ଭୁବନେଶ୍ୱର,୨୧।୪: ବଲାଙ୍ଗୀର ଜିଲାରେ ସ୍କୁଲ, କଲେଜ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ୪ ଦିନ ବଢ଼ିଲା। ପ୍ରବଳ ଗରମକୁ ଦୃଷ୍ଟିରେ ରଖି ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ବୃଦ୍ଧି କଲା ଜିଲା ପ୍ରଶାସନ। ସିଲାବସ ଶେଷ କରିବା ପାଇଁ ଅନଲାଇନରେ କ୍ଲାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ/ଅଧ୍ୟାପକ ସ୍କୁଲ, କଲେଜକୁ ଆସି ଅନଲାଇନ କ୍ଲାସ କରିବେ। ଅଙ୍ଗନଓ୍ବାଡ଼ି କର୍ମୀ ରନ୍ଧା ଖାଦ୍ୟ ବଦଳରେ ପିଲାଙ୍କ ଘରେ ରାଶନ ପହଞ୍ଚାଇବେ ବୋଲି ନିର୍ଦ୍ଦେଶ ରହିଛି।

