କର୍ମଚାରୀ ଅଭାବ ଯୋଗୁ ଉପୁଜୁଛି ସମସ୍ୟା

ରାଉରକେଲା,୨୫।୬(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହକାରୀ ଉଦ୍ୟାନ ବିଭାଗରେ ବହୁ ପଦବୀ ଖାଲି ପଡିଛି। ଫଳରେ ସୀମିତ କର୍ମଚାରୀଙ୍କୁ ନେଇ ବିଭାଗୀୟ କାର୍ଯ୍ୟ କରିବାରେ ନାନା ସମସ୍ୟା ଉପୁଜୁଛି। ଅନ୍ୟପକ୍ଷେ କର୍ମଚାରୀ ଅଭାବ ଯୋଗୁ ସ୍ଥାନୀୟ ଉଦ୍ୟାନ ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ମିଳିପାରୁନାହିଁ। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳର ଉଦ୍ୟାନ ଚାଷୀମାନେ ଦାବି କରିଛନ୍ତି।
ସୂଚନା ଅନୁସାରେ, ରାଉରକେଲା ସହକାରୀ ଉଦ୍ୟାନ ବିଭାଗ ଅଧୀନରେ ରାଉରକେଲା ସମେତ ନୂଆଗଁା, କୁଆଁରମୁଣ୍ଡା, ବିଶ୍ରା ଓ ଲାଠିକଟା ଆଦି ଉଦ୍ୟାନ କାର୍ଯ୍ୟାଳୟ ରହିଛି। ପ୍ରତ୍ୟେକ କାର୍ଯ୍ୟାଳୟରେ ଜଣେ ଲେଖାଏ ଉଦ୍ୟାନ ଅଧିକାରୀ ରହିବା କଥା। ମାତ୍ର ଏଠାରେ ଜଣେ ଜଣେ ଉଦ୍ୟାନ ଅଧିକାରୀ ତିନୋଟି କାର୍ଯ୍ୟାଳୟ ଦାୟିତ୍ୱ ତୁଲାଉଛନ୍ତି। ବର୍ଷ ବର୍ଷ ଧରି ଅଧିକାରୀ ପଦବୀ ପୂରଣ ହେଉନାହିଁ। ଜଣେ ଉଦ୍ୟାନ ଅଧିକାରୀ ରାଉରକେଲା, ଲାଠିକଟା ଓ ବିଶ୍ରା ଅଫିସ ଦାୟିତ୍ୱରେ ରହିଥିବା ବେଳେ ଅନ୍ୟ ଦୁଇଟି ସ୍ଥାନରେ ୨ଜଣ ମହିଳା ଉଦ୍ୟାନ ଅଧିକାରୀ କାର୍ଯ୍ୟ କରୁଛନ୍ତି। ସେହିପରି ଦୀର୍ଘବର୍ଷ ହେଲା ଅନ୍ୟ ପଦପଦବୀ ଖାଲି ପଡିଛି। ଫଳରେ ରାଉରକେଲା ସହକାରୀ ଉଦ୍ୟାନ ବିଭାଗ ଅଧୀନ ୩୦ଏକର ଜମି ପରିମିତ ଫାର୍ମର ଠିକ୍‌ ଭାବେ ରକ୍ଷଣାବେକ୍ଷଣ ହୋଇପାରୁନାହିଁ। କେବଳ ଜଣେ ଉଦ୍ୟାନ ନିର୍ଦ୍ଦେଶକ, ୩ ଏଚ୍‌ଓ, ୩ ଓଭରସିୟର, ଜଣେ ଏଚ୍‌ଇଡବ୍ଲ୍ୟୁ ଓ ଜଣେ ଜୁନିୟର ଆସିଷ୍ଟାଣ୍ଟଙ୍କ ଭରସାରେ ରାଉରକେଲା ସହକାରୀ ଉଦ୍ୟାନ ବିଭାଗ ଅଧୀନ ୫ଟି ଉଦ୍ୟାନ ବିଭାଗ ଚାଲିଛି। ସ୍ଥାନୀୟ ଉଦ୍ୟାନ ଚାଷୀମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ସରକାରୀ ଯୋଜନା କରାଯାଉଥିବା ବେଳେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ଯୋଗୁ ଯୋଜନାର ସୁଫଳ ଉଦ୍ୟାନ ଚାଷୀଙ୍କୁ ମିଳୁନାହିଁ। ସେହିପରି ଉଦ୍ୟାନ ଚାଷୀଙ୍କୁ ଉଦ୍ୟାନ ଚାଷ ଜନିତ ଆଧୁନିକ ଜ୍ଞାନକୌଶଳ ପ୍ରଦାନ ପାଇଁ ଡେମନଷ୍ଟ୍ରେଶନ ଆସିଷ୍ଟାଣ୍ଟ ଏବଂ ଟେକ୍ନିକାଲ ଆସିଷ୍ଟାଣ୍ଟ ନାହାନ୍ତି। ଏ ସମ୍ପର୍କରେ ପାନପୋଷ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ଦୁଷନ୍ତ ବେହେରାଙ୍କୁ ପଚାରିବାରୁ ସେ କହିଲେ, ବିଭାଗରେ ବହୁ ପଦ ପଦବୀ ଦୀର୍ଘ ବର୍ଷରୁ ଖାଲି ପଡିଛି। ଏ ବାବଦରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆଗକୁ ଖାଲି ପଦବୀ ପୂରଣ ହେବା ଆଶା ରହିଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri