରେ ଜିପିଓ ସାହୁଙ୍କୁ ନ ଜଣାଇ କାମଚଳା କାର୍ଯ୍ୟ ଚାଲିଛି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ଶିକ୍ଷକଙ୍କ ସପକ୍ଷରେ ଯୁକ୍ତି ବାଢିଥିଲେ। ଏପରି କି ସେ ସ୍କୁଲ ପାଇଁ ବଜାର ସଉଦା କରୁଥିବେ ବୋଲି କହି ସଫେଇ ଦେଇଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ ନାୟକଙ୍କୁ ପଚାରିବା ପାଇଁ ତାଙ୍କୁ ଫୋନ୍‌ (ନଂ ୯୪୩୭୫୫୫୫୧୨) କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri