ମେ’ ୨୮ରୁ ଡିଜିଟାଲ ଅସହଯୋଗ ପାଇଁ ଚେତାବନୀ

ଭୁବନେଶ୍ୱର,୨୬ା୫(ବ୍ୟୁରୋ):ଦୀର୍ଘ ଦିନର ଦାବି ପୂରଣ ହେଉ ନ ଥିବାରୁ ଓଡ଼ିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ ନ କଲେ ଆସନ୍ତା ୨୮ରୁ ସେମାନେ ପ୍ରାଣୀ ଚିକିତ୍ସା ଜାରି ସହିତ ଡିଜିଟାଲ ଅସହଯୋଗ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ କହିଛନ୍ତି, ରାଜ୍ୟରେ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ପଦବୀ ୪୭୦୦ ଥିବାବେଳେ ଏବେ ସେଥିରେ ପାଖାପାଖି ୨୪୦୦ କାର୍ଯ୍ୟରତ ଅଛନ୍ତି। ଦୀର୍ଘଦିନ ହେଲା ଏହି କର୍ମଚାରୀମାନେ ସେମାନଙ୍କ କ୍ୟାଡର ପୁନର୍ଗଠନ ପାଇଁ ଦାବି କରୁଛନ୍ତି। ଏଥିପାଇଁ ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡିବାର ନାହିଁ। ଏହା କେବଳ କର୍ମଚାରୀମାନଙ୍କୁ ଏକ ମାନ୍ୟତା। ତଥାପି ସରକାରୀ ଉଦାସୀନତା ଯୋଗୁ ପ୍ରାଣୀଧନ ଚିକିସତ୍କ ଭାବେ ଚାକିରି ଆରମ୍ଭ କରୁଥିବା କର୍ମଚାରୀମାନେ ବିନା ପଦୋନ୍ନତିରେ ଅବସର ନେଇ ଯାଉଛନ୍ତି।
ସେହିଭଳି ପ୍ରାଣୀଧନ ଚିକିସତ୍କମାନେ ଅତି କମରେ ୨ ବର୍ଷର ତାଲିମ ନେବା ପରେ ଚାକିରିରେ ଭର୍ତ୍ତି ହେବା ପାଇଁ ସଂଘ ଦାବି କରୁଛି। ସଂଘର ନେତାମାନେ ସୂଚନା ଦେଇଛନ୍ତି ଯେ ବିଭାଗ ପକ୍ଷରୁ ବର୍ଷକୁ ପ୍ରାୟ ୩୫ କୋଟି ଟଙ୍କାର ୟୁଜର୍ସ ଫି’ ଆଦାୟ ହେଉଥିବା ବେଳେ ସେଥିରେ ପ୍ରାଣୀଧନ ନିରୀକ୍ଷକମାନଙ୍କ ଯୋଗଦାନ ୩୦ କୋଟିରୁ ଅଧିକ ରହୁଛିି। ଏଭଳି ସ୍ଥଳେ ବିନା ଆର୍ଥିକ ବୋଝରେ ସେମାନଙ୍କ କ୍ୟାଡର ପୁନର୍ଗଠନ ଦାବି ପୂରଣ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ ସତ୍ତ୍ୱେ ଏହା ପୂରଣ ହେଉନାହିଁ। ତେଣୁ ଚଳିତ ମାସ ୧୦ ତାରିଖରୁ ପ୍ରାଣୀଧନ ନିରୀକ୍ଷକମାନେ ପ୍ରତିକାତ୍ମକ ଆନ୍ଦେଳନ ଚଳାଇ ଆସୁଛନ୍ତି। ଏଥିରେ ରାଜ୍ୟରେ ପ୍ରାଣୀ ଚିକିତ୍ସା ଉପରେ କୌଣସି ପ୍ରଭାବ ପଡିନାହିଁ। ସଂଘର ସଭାପତି ଉପେନ୍ଦ୍ରନାଥ ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୩୦ ଜିଲାର ପ୍ରତିନିଧିମାନେ ଯୋଗ ଦେଇ ୨୭ ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ ପାଇଁ ସରକାର ପଦକ୍ଷେପ ନ ନେଲେ ୨୮ ତାରିଖରୁ ଡିଜିଟାଲ ଅସହଯୋଗ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହାଦ୍ୱାରା ଗାଁ ଗହଳରେ ସରକାରଙ୍କ ଯୋଜନାଗୁଡିକ ପ୍ରଭାବିତ ହେବ। ଏହି ଖବରଦାତା ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ବସନ୍ତ ସାହୁ, ରାମଚନ୍ଦ୍ର ନାୟକ, ପ୍ରଶାନ୍ତ ମିଶ୍ର, ଲଳିତେନ୍ଦୁ ଦଳାଇ, ଶୁଭେନ୍ଦୁ ମାଝି, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri