ଉଦୟପୁର-ତାଳସାରୀ ପଥରବନ୍ଧରେ ୫୦ ଘାଇ

ଭୋଗରାଇ,୨୯।୬(ପ୍ରଦୀପ ଦାସ)ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର-ତାଳସାରୀ ବେଳାଭୂମିକୁ ବିଶ୍ୱମାନର ପର୍ଯ୍ୟଟନସ୍ଥଳୀ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ରାଜ୍ୟସ୍ତରୀୟ ନେତା ଓ ସଚିବମାନେ ପରିଦର୍ଶନରେ ଆସି କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେଇଛନ୍ତି। ହେଲେ ସରକାରଙ୍କ ଏହି ବିପୁଳ ଅର୍ଥ ଠିକ୍‌ ଭାବେ ବିନିଯୋଗ ନ ହୋଇ ସମୁଦ୍ର ଗର୍ଭକୁ ଚାଲିଯାଉଛି। ଅସରାଏ ବର୍ଷାରେ ସୁରକ୍ଷା ବନ୍ଧର ଦକ୍ଷିଣ ପାଚେରି ନିର୍ମିତ କେତେକ ସ୍ଥାନରେ ଦବିଥିବା ବେଳେ ଉତ୍ତର ପାର୍ଶ୍ୱ ରାସ୍ତା ୫oଟି ସ୍ଥାନରେ ବଡ ବଡ ଘାଇ ହୋଇ ରାସ୍ତା ଧସିବା ଏହାର ଉଦାହରଣ। ଏହି କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏଭଳି ସ୍ଥିତି ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଚାପରେ ବୁଧବାର ଘାଇ ସୃଷ୍ଟି ହୋଇଥିବା ସ୍ଥାନରେ ଠିକାଦାର ନିକଟସ୍ଥ ସମୁଦ୍ର ବାଲିପନ୍ତାରୁ ଟ୍ରାକ୍ଟର ଯୋଗେ ବାଲି ଆଣି ମରାମତି କରୁଥିବା ବେଳେ ତାହା ବର୍ଷାରେ ପୁଣି ଧୋଇଯାଉଛି। ସରକାରଙ୍କ ବିକାଶ ଯୋଜନା ଏଠାରେ ଫେଲ୍‌ ମାରିଥିବା ସାଧାରଣରେ ଅଭିଯୋଗ ହୋଇଛି।
ଉଦୟପୁର-ତାଳସାରୀ ୨. ୭ କି.ମି. ତଟ ସୁରକ୍ଷା ପଥରବନ୍ଧ ନିର୍ମାଣ ନିମନ୍ତେ ୨୦୧୧ରୁ ପର୍ଯ୍ୟାୟ କ୍ରମେ କାର୍ଯ୍ୟ ଆରମ୍ଭ ହୋଇ ଅଦ୍ୟାବଧି ୫୬କୋଟି ଟଙ୍କାରେ ପହଞ୍ଚିଛି। ୧୨ବର୍ଷ ଧରି ଏହି କାର୍ଯ୍ୟ ଚାଲି ଆସୁଥିବା ବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନ ଥିବାରୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରାଯାଇଛି। ପଥର ଓ ବାଲି ମିଳୁନାହିଁ ବୋଲି କହି ଠିକାଦାର ଓ ଜଳସମ୍ପଦ ଅଧିକାରୀମାନେ ନିଜ ମୁଣ୍ଡରୁ ଦାୟିତ୍ୱରୁ ଦୂରେଇ ରହୁଥିବା ଅଭିଯୋଗ ହେଉଛି। ଓଡିଶାରୁ ଦୈନିକ ଶହ ଶହ ପଥର ଓ ବାଲି ବୋଝେଇ ଡମ୍ପର ଚୋରାରେ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ଓଡ଼ିଶାରେ ଉନ୍ନୟନ କାର୍ଯ୍ୟରେ ଲଘୁଜାତ ଦ୍ରବ୍ୟ ନ ମିଳିବା ହାସ୍ୟାସ୍ପଦ ବୋଲି ବହୁ ଜନପ୍ରତିନିଧି ଓ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ପ୍ରତିବର୍ଷ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ହୋଇ ପଥରବନ୍ଧ ପାଇଁ ଆର୍ଥିକ ଅନୁଦାନ ଦିଆଯାଉଥିବା ବେଳେ ନିମ୍ନମାନର କାର୍ଯ୍ୟ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି। ଫଳରେ ସମୁଦ୍ର ଜୁଆର ମାଡ଼ରେ ସେସବୁ ସମୁଦ୍ର ଗର୍ଭକୁ ଟାଣିନେଉଛି। ଅପରପକ୍ଷରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ବେଳାଭୂମି ପଥରବନ୍ଧକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ, ଶକ୍ତ ଓ ସୁରକ୍ଷିତ ରଖାଯାଇଥିବା ବେଳେ ଆମ ବିଭାଗୀୟ ଅଧିକାରୀ ସେମାଙ୍କର କାର୍ଯ୍ୟଶୈଳୀ ଦେଖି ଚାହିଁ ଶିଖି ପାରୁ ନ ଥିବାରୁ ତଟ ସୁରକ୍ଷା ପଥରବନ୍ଧ ଭାଙ୍ଗିରୁଜି ଯାଉଥିବା କୁହାଯାଉଛି। ଗତ ୨୦୨୧ ୟାସ୍‌ ନାମିତ ବାତ୍ୟାରେ ଏହି ପଥର ବନ୍ଧ ଭାଙ୍ଗିଯାଇଥିବା ବେଳେ ୨୦୨୨ରେ ମରାମତି କରାଯାଇଥିଲା। ବର୍ଷାଋତୁ ଆରମ୍ଭରୁ ସମ୍ଭାବ୍ୟ ବାତ୍ୟା ଓ ସମୁଦ୍ର ଉତ୍ତାଳ ଢେଉରେ ପଥରବନ୍ଧ ପ୍ରତି ବିପଦ ସୃଷ୍ଟି ହେଲା ଭଳି ସ୍ଥିତି ଉପୁଜିବାରୁ କୂଳବାସଙ୍କ ଭୀତି ବଢାଇଛି। ଏ ସମ୍ପର୍କରେ ବାଲେଶ୍ୱର ଜଳ ସମ୍ପଦ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ପ୍ରଧାନଙ୍କୁ ପଚରାଯିବାରୁ ମେରାଇନ ଡ୍ରାଇଭ ରାସ୍ତାରେ ବଡ ଘାଇ ହେବା ଏବଂ ରାସ୍ତା ଧସେଇ ନେବା ସମ୍ପର୍କରେ ପଚାରିବାରୁ ସେ ମୂଳପ୍ରଶ୍ନ ଚତୁରତାର ସହ ଏଡାଇଯାଇ ରାସ୍ତା କାର୍ଯ୍ୟ ଶେଷ ହୋଇନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri