ଜାତୀୟ ପରିବାର ମଙ୍ଗଳ ଯୋଜନାରେ ବିପିଏଲ୍‌ କାର୍ଡ ବାଧକ

ବୈପାରିଗୁଡା,୨୮ା୮(କଳ୍ପତରୁ ମହାନ୍ତି): ପରିବାର ମଙ୍ଗଳ ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ରୋଜଗାରକ୍ଷମ ୬୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ଯଦି ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ ପରିବାର ମଙ୍ଗଳ ଯୋଜନାରେ ସମ୍ପୃକ୍ତ ପରିବାରକୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ବ୍ୟବସ୍ଥା ରହିଛି। ମାତ୍ର ଏଥିରେ ଏବେ ବିପିଏଲ୍‌ କାର୍ଡ ବାଧକ ସାଜିଛି।
ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଗରିବ, ଅସହାୟ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ଭତ୍ତା ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଥାଏ। ଏଥିପାଇଁ ଏସ୍‌ଏସ୍ପିଇଡି ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ରେ ଆବଦେନ କରାଯାଏ। ତେବେ ଉକ୍ତ ସହାୟତା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଆର୍ଥତ୍କ ଅବସ୍ଥାକୁ ଏକ ପ୍ରମୁଖ ମାନଦଣ୍ଡ ଭାବେ ବିବେଚନା କରାଯାଏ। ଅନଲାଇନ୍‌ରେ ଆବେଦନ ବେଳେ ବିପିଏଲ୍‌କାର୍ଡର ନମ୍ବର ସହ କାର୍ଡରେ ଉଲ୍ଲେଖ ଥିବା ହିତାଧିକାରୀଙ୍କ ପରିଚୟ ସହ ବିପିଏଲ୍‌ ନଂ. ଥିବା ପୃଷ୍ଠାକୁ ଅପଲୋଡ କରାଯାଏ। ତେବେ ଉଲ୍ଲେଖନୀୟ ବିଷୟ ଯେ, ଯେଉଁ ବିପିଏଲ୍‌କାର୍ଡ ଖୋଜା ହେଉଛି ତାହା ୧୯୯୭ ମସିହା ସର୍ଭେ ଅନୁଯାୟୀ ଧାର୍ଯ୍ୟ କରାଯାଇଥିଲା। ଯୋଗାଣ ବିଭାଗ ପକ୍ଷରୁ ସେତବେଳେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଙ୍କୁ ଏସବୁ କାର୍ଡ ପ୍ରଦାନ କରାଯାଇଥିଲା। ଉକ୍ତ ବିପିଏଲ୍‌ ତାଲିକାକୁ ଆଧାର କରି ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ନିରାକରଣ ଯୋଜନା ଯଥା, ସବ୍‌ସିଡି, ଲୋନ୍‌, ଆବାସଘର ପ୍ରଦାନ କରାଯାଉଥିଲା। ୧୯୯୭ ମସିହା ପରଠାରୁ ଏ ନେଇ କୌଣସି ସର୍ଭେ ହୋଇନାହିଁ। ୨୦୧୫ ପରଠାରୁ ଯୋଗାଣ ବିଭିଗ ପକ୍ଷରୁ ନୂଆ ରାଶନ କାର୍ଡ ପ୍ରଦାନ କରାଯାଉଛି। ଏହାକୁ ଆଧାର କରି ପିଡିଏସ୍‌ ସାମଗ୍ରୀ, ବିଜୁ ସ୍ବାସ୍ଥ୍ୟକାର୍ଡ ଆଦି ସୁବିଧା ମିଳୁଛି। ନୂଆ ରାଶନ କାର୍ଡ ପ୍ରଦାନ ସମୟରେ ବୈପାରିଗୁଡା ବ୍ଲକର ଅନେକ ପଞ୍ଚାୟତରେ ପୂର୍ବ ବିପିଏଲ୍‌ କାର୍ଡଗୁଡିକୁ ଫେରସ୍ତ ନିଆଯାଇଥିଲା। ଏବେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପୁରୁଣା ବିପିଏଲ୍‌କାର୍ଡ ଖୋଜା ପଡୁଥିବାବେଳେ ନୂଆ ହିତାଧିକାରୀଙ୍କ ପାଇଁ ସମାସ୍ୟା ସୃଷ୍ଟି ହେଉଛି। ତେବେ ଭତ୍ତା ପାଇଁ ବିପିଏଲ୍‌ କାର୍ଡ ନ ଥିଲେ ରାଜସ୍ବ ନିରୀକ୍ଷକଙ୍କ ପାଖରୁ ଆୟ ପ୍ରମାଣପତ୍ର ଆଣିବାକୁ ପଡୁଛି। ମାତ୍ର ପରିବାର ମଙ୍ଗଳ ଯୋଜନାରେ ବିଧବା ମହିଳାମାନଙ୍କୁ ୨୦ ହଜାର ଟଙ୍କା ସହାୟତା ମିଳିବାରେ ସମାସ୍ୟା ଉପୁଜୁଛି। ବିପିଏଲ୍‌ କାର୍ଡ ନ ଥିବା କାରଣରୁ ହିତାଧିକାରୀଙ୍କୁ ବର୍ଷବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି। ଏସମ୍ପକର୍ର୍ରେ ବ୍ଲକସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀଙ୍କୁ ପଚାରିବାରୁ ସେ କହିଲେ, ବିପିଏଲ୍‌କାର୍ଡ ନ ଥିବା କାରଣରୁ ସେମାନଙ୍କ ଆବେଦନ ପ୍ରକ୍ରିୟା ବିଳମ୍ବ ହେଉଛି। କାରଣ ଆବେଦନ ପରେ ସେମାନଙ୍କ ଆୟ ପ୍ରମାଣ ପାଇଁ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ତହସିଲକୁ ଅଫ ଲାଇନ କିମ୍ବା ଅନ୍‌ ଲାଇନ୍‌ରେ ଚିଠି କରାଯାଉଛି। ତହସିଲଦାରଙ୍କ ନିର୍ଦ୍ଦେଶ ପରେ ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଉପଜିଲାପାଳ ଓ ଜିଲାପାଳଙ୍କ ନିକଟକୁ ଗଲା ପରେ ତାହା ଅନୁମୋଦିତ ହେଉଛି। ଫଳରେ ଏଥିପାଇଁ ବହୁତ ସମୟ ଲାଗୁଥିବା ପାଢୀ କହିଥିଲେ। ଅପରପକ୍ଷେ ସରକାରଙ୍କ ଅନେକ ଯୋଜନାରେ ବିପିଏଲ୍‌ କାର୍ଡକୁ ବାଦ୍‌ ଦେଇ ନୂଆ ରାଶନ କାର୍ଡକୁ କାର୍ଯ୍ୟକାରୀ କରାଯାଉଥିବା ବେଳେ ସାମାଜିକ ସୁରକ୍ଷା ବିଭାଗ ପୁରୁଣା ବିପିଏଲ୍‌ କାର୍ଡକୁ ଗୁରୁତ୍ବ ଦେଉଛି। ୨୫ ବର୍ଷ ତଳେ ଯେଉଁ ସର୍ଭେ ଆଧାରରେ ବିପିଏଲ୍‌ କାର୍ଡ ପ୍ରସ୍ତୁତି ହୋଇଥିଲା ସେସମୟର ଅନେକ କାର୍ଡଧାରୀ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଆର୍ଥତ୍କ ଅବସ୍ଥା ମଧ୍ୟ ଅନେକକଙ୍କର ବଦଳିଛି। ଫଳରେ ସହାୟତା ପ୍ରଦାନରେ ଉକ୍ତ ପୁରୁଣା ବିପିଏଲ୍‌କାର୍ଡର ଗୁରୁତ୍ବ ନ ଥିବା ମତ ପ୍ରକାଉ ପାଉଛି। ଏ ସମ୍ପର୍କରେ ବ୍ଲକ ଯୋଗାଣ ନିରୀକ୍ଷକ ସନ୍ତୋଷ ବେହେରାଙ୍କୁ ପଚାରିବାରୁ ଏବେ ବିପିଏଲ୍‌ କାର୍ଡ ସମ୍ପର୍କରେ କୌଣସି ତଥ୍ୟ ତାଙ୍କ ପାଖରେ ନ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବା...

ଉନ୍ନାଓ ଗଣବଳାତ୍କାର ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୨: ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ସେଙ୍ଗାରଙ୍କ...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri