Odisha Elections 2024

ସମ୍ମାନିତ ହେଲେ ପିଜିଡିଏସ୍‌-୨୦୨୨ର ବିଜେତା

ଭୁବନେଶ୍ୱର,୩୦।୬: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ(ବିଆଇପିଏଫ୍‌) ପକ୍ଷରୁ ଉଚ୍ଚଶିକ୍ଷା ପାଇଁ ପ୍ରଦାନ କରାଯାଉଥିବା ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି (ପିଜିଡିଏସ୍‌)-୨୦୨୨ର ବିଜେତା ଛାତ୍ରୀଛାତ୍ରମାନଙ୍କୁ ସମ୍ମାନିତ କରାଯାଇଛି। ବିଶେଷକରି ଇଞ୍ଜିନିୟରିଂ, ମେଡିସିନ ଏବଂ ଉଦାରବାଦୀ କଳା କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ ପ୍ରତ୍ୟେକ ବର୍ଷ ୬ ମେଧାବୀ ଛାତ୍ରୀଛାତ୍ରଙ୍କୁ ବିଆଇପିଏଫ୍‌ ପକ୍ଷରୁ ଉପରୋକ୍ତ ବୃତ୍ତି ପ୍ରଦାନ କରାଯାଇଥାଏ। ଉକ୍ତ ବୃତ୍ତି ଅନ୍ତର୍ଗତ ଏକାଡେମିକ୍‌ ଫି’ର ୯୦% ଓ ୪ ବର୍ଷ ମଧ୍ୟରେ ହେବାକୁ ଥିବା ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତ୍ୟେକ ବୃତ୍ତିଧାରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ବିଆଇପିଏଫ୍‌ ପକ୍ଷରୁ ପ୍ରଦାନ କରାଯାଇଥାଏ। ଏ ସମ୍ପର୍କରେ ବିଆଇପିଏଫ୍‌ର ଟ୍ରଷ୍ଟି ତଥା ପ୍ରତିଷ୍ଠାତା ସିଇଓ ଶୈଫାଳିକା ପଣ୍ଡା କହିଥଲେ, ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ମେଧାବୀ ଛାତ୍ରୀଛାତ୍ରମାନଙ୍କ ପାଇଁ ବେଶ୍‌ ପ୍ରେରଣାଦାୟୀ ହୋଇପାରିଛି। ବିଶେଷକରି ପ୍ରତିଭାବାନ୍‌ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ସହାୟତା ରାଶି ଯୋଗାଇ ଦେଇପାରୁଥିବାରୁ ଆମେ ଗୌରବାନ୍ବିତ ଅନୁଭବ କରୁଛୁ। ଚଳିତବର୍ଷଠାରୁ ସେମାନଙ୍କ ପାଇଁ ଆରମ୍ଭ କରାଯାଇଥିବା ମାର୍ଗଦର୍ଶନ ବ୍ୟବସ୍ଥା ଏହି ଯୁବପ୍ରତିଭାଙ୍କୁ ଏକ ସଫଳ ଯାତ୍ରାରେ ଅଗ୍ରସର କରାଇବା ସହିତ ନିଜ ପେସାଦାର କ୍ଷେତ୍ରରେ ସେମାନଙ୍କ ନେତୃତ୍ୱ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇପାରିବ। ଉଲ୍ଲେଖଯୋଗ୍ୟ,୨୦୨୨-୨୩ ଶିକ୍ଷା ବର୍ଷରେ ୩ ବୃତ୍ତିଧାରୀ ଯଥା ଅଙ୍କିତ ଝା (ଆଇଆଇଟି, ମୁମ୍ବାଇ), ଆଦିତ୍ୟ ନାରାୟଣ ରାଉତ (ଆଇଆଇଟି, ଦିଲ୍ଲୀ) ଏବଂ ଅନୀଶା ସାମନ୍ତରାୟ (ଆଇଆଇଟି ,ଋର୍‌କି) ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ହାସଲ କରୁଥିବାବେଳେ ଅନ୍ୟ ୩ ବୃତ୍ତିଧାରୀ ଯଥା ରୋହନ ରୂପମ୍‌ (ଏନ୍‌ଆଇଟି, ରାଉରକେଲା), ପ୍ରକାଶ କୁମାର ସାହୁ (ଭିସୁଟ୍‌, ବୁର୍ଲା) ଇଞ୍ଜିନିୟରିଂ କରୁଥିବା ବେଳେ ବାଦଲ କୁମାର ସାହୁ (ଏମ୍‌କେସିଜି ମେଡିକାଲ କଲେଜ) ମେଡିକାଲ ଡିଗ୍ରୀ ପାଠ୍ୟକ୍ରମରେ ଶିକ୍ଷା ଲାଭ କରୁଛନ୍ତି। ସୂଚନାଯୋଗ୍ୟ, ୨୦୦୫ରୁ ଇମ୍ଫା ପକ୍ଷରୁ ଆରମ୍ଭ ହୋଇଥିବା ଏହି ମେଧାବୃତ୍ତି ସ୍ବର୍ଗତ ପ୍ରଫେସର ଘନଶ୍ୟାମ ଦାଶ(ସ୍ବର୍ଗତ ଇଲା ପଣ୍ଡାଙ୍କ ପିତା)ଙ୍କ ନାମରେ ନାମିତ କରାଯାଇଛି। ଏପରିକି ୨୦୧୬ରୁ ବିଆଇପିଏଫ୍‌ ପକ୍ଷରୁ ଏହି ମେଧାବୃତ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରାଯାଉଥିବାବେଳେ ବର୍ତ୍ତମାନ ‘ମେଣ୍ଟରଶିପ୍‌’ କାର୍ଯ୍ୟକ୍ରମ (ଉତ୍ସାହ) ପାଇଁ ଏଥିରେ ଆଉ ଏକ ଅର୍ଥପୂର୍ଣ୍ଣ ଦିଗନ୍ତକୁ ସଂଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

ଏପ୍ରିଲରେ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୧୭ା୫: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା’ର ମାସିକ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। କମ୍ପାନୀର ଘୋଷଣା ଅନୁଯାୟୀ ୨୦୨୪ ଏପ୍ରିଲରେ...

ଟିପିସିଓଡିଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧୭ା୫: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ନୂତନ ଅଭିଯାନ ‘ସମୃଦ୍ଧି’ର ଶୁଭାରମ୍ଭ...

ଜେଏସ୍‌ଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ...

୨୦୨୬ ସୁଦ୍ଧା ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିବ

ଭୁବନେଶ୍ୱର,୧୭ା୫ (ଅନୁରାଧା ମହାରଣା): ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତ ୪ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ଏପରିକି ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା...

୪,୦୦୦ କର୍ମଚାରୀଙ୍କୁ ଛଟେଇ କଲା ତୋଷିବା: ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ନୂତନ ମାଲିକାନା ଅଧୀନରେ ପୁନଃର୍ଗଠନର କାର୍ଯ୍ୟର ଏକ ଅଂଶ ଭାବରେ ତୋଷିବା ଏହାର ୪,୦୦୦ ଛଟେଇ କରିଥିବା ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି।...

ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI

ମୁମ୍ବାଇ,୧୬।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନୀଗୁଡିକ (ଏନବିଏଫସି) କୁ ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅଧିକ ର୍ନିଭରଶୀଳତା...

ରେକର୍ଡ ପ୍ରଫିଟ୍‌ ପରେ କର୍ମଚାରୀଙ୍କୁ ମାଲାମାଲ କଲା କମ୍ପାନୀ

ନୁଆଦିଲ୍ଲୀ, ୧୬।୫: ରେକର୍ଡ ପ୍ରଫିଟ ହାସଲ କରିବା ପରେ ସିଙ୍ଗାପୁର ଏୟାରଲାଇନ୍‌ ଏହାର କର୍ମଚାରୀଙ୍କୁ ୮ ମାସର ଦରମା ବୋନସ୍‌ ଆକାରରେ ଦେବାକୁ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri