Posted inଫୁରସତ

ସାପ: ଏବେବି ରହିଛି ଭ୍ରାନ୍ତଧାରଣା

ସାପଙ୍କୁ ନେଇ ଏବେ ବି ଲୋକଙ୍କ ମନରେ ଭ୍ରାନ୍ତଧାରଣା ରହିଛି। ଫଳରେ କେତେକ ସ୍ଥାନରେ ଲୋକଙ୍କର ଜୀବନହାନି ହେଉଥିବାବେଳେ ଆଉ କେତେକ ସ୍ଥଳରେ ସାପଙ୍କୁ ମାରିଦିଆ ଯାଉଛି। ତେଣୁ ସଚେତନତା ମାଧ୍ୟମରେ ଲୋକଙ୍କ ମଧ୍ୟରେ ଭୟ ଓ ଭ୍ରାନ୍ତଧାରଣାକୁ ଦୂରେଇବା ପାଇଁ ପ୍ରତିବର୍ଷ ଜୁଲାଇ ୧୬ ତାରିଖରେ ‘ବିଶ୍ୱ ସର୍ପ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ଓଡ଼ିଶାର ପୁରପଲ୍ଲୀରେ ରହି ଆସିଥିବା ସେଭଳି କିଛି ଭ୍ରାନ୍ତଧାରଣା ସମ୍ପର୍କରେ…

ଧଣ୍ଡ ସାପ କାମୁଡ଼ିଲେ ଆଉ କେଉଁ ସାପ କାମୁଡ଼ନ୍ତିନି
ସାଧାରଣରେ ଏକ ଧାରଣା ଅଛି ଯେ, ଧଣ୍ଡ ସାପ ସର୍ପଜାତିର ସବୁଠାରୁ ଛୋଟ । ତେଣୁ ସେ କାମୁଡିଥିବା ଲୋକଙ୍କୁ ଭବିଷ୍ୟତରେ ଆଉ କୌଣସି ସାପ କାମୁଡେ ନାହିଁ। ମାତ୍ର ବାସ୍ତବରେ ସାପ କାମୁଡିଥିବା ବ୍ୟକ୍ତି ଟି ଏଭଳି ଘଟଣା ପରେ ଅତ୍ୟଧିକ ସତର୍କ ହୋଇ ଯାଇଥାଏ। ଫଳରେ ଭବିଷ୍ୟତରେ ସାପଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି।
ଧଣ୍ଡ ସାପର ଗୁରୁବାର, ଢମଣାର ଶୁକ୍ରବାର ବିଷ ଥାଏ
ଧଣ୍ଡ ଓ ଢମଣା ସାପର ବିଷ ନ ଥାଏ। ତେବେ ଧଣ୍ଡ ସାପ ଗୁରୁବାର ଓ ଢମଣା ସାପର ଶୁକ୍ରବାର ବିଷଥାଏ। ତେଣୁ ଏହି ଦୁଇଦିନରେ ସମ୍ପୃକ୍ତ ସାପ କାମୁଡିଲେ ଲୋକଙ୍କ କ୍ଷତି ହୁଏ ବା ସେମାନେ ମୃତ୍ୟୁମୁଖରେ ପଡନ୍ତି ବୋଲି ଅନେକାଂଶରେ ଧାରଣା ରହିଛି। ମାତ୍ର ଏହା ଠିକ୍‌ ନୁହେଁ। ଧଣ୍ଡ ଓ ଢମଣା ସାପର ବିଷ ଦାନ୍ତ, ବିଷ ଗ୍ରନ୍ଥି ଏବଂ ବିଷ ପରିବହନ ପାଇଁ କମ୍ପ୍ରେସର ମସଲସ୍‌ ନ ଥାଏ। ଏଥିଯୋଗୁ ସେମାନେ ବିଷହୀନ ସର୍ପ ପରିଗଣିତ ହୁଅନ୍ତି। ତେଣୁ କେବଳ ଗୁରୁବାର ଏବଂ ଶୁକ୍ରବାର ସେମାନଙ୍କ କାମୁଡ଼ାରେ ବିଷ ଆସିବା ଅସମ୍ଭବ।
ଲାଉଡଙ୍କିଆ ସାପ ଆଖିକୁ ଚୋଟ ମାରେ
ଏହି ସାପର ରଙ୍ଗ ସବୁଜ ଆଉ ଲାଉ ଡଙ୍କ ଭଳି ସରୁଆ। ତେଣୁ ଏହାର ନାମ ଲାଉଡଙ୍କିଆ ସାପ। ସାପଟି ଗଛରେ ରହୁଥିବାରୁ ଗଛତଳେ ଥିବା ଲୋକର ମୁଣ୍ଡକୁ ଆଘାତ କରେ। ମାତ୍ର ଆଖିକୁ ଚୋଟ ମାରିବା ଭଳି ଘଟଣା କେବେ ବି ସାମ୍ନାକୁ ଆସିନାହିଁ। ତେବେ ଗଛରେ ଥିବା ଏଣ୍ଡୁଅ, ଝିଟିପିଟି ଆଦି ସମ୍ମୁଖକୁ ଆସିଲେ ଲାଉଡଙ୍କିଆ ସେମାନଙ୍କ ଆଖିକୁ ଦେଖି ଶିକାର କରିବାକୁ ଚେଷ୍ଟା କରେ। ତେବେ ମଣିଷ ଆଖିକୁ ଚୋଟ ମାରିବା କଥା ଏକ ଭ୍ରାନ୍ତ ଧାରଣା।
ସାପ କ୍ଷୀର ପିଏ: ଅନେକ ଲୋକ ନାଗ ସାପକୁ କ୍ଷୀର ପିଇବାକୁ ଦେଇଥାନ୍ତି। କାରଣ ସାପମାନେ କ୍ଷୀର ପିଅନ୍ତି ବୋଲି ଧାରଣା ଥାଏ। ମାତ୍ର ତାହା ସତ୍ୟ ନୁହେଁ। ଏଥିସହ ଢମଣା ସାପ ଗାଈଠାରୁ କ୍ଷୀର ପିଇଦିଏ ବୋଲି ଭ୍ରାନ୍ତ ଧାରଣା ରହିଛି। ତେବେ କ୍ଷୀରକୁ ହଜମ କରିବା ପାଇଁ ସ୍ତନ୍ୟପାୟୀ ପ୍ରାଣୀଙ୍କର ଯେଉଁ ଏନ୍‌ଜାଇମ୍‌ ଥାଏ, ତାହା ସାପମାନଙ୍କ ଦେହରେ ନ ଥାଏ। ତେଣୁ ସେମାନେ କ୍ଷୀର ପିଅନ୍ତି ନାହିଁ କିମ୍ବା କୌଣସି ସ୍ଥଳରେ ପିଇଲେ ତାକୁ ହଜମ କରି ପାରନ୍ତି ନାହିଁ। ଯାହାକି ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ।
ନାଗ ମୁଣ୍ଡରେ ମଣି: ନାଗ ମୁଣ୍ଡରେ ଥିବା ମଣି ପାଖରେ ରହିଲେ ଧନ ଲାଭ ହେବା ସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଧାରଣା ରହିଛି। କେତେକ ସାପୁଆ କେଳା ନିଜ ସହିତ ନାଗ ମଣି ଆଣି ବିକ୍ରି କରିଥାନ୍ତି। ମାତ୍ର ତାହା ନାଗମଣି ନୁହେଁ। ମାଛର ଆଖିକୁ ଦୀର୍ଘ ସମୟ ଧରି ହଳଦୀ ପାଣିରେ ପକାଇ ରଖିବା ପରେ ତାକୁ ନାଗମଣି କହି କେତେକ ବିକ୍ରି କରିଥାନ୍ତି। ବାସ୍ତବରେ ସାପ ମୁଣ୍ଡରେ କୌଣସି ମଣି ନ ଥାଏ।ଏ ସମ୍ପର୍କରେ ସ୍ନେକ ହେଲ୍‌ପ ଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ସାପମାନଙ୍କୁ ନେଇ ଆମ ମଧ୍ୟରେ ଭୟ ସହିତ ବହୁ ଭ୍ରାନ୍ତ ଧାରଣା ରହିଛି। ଏହାକୁ ଦୂର କରିବା ପାଇଁ ବ୍ୟାପକ ଆଲୋଚନା ଏବଂ ସଚେତନତା ଆବଶ୍ୟକ। କେବଳ ଏତିକି ନୁହେଁ ସାପକୁ ମୁଣ୍ଡରେ ପକାଇଲେ ବିବାହ ଯୋଗ ଫିଟିବା, ନାଗର ଛୁଆ ଢମଣା, ସାପ କାମୁଡ଼ିଲେ ମନ୍ଦିରରେ ପାଣି ଢାଳି ବିଷ ଝାଡିବା ଭଳି ବହୁ ଭ୍ରାନ୍ତ ଧାରଣା ଲୋକଙ୍କ ମଧ୍ୟରେ ରହି ଆସିଛି। ଏ ସବୁ ଦୂର ହେବା ନିହାତି ଆବଶ୍ୟକ। ସେହିପରି ସାପ ଆମ ପରିବେଶରେ ସନ୍ତୁଳନ ରକ୍ଷାରେ ସହାୟକ ହୋଇଥାନ୍ତି। ତେଣୁ ସେମାନଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ସୁରକ୍ଷା ପ୍ରତି ସଚେତନ ହେବା ଆବଶ୍ୟକ।

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ସାଧାରଣତଃ ଦେଖାଯାଉଥିବା ସାପଙ୍କ ମଧ୍ୟରେ ନାଗ, ତମ୍ପ, ଚିତି, ରଣା, ଚନ୍ଦନ ବୋଡା (ରସଲ ଭାଇପର୍‌), ଧୂଳିଆ ବୋଡା (ସ’ ସ୍ପେଲ୍‌ଡ ଭାଇପର୍‌), ତାଳୁଆ ବୋଡା (ବାମ୍ବୋ ପିଟ୍‌ ଭାଇପର୍‌), ଅହିରାଜ (କିଙ୍ଗ୍‌କୋବ୍ରା)ଆଦି ବିଷଧର ଅଟନ୍ତି। ସେହିପରି ବିଷହୀନ ସାପଙ୍କ ମଧ୍ୟରେ ଧଣ୍ଡ, ଢମଣା, ମାଟି ବିରାଡି, ଅଜଗର, କାଣ୍ଡନାଳ, ବାଲିବୋଡା, ଦୋମୁଣ୍ଡିଆ ଆଦି ରହିଛନ୍ତି। ଏମାନଙ୍କ ବ୍ୟତୀତ ଲାଉ ଡଙ୍କିଆ, ତାଳି ସାପ ଆଦି କିଛି ସାପ ସ୍ବଳ୍ପ ବିଷଧାରୀ। ଏମାନେ ଏଣ୍ଡୁଅ, ଝିଟିପିଟି ଏବଂ ଛୋଟଛୋଟ ପକ୍ଷୀମାନଙ୍କ ପାଇଁ ବିଷଧର ସାଜୁଥିବାବେଳେ ମଣିଷଙ୍କ କ୍ଷେତ୍ରରେ ସେତେଟା ବିଷାକ୍ତ ନୁହନ୍ତି।

ରିପୋର୍ଟ: ବନ୍ଦନା ସେଠୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri