ଧରପଗଡ଼ ସତ୍ତ୍ୱେ କମୁନି ଗଞ୍ଜେଇ କାରବାର:ସନ୍ଦେହଘେରରେ ନିର୍ଦ୍ଦିଷ୍ଟ ପୋଲିସ କର୍ମଚାରୀଙ୍କ ଭୂମିକା

ବୈପାରୀଗୁଡ଼ା,୨ା୮(ଡି.ଏନ୍‌.ଏ.)-ପ୍ରାକୃତିକ ସୌନ୍ଦର୍ଯ୍ୟ, ମନୋରମ ପର୍ଯ୍ୟଟନ ସ୍ଥଳ ଓ ଆଦିବାସୀ ଭାଷା, ସଂସ୍କୃତି ପାଇଁ ଏକଦା ପରିଚିତ ଥିବା ଅବିଭକ୍ତ କୋରାପୁଟ ଏବେ ଗଞ୍ଜେଇ ଚାଷ ଓ ଚାଲାଣ ପାଇଁ କୁଖ୍ୟାତି ଅର୍ଜିଲାଣି। ଏଠାକୁ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ବଦଳରେ ଗଞ୍ଜେଇ ମାଫିଆଙ୍କ ଆଡ୍ଡା ଜମୁଛି। ସେମାନେ କୋଟି କୋଟି ଟଙ୍କାର କାରବାର କରୁଛନ୍ତି, ସେମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ବି ଅଛି। ଏଥିପାଇଁ ଶାନ୍ତିପ୍ରିୟ କୋରାପୁଟର ସାମାଜିକ ଓ ଅର୍ଥନୀତିକ ସମୃଦ୍ଧି ଏବେ ଧୂଳିସାତ୍‌ ହେବାରେ ଲାଗିଛି। କିଛି ମାସ ହେବ ବିଭିନ୍ନ ସମୟରେ ଗଞ୍ଜେଇ ଧରପଗଡ଼ ଖବର ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। ପୋଲିସ ଏସବୁର ଶସ୍ତା ବାହାଦୁରି ନେଉଛି; କିନ୍ତୁ ବାସ୍ତବରେ ଏଭଳି ସ୍ଥିତି ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପୋଲିସର ଭୂମିକା ସନ୍ଦେହଘେରରେ ରହୁଛି।
ପୂର୍ବରୁ ମାଲକାନଗିରି ଜିଲା ବିଚ୍ଛିନାଞ୍ଚଳରେ କେତେକ ଆଦିବାସୀ ଲୁଚାଛପାରେ ପାହାଡ଼ିଆ ଜମିରେ ଗଞ୍ଜେଇ ଚାଷ କରୁଥିଲେ। ଅନ୍ୟ କେତେକ ଆଦିବାସୀ ଏହାର ସେବନ କରୁଥିଲେ। ମାଲକାନଗିରି ଜିଲାରେ ରହୁଥିବା କେତେକ ବଙ୍ଗିୟ ଶରଣାର୍ଥୀ ତଥା ଉପକୂଳ ଅଞ୍ଚଳର ଛୋଟ ବ୍ୟବସାୟୀ ବସ୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଓ ଅନେକ ସମୟରେ ଧରା ବି ପଡୁଥିଲେ। ଅବିଭକ୍ତ କୋରାପୁଟରେ ମାଓବାଦୀଙ୍କ ପ୍ରଭାବ ବୃଦ୍ଧି ପାଇବା ପରେ ଗଞ୍ଜେଇ କାରାବର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହି ଚାଲାଣରେ କେତେକ ଅସାଧୁ ପୋଲିସ କର୍ମଚାରୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସଂପୃକ୍ତି ରହିଛି ା ପୂର୍ବରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନାର ଜଣେ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିବା ପରେ ତତ୍କାଳୀନ ଏସ୍‌ପି ତାଙ୍କୁ ନିଲମ୍ବିତ କରିଥିଲେ। ବୋରିଗୁମ୍ମାରେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଜଣେ ଆଇଆରବି ବାଟାଲିୟନ କର୍ମଚାରୀ ଧରାପଡ଼ି ନିଲମ୍ବିତ ହୋଇଥିଲେ। ଏଥିରେ ଅନେକ ହୋମଗାର୍ଡଙ୍କ ସମ୍ପର୍କୀୟ ମଧ୍ୟ ଧରାପଡୁଛନ୍ତି। ନିୟମ ଅନୁସାରେ ଯେଉଁ ଜାଗାରେ ଗଞ୍ଜେଇ ଧରାପଡ଼େ, ସେଠାରେ ହିଁ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଜଉମୁଦ କରାଯାଏ ା କିନ୍ତୁ ଅନେକ ସମୟରେ ମାଜିଷ୍ଟ୍ରେଟ୍‌ କେବଳ ଔପଚାରିକ ଭୂମିକା ତୁଲାଉଛନ୍ତି। ଅନେକ ସମୟରେ ଗଞ୍ଜେଇ ଧରପଗଡ଼ ହେଲେ ପୋଲିସ ଗଣମାଧ୍ୟମକୁ ତୁରନ୍ତ ତଥ୍ୟ ଦେବା ବଦଳରେ ତଦନ୍ତ ଆଳରେ ଅଭିଯୁକ୍ତଙ୍କୁ ୨/୩ ଦିନ ହାଜତରେ ରଖୁଛି। ଗୁପ୍ତ ବୁଝାମଣା ହୋଇ ନ ପାରିଲେ ତାରିଖ ବଦଳେଇ ମାମଲା ରୁଜୁ କରାଯାଉଛି। ଯେତିକି ଗଞ୍ଜେଇ ଜବତ ହେଉଛି, ତାହାଠାରୁ କମ୍‌ ଉପସ୍ଥାପନ କରାଯାଉଛି। ଅଭିଯୁକ୍ତଙ୍କ ସଂଖ୍ୟାରେ ମଧ୍ୟ ଫରକ ରହୁଛି। ବହୁ ସମୟରେ ମାମଲା ଥାନାକୁ ଅଣା ନଯାଇ ବାହାରେ ରଫାଦଫା କରାଯାଉଛି। ଗଞ୍ଜେଇ ଚାଲାଣକାରୀଙ୍କୁ ଡକାୟତ ଦର୍ଶାଇ ଜେଲ୍‌ ପଠାଯାଉଛି ଓ ସେମାନଙ୍କର ମୁକୁଳିବା ବାଟ ସହଜ ହେଉଛି ା କୋରାପୁଟ ଜିଲାର ବୈପାରୀଗୁଡ଼ା ଓ ଲମତାପୁଟ ଥାନା ଇଲାକା ଦେଇ ମାଲକାନଗିରି ଜିଲାରୁ ପ୍ରାୟ ୯୦ ପ୍ରତିଶତ ଗଞ୍ଜେଇ ବାହାରକୁ ଚାଲାଣ ହେଉଛି ା କେବଳ ୧୦ ପ୍ରତିଶତ ଗଞ୍ଜେଇ ଧରାପଡୁଛି ା ଏବେ ଏହା ଲମତାପୁଟ ଓ ବୈପାରୀଗୁଡ଼ା ଇଲାକାରେ ମଧ୍ୟ ଚାଷ ହେଲାଣି ା କିଛି ମାସ ତଳେ ବୈପାରୀଗୁଡ଼ା ଥାନାର ବାଙ୍କୁଲି ଅଞ୍ଚଳରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରିଥିଲା ପୋଲିସ।
ଉଦ୍‌ବେଗର ବିଷୟ ହେଲା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମଜୁରି ଲାଗୁଥିବା ଶ୍ରମିକ ସ୍ବଳ୍ପ ମଜୁରି ପାଇବା ପାଇଁ ମାସ ମାସ ଅପେକ୍ଷା କରୁଛନ୍ତି। ତାହାର ସୁଯୋଗ ନେଇ ମାଫିଆମାନେ ସେମାନଙ୍କୁ ଦୈନିକ ୨ରୁ ୩ ହଜାର ଟଙ୍କା ଦେଇ ତାଙ୍କରି କାନ୍ଧରେ ଗଞ୍ଜେଇ କାଉଡ଼ି ବୁହାଇ ମାଇଲ ମାଇଲ ବାଟ ସୁରକ୍ଷିତ ଭାବେ ଚାଲାଣ କରିନେଉଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ର, ଯୁବକ ଗଞ୍ଜେଇ ନିଶାରେ ପଡୁଛନ୍ତି। ସିଗାରେଟ୍‌ରୁ ତମାଖୁ ବାହାର କରି ସେଥିରେ ଗଞ୍ଜେଇ ଭର୍ତ୍ତି କରାଯାଇ ଚଢ଼ାଦରରେ ପାଦ ଦୋକାନରେ ବିକ୍ରି ହେଉଛି। ପୋଲିସ ପାଖରେ ଖବର ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେବଳ ଚାଲାଣକାରୀ ଧରାପଡୁଥିବା ବେଳେ ଗଞ୍ଜେଇ ଚାଷୀ, ସ୍ଥାନୀୟ ବେପାରୀ ଓ ଗୋଦାମ ମାଲିକଙ୍କ ବିରୋଧରେ ଅତି ନଗଣ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମାଓବାଦୀ ଇଲାକାରେ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଗଞେଇ ଚାଷକୁ ସମୂଳେ ଶେଷ କରାଯାଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri