ଚିରଞ୍ଜୀବଙ୍କ ନିଲମ୍ବନ: କର୍ମୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା

 ଜଗତ୍‌ସିଂହପୁର ଅଫିସ, ୧୬।୭: ପୂର୍ବତନ ଜଗତ୍‌ସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଏଆଇସିସି (ଅଖିଳ ଭାରତ କଂଗ୍ରେସ କମିଟି) ପକ୍ଷରୁ କଂଗ୍ରେସରୁ ନିଲମ୍ବନ କରାଯିବା ପରେ ଜଗତ୍‌ସିଂହପୁର ଜିଲାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏହି ନିଷ୍ପତ୍ତି ବିରୋଧରେ ଜିଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ ସମେତ ଏକାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ଥାନା ଛକରେ ପ୍ରତିବାଦ କରି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ କଡ଼ା ଟିପ୍ପଣୀ ଦେଇଛନ୍ତି। ସେମାନେ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି କରିବା ସହ ବ୍ୟାନର ପୋଡ଼ିଛନ୍ତି। ଏହି ବିକ୍ଷୋଭରେ  ଜଗତ୍‌ସିଂହପୁର ବ୍ଲକ ସଭାପତି ଅଦ୍ୱୈତ ଜେନା, ପାରିଷଦ ସୁବାସ ସାହୁ, ଡୁଲୁ ପରିଜା, ଜଗଦାନନ୍ଦ ବେହେରା, ମଣ୍ଡାସାହି ସରପଞ୍ଚ ଅଶୋକ ଭୋଇ, ଯଁକୋଟି ସରପଞ୍ଚ ଭାଗତ ତରେନିଆ, କାଦୁଆପଡା ସରପଞ୍ଚ ପ୍ରମୋଦ ସାହୁ, ବଳରାମପୁର ସରପଞ୍ଚ ଅଞ୍ଜନ ସାମଲ, ଯୁବ ନେତା ସ୍ବସ୍ତି ପ୍ରସାଦ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟପଟେ ଜଗତ୍‌ସିଂହପୁର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ କହିଛନ୍ତି, ତାଙ୍କ ରାଜନୈତିକ ଜୀବନରେ ଚିରଞ୍ଜୀବଙ୍କ ଭୂମିକା ଯଥେଷ୍ଟ। ତେଣୁ ବ୍ୟକ୍ତିଗତ ଭାବେ ଚିରଞ୍ଜୀବଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। କିନ୍ତୁ ଦଳର ଶୃଙ୍ଖଳା ଭିତରେ ପ୍ରତ୍ୟେକେ ରହିବା ଜରୁରୀ। ବ୍ୟକ୍ତି ନୁହେଁ, ଦଳ ବଡ। ଦଳର ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଦେବା କଥା। କାରଣ ଦଳ ଯାହା ନିଷ୍ପତ୍ତି ନେଇଛି ତାହା ବହୁ ବୁଝି ବିଚାରି ନେଇଥିବ। ଚିରଞ୍ଜୀବଙ୍କୁ ଦଳ ବହିଷ୍କାର କରିନାହିଁ। ତେଣୁ ପ୍ରତିବାଦ ନ କରି ଦେଖା ଦେଇଥିବା ସମସ୍ୟାର ସମାଧାନ କରିବା ଉଚିତ। ପିସିସି ସଭାପତିଙ୍କ ବ୍ୟାନର ପୋଡିବା ଦୁର୍ଭାଗ୍ୟଜନକ କଥା।  ଯେଉଁମାନେ ଦଳ ନିଷ୍ପତ୍ତିର ପ୍ରତିବାଦ କରିଛନ୍ତି ସେମାନେ ଚିରଞ୍ଜୀବଙ୍କ ନିଲମ୍ବନ କିପରି ଉଠିବ ସେ ବିଷୟରେ ଚିନ୍ତା କରିବା କଥା। ଆଗାମୀ ନିର୍ବାଚନରେ ଚିରଞ୍ଜୀବ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୁଅନ୍ତୁ ବୋଲି ପ୍ରତ୍ୟେକେ ଚାହୁଁଛନ୍ତି। କିନ୍ତୁ ମହମ୍ମଦ ମୋକିମଙ୍କ ପରି ଦ୍ୱନ୍ଦ୍ୱ ଉପରୁ ପରଦା ହଟାନ୍ତୁ ବୋଲି ଚୌଧୁରୀ କହିଛନ୍ତି।
ଚିରଞ୍ଜୀବ ରାଜ୍ୟ କଂଗ୍ରେସର ଜଣେ ଆଗଧାଡିର ନେତା ଭାବେ ପରିଚିତ। ୨୦୧୯ ସାଧାରଣ ନିର୍ବାଚନରେ ଚିରଞ୍ଜୀବଙ୍କ ପରାଜୟ ପରେ ସେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ଦୂରତ୍ୱ ଅବଲମ୍ବନ କରୁଛନ୍ତି। କାଁ ଭାଁ ଆସିବା ପ୍ରସଙ୍ଗକୁ ନେଇ ରାଜନୈତିକ ଶିବିରରେ ଚର୍ଚ୍ଚା ଜୋର ଧରୁଛି। ବଡ କଥା ହେଲା ନିକଟରେ ଜିଲା କଂଗ୍ରେସ ପରିବର୍ଦ୍ଧିତ କମିଟି ବୈଠକରେ ଚିରଞ୍ଜୀବଙ୍କ ଅନୁପସ୍ଥିତି ଅନେକ ନେତା ଓ କର୍ମୀଙ୍କୁ ଆଘାତ ଦେଇଥିଲା। କେତେଜଣ ନେତା ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେମାନେ କହିଥିଲେ, ଯେଉଁମାନେ ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଥିଲେ ସେମାନେ ସାଙ୍ଗଠନିକ କାର୍ଯ୍ୟକୁ କ୍ରିୟାଶୀଳ କରିବା ପରିବର୍ତ୍ତେ ଦୂରେଇ ରହୁଛନ୍ତି। କର୍ମୀ ଚାହିଁଲେ କେତେ ନେତା ବାହାରିବେ। ତେଣୁ କଂଗ୍ରେସ ପାଇଁ ନେତାଙ୍କ ଅଭାବ ରହିବ ନାହିଁ। ଯେଉଁମାନଙ୍କୁ କର୍ମୀମାନେ ନେତା କରିଥିଲେ ସେମାନେ ନିରାଶ କରୁଛନ୍ତି। ଏହି ନେତାମାନଙ୍କ କାର୍ଯ୍ୟକଳାପ ପ୍ରକାରାନ୍ତରେ କଂଗ୍ରେସ କର୍ମୀ ଓ ନେତାଙ୍କୁ ସଙ୍କୁଚିତ ପାଇଁ ଷଡ଼ଯନ୍ତ୍ର ବୋଲି ସେତେବେଳେ ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ  ଚିରଞ୍ଜୀବ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଏ ପରିସ୍ଥିତିରେ ଦଳର ମଙ୍ଗ କିଏ ଧରିବେ ତାକୁ ନେଇ ଦଳୀୟ ନେତା ଓ କର୍ମୀ ମହଲରେ ମାନସମନ୍ଥନ ଆରମ୍ଭ ହୋଇଥିଲା। ନିକଟରେ ଭୁବନେଶ୍ୱର ଜୟଦେବ ଭବନରେ ‘ଜାନକୀ-ବସନ୍ତ ଯୋଡି ଓଡ଼ିଶା ରାଜନୀତିର ସ୍ବର୍ଣ୍ଣିମ ଯୁଗ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଚିରଞ୍ଜୀବ ବିବାଦୀୟ ବୟାନ ଦେଇଥିଲେ। ଏହାପରେ ତାଙ୍କ ପାଇଁ ଅଡ଼ୁଆ ବଢ଼ିଥିଲା। ଏନେଇ ଚିରଞ୍ଜୀବଙ୍କୁ ପିସିସି ସଭାପତି ପଟ୍ଟନାୟକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହାର ସନ୍ତୋଷଜନକ ଉତ୍ତର ନ ପାଇବାରୁ ସେ ଏଆଇସିସିକୁ ଲିଖିତ ଭାବେ ଅବଗତ କରିଥିଲେ। ତା’ପରେ ଏଆଇସିସି ଶୃଙ୍ଖଳା କମିଟି ଚିରଞ୍ଜୀବଙ୍କୁ ଦଳରୁ ନିଲମ୍ବନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri