ମିଳୁନି ପ୍ରୋତ୍ସାହନ : କ୍ରୀଡ଼ାରୁ ମୁହଁ ଫେରାଉଛନ୍ତି ଯୁବପିଢ଼ି

ପୁରୀ ଅଫିସ,୫ା୮ : ପୁରୀ ଜିଲାରେ ବହୁ ପ୍ରତିଭାବାନ ଖେଳାଳି ଉପେକ୍ଷିତ ହେଉଛନ୍ତି। ସେହିପରି କ୍ରୀଡ଼ାରୁ ମୁହଁ ଫେରାଇ ନେଉଛନ୍ତି ଯୁବ କ୍ରୀଡ଼ାବିତ୍‌। ଏକଦା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପୁରୀ ଜିଲାର ଅନେକ କ୍ରୀଡାବିତ୍‌ ସଫଳତା ହାସଲ କରିଥିଲେ। ମାତ୍ର ଏବେ କ୍ରୀଡ଼ା ପ୍ରତି ପ୍ରଶାସନ ଆଉ ବିଶେଷ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଜିଲାରେ ଉନ୍ନତମାନର ଷ୍ଟାଡିୟମ ନ ଥିବାରୁ ରାଜ୍ୟ କି ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ ହୋଇ ପାରୁନାହିଁ। ଖେଳାଳିମାନେ କ୍ରୀଡ଼ାଭ୍ୟାସ ପାଇଁ ଜିଲା ସ୍କୁଲ ଓ ଏସ୍‌ସିଏସ୍‌ କଲେଜ ଖେଳପଡ଼ିଆ ଉପରେ ନିର୍ଭର କରୁଥିଲେ। ମାତ୍ର ତାହାକୁ ସର୍ବସାଧାରଣଙ୍କ ବ୍ୟବହାର ଲାଗି କଟକଣା ପରେ କ୍ରୀଡ଼ାଭ୍ୟାସରୁ ବଞ୍ଚତ୍ତ ହେବାକୁ ପଡୁଛି। ଅନ୍ୟପଟେ ଏକମାତ୍ର ଭରସା ପାଲଟିଥିବା ଇନଡୋର ଷ୍ଟାଡିୟମ୍‌ ଚାରିପଟେ ଅନାବନା ଗଛଲତା ମାଡ଼ିିଗଲାଣି। ଷ୍ଟାଡିୟମ ସାରା ଗୋଡ଼ିପଥର ପଡ଼ି ରହିଥିବା ବେଳେ କଣ୍ଟାଗଛ ଉଠିଛି। ତେଣୁ ଏଠାରେ ମଧ୍ୟ ଅଭ୍ୟାସ କରିପାରୁନାହାନ୍ତି ଖେଳାଳି। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ଓ ପ୍ରୋତ୍ସାହନ ଅଭାବ ସାଙ୍ଗକୁ ପ୍ରଶାସନିକ ଉଦାସୀନତାକୁ ଦାୟୀ କରିଛନ୍ତି କ୍ରୀଡ଼ାବିତ ଏବଂ କ୍ରୀଡ଼ାପ୍ରେମୀ।
ଜିଲା କ୍ରୀଡ଼ା ସଂସଦ ପକ୍ଷରୁ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଷ୍ଟାଡ଼ିୟମ ନିର୍ମାଣ ନେଇ ଅନିଶ୍ଚିତତା ଲାଗିରହିଛି। ଏହା ଏବେ ମୁକ୍ତାକାଶ ଶୌଚାଳୟରେ ପରିଣତ ହୋଇଛି। ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ଲାଗି ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ୮ଏକର ୫୮୦ ଡେସିମିଲ୍‌ ଜମି ୯୦ବର୍ଷ ପାଇଁ ଲିଜ୍‌ ସୂତ୍ରରେ ଜିଲା କ୍ରୀଡ଼ା ସଂସଦକୁ ହସ୍ତାନ୍ତର କରିଥିଲେ। ଇତିମଧ୍ୟରେ ଦୀର୍ଘ ବର୍ଷ ବିତିଲାଣି। ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ପ୍ରସ୍ତାବିତ ଷ୍ଟାଡିୟମରେ ଅଳିଆ ଆବର୍ଜନା ଗଦା ହୋଇଥିବାବେଳେ ପାଚେରି ଭାଙ୍ଗିପଡ଼ିିଛି। ଫନୀ ବାତ୍ୟାରେ ଷ୍ଟାଡିୟମ ଅଧୀନରେ ଥିବା ଦୋକାନ ଗୃହ ଦୁର୍ବଳ କାନ୍ଥ ପଡ଼ିିଯାଇଥିଲା। ବର୍ତ୍ତମାନ ସୁଦ୍ଧା ମରାମତି କରାଯାଇନାହିଁ। ଲିଜ୍‌ ସୂତ୍ରରେ ଦିଆଯାଇଥିବା ଦୋକାନ ଗୃହଠାରୁ ଆଦାୟ ହେଉଥିବା ଅର୍ଥର କୌଣସି ହିସାବ ରହୁ ନ ଥିବା ଅଭିଯୋଗ ହେଉଛି।
ଗତ ୧୦ବର୍ଷ ମଧ୍ୟରେ କ୍ରୀଡ଼ା ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆସିଛି। ମାତ୍ର କାମ ଶୂନ। ତେଣୁ ଏ ନେଇ ତଦନ୍ତ ଲାଗି ସାଧାରଣରେ ଦାବି ହେଉଛି। ଷ୍ଟାଡିୟମ ନିର୍ମାଣ ବାବଦ ଆସିଥିବା ୨୭କୋଟି ଟଙ୍କାକୁ ହଡପ ପାଇଁ ଯୋଜନା ଚାଲିଥିବା କେତେଜଣ କ୍ରୀଡାବିତ୍‌ ଜିଲାପାଳଙ୍କ ନିକଟରେ ଅଭିଯୋଗ ଆଣି ତଦନ୍ତ ଦାବି କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଅନ୍ୟପଟେ ଗତ ୧୦ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ଧରି ଜିଲା କ୍ରୀଡା ସଂସଦ ଅଚଳ ହୋଇପଡ଼ିିଛି। ନିୟମ ମୁତାବକ ପ୍ରତି ଦୁଇବର୍ଷ ବ୍ୟବଧାନରେ କର୍ମକର୍ତ୍ତା ଚୟନ ହେବା କଥା। ମାତ୍ର ତାହା ହେଉନାହିଁ। ଫଳରେ କ୍ରୀଡା ସଂସଦର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ବାଚନ ପାଇଁ ନିକଟରେ କେତେଜଣ କ୍ରୀଡାବିତ୍‌ ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ପ୍ରସ୍ତାବିତ ଷ୍ଟାଡିୟମ ନିର୍ମାଣରେ ପ୍ରତିବନ୍ଧକ ସାଜିଛି ବୋଲି କ୍ରୀଡା ସଙ୍ଗଠକ ସବ୍ୟସାଚୀ ରଥ କହିଛନ୍ତି। ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ କହିଛନ୍ତି, ଜିଲାରେ କ୍ରୀଡ଼ାର ବିକାଶ ଲାଗି ଗୁରୁତ୍ୱ ଦିଆଯାଉଛି। ବାତ୍ୟାରେ କ୍ରୀଡ଼ା ଛାତ୍ରାବାସ କ୍ଷତିଗ୍ରସ୍ତ ହୋଇଥିଲା। ରାଜ୍ୟ ଯୁବ ଓ କ୍ରୀଡ଼ା ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ଦିଆଯାଇଛି। ପ୍ରସ୍ତାବିତ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଠିକା ସଂସ୍ଥା। ଜିଲା କ୍ରୀଡ଼ା ସଂସଦ ନିର୍ବାଚନ ସମ୍ପର୍କରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ପୁରୀ ଜିଲାରେ କ୍ରୀଡ଼ାର ବିକାଶ ଲାଗି ଗୁରୁତ୍ୱ ଦିଆଯିବ। ଏଥିଲାଗି ଅନ୍ତର୍ଜାତୀୟସ୍ତରୀୟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri