Posted inଜାତୀୟ

୨୩,୦୦୦ କୋଟିର ଟିକସ ଠକେଇ

କୋଲକାତା/ଜୟପୁର,୨୬ା୬: ଭାରତର ଅନ୍ୟତମ ବୃହତ୍‌ ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ‘ଶ୍ରୀ ସିମେଣ୍ଟ’ କିଛିଦିନ ହେଲା ଏକ ଭୁଲ୍‌ କାରଣକୁ ନେଇ ଚର୍ଚ୍ଚାରେ ରହିଛି। କୋଲକାତାରେ ମୁଖ୍ୟାଳୟ ଥିବା ଏହି କମ୍ପାନୀ ବିରୋଧରେ ୨୩,୦୦୦ କୋଟି ଟଙ୍କା ଟିକସ ଠକେଇର ସାଂଘାତିକ ଅଭିଯୋଗ ଆସିଛି। ରାଜସ୍ଥାନରେ ଶ୍ରୀ ସିମେଣ୍ଟ ଲିମିଟେଡ୍‌ର ଅନେକ ସ୍ଥାନରେ ଆୟକର (ଆଇଟି) ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ ଚାଲିଛି। ଏହାକୁ ଦେଶର ଅନ୍ୟତମ ବୃହତ୍‌ ଟିକସ ଠକେଇ ବୋଲି କୁହାଯାଉଛି। କିନ୍ତୁ ଏହି ଅଭିଯୋଗକୁ କମ୍ପାନୀ ପକ୍ଷରୁ ମିଥ୍ୟା ଅଭିହିତ କରି ଖଣ୍ଡନ କରାଯାଇଛି।
କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆୟକର ଅଧିକାରୀମାନେ ଚଳିତ ସପ୍ତାହରେ ଶ୍ରୀ ସିମେଣ୍ଟର କୋଲକାତା ମୁଖ୍ୟାଳୟରେ ଦ୍ୱିତୀୟ ଥର ପାଇଁ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ୨୦୦ରୁ ଊର୍ଦ୍ଧ୍ୱ ଆଇଟି ଅଫିସର ନିୟୋଜିତ ହୋଇଛନ୍ତି। ରାଜସ୍ଥାନର ବ୍ୟାଓ୍ବର, ଜୟପୁର, ଚିତ୍ତୋରଗଡ଼ ଓ ଆଜମେର ୟୁନିଟ୍‌ ସମେତ ୨୪ ସ୍ଥାନରୁ ଅନେକ ଜାଲ୍‌ ଦସ୍ତାବିଜ ଠାବ ହୋଇଥିବା କୁହାଯାଉଛି। ସୂତ୍ରରୁ ଜଣାପଡ଼ିଛି ଯେ, ଏହି କମ୍ପାନୀ ପ୍ରତିବର୍ଷ ୧୨୦୦ରୁ ୧୪୦୦ କୋଟି ଟଙ୍କାର ଆୟକର ଠକେଇ କରିଥାଏ। ଟ୍ୟାକ୍ସ ଡିଡକ୍ସନ ନେଇ କମ୍ପାନୀ ଯାହା ଦାବି କରିଥାଏ, ତାହା ମିଛ। ଏହାର ଜାଲ୍‌ ଚୁକ୍ତିନାମା ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରାଜସ୍ବ ବାବଦରେ ବିପୁଳ ଅର୍ଥ କ୍ଷତି ସହିବାକୁ ପଡ଼ୁଛି। ଆଇଟି ବିଭାଗ ହାତରେ ଲାଗିଥିବା ଦସ୍ତାବିଜ ଅନୁସାରେ ମୋଟ ୨୩,୦୦୦ କୋଟି ଟଙ୍କାର ଟିକସ ଠକେଇ ହୋଇଛି। ଏପରି କି କୋଇଲା ଏବଂ ଏହାର ଦେୟ ପଇଠ କ୍ଷେତ୍ରରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଚଢ଼ାଉ ବେଳେ ପ୍ରଘଟ ହୋଇଥିବା ଗଣମାଧ୍ୟମଗୁଡ଼ିକ ରିପୋର୍ଟ କରିଛନ୍ତି। ଗ୍ରୁପ୍‌ ଚେୟାରମ୍ୟାନ୍‌ ଏଚ୍‌.ଏନ୍‌. ବାଙ୍ଗଡ଼ଙ୍କୁ ରବିବାର ଜେରା କରାଯାଇଛି। ଏହା ପୂର୍ବରୁ ଏମ୍‌ଡି ନୀରଜ ଅଖୋରିଙ୍କ ସମେତ ଆଉ କେତେଜଣଙ୍କୁ ମଧ୍ୟ ଅଧିକାରୀମାନେ ସମନ କରିଥିଲେ। ମାଇନିଂ ଏବଂ ରିୟଲ ଇଷ୍ଟେଟ୍‌ ବ୍ୟବସାୟ ସହ ଜଡ଼ିତ ଆଉ କେତୋଟି କମ୍ପାନୀ ମଧ୍ୟ ଆଇଟି ରାଡାରରେ ରହିଥିବା ବିଭାଗ ପକ୍ଷରୁ କୁହାଯାଉଛି। ଚଢ଼ାଉ ଖବର ଆସିବା ପରଠୁ ଏହି କମ୍ପାନୀର ଶେୟାର ମୂଲ୍ୟ ୨.୭% ଖସିଯାଇଛି। ମେ’ ୨୪ ପରେ ଏହା ହେଉଛି ଶ୍ରୀ ସିମେଣ୍ଟର ଇଣ୍ଟ୍ରାଡେ କାରବାରରେ ସର୍ବାଧିକ ହ୍ରାସ। ଶୁକ୍ରବାର କମ୍ପାନୀର ଶେୟାର ଭାଲ୍ୟୁ ୧.୯୯% କମିବା ସହ ୨୫,୧୫୯.୫୫ ଟଙ୍କାରେ ବନ୍ଦ ହୋଇଥିଲା। ଗତ ୫ ଟ୍ରେଡିଂ ସେସନ୍‌ରେ ଏହାର ଶେୟାର ୪.୪୮% ହ୍ରାସ ପାଇଥିଲା। ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଉପରୋକ୍ତ ସର୍ବେକ୍ଷଣ ପରେ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ କମ୍ପାନୀ ଓ ଏହାର ଅଧିକାରୀମାନଙ୍କ ସମ୍ପର୍କରେ ବହୁ ନକାରାମତ୍କ ତଥ୍ୟ ପ୍ରସାର କରାଯାଉଛି। ଆମେ ସ୍ପଷ୍ଟ କରୁଛୁ ଯେ, ସର୍ଭେ ଏବେ ମଧ୍ୟ ଜାରି ରହିଛି। କମ୍ପାନୀର ସମ୍ପୂର୍ଣ୍ଣ ମ୍ୟାନେଜମେଣ୍ଟ ଟିମ୍‌ ଅଧିକାରୀମାନଙ୍କୁ ପୂରା ସହଯୋଗ କରୁଛନ୍ତି। ଗଣମାଧ୍ୟମରେ ଘୂରି ବୁଲୁଥିବା ଅନ୍ୟ ତଥ୍ୟଗୁଡ଼ିକ ଭୁଲ୍‌ ଏବଂ ତାହା କମ୍ପାନୀର ବିନା ପୂର୍ବ ଅନୁମତିରେ ପ୍ରକାଶ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri