ବିଲୁପ୍ତି ପଥେ ଐତିହ୍ୟ କୀର୍ତ୍ତିରାଜି

ଖୋର୍ଦ୍ଧା ଅଫିସ,୧୧ା୫:ଐତିହ୍ୟ ସହର ତଥା ପାଇକ ମାଟିଭାବେ ଖୋର୍ଦ୍ଧା ପରିଚିତ। ଇତିହାସରେ ଏହାର ସ୍ଥାନ ସ୍ବତନ୍ତ୍ର। ତେବେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କିମ୍ବା ଜିଲା ପ୍ରଶାସନର ଅବହେଳା ଯୋଗୁ ଏଠାରେ ରହିଥିବା ଐତିହ୍ୟ କୀର୍ତ୍ତିରାଜି, ପର୍ଯ୍ୟଟନସ୍ଥଳ ବିଲୁପ୍ତ ହେବାକୁ ବସିଛି। ପ୍ରଶାସନ ତୁରନ୍ତ ଐତିହ୍ୟ କୀର୍ତ୍ତିରାଜିଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ସହ ଏହାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି।
ପାଇକ ବିଦ୍ରୋହର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ରହିଛି ବରୁଣେଇ ପାହାଡ଼। ଏଠାରେ ମା’ ବରୁଣେଇ ଓ କରୁଣେଇଙ୍କ ମନ୍ଦିର ରହିଛି। ପର୍ଯ୍ୟଟନର ମାନ୍ୟତା ମିଳିଛି, ହେଲେ ଆବଶ୍ୟକ ଭିତ୍ତିଭୂମି ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଅଳିଆ, ଆବର୍ଜନା ପଡ଼ିରହିଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ନାହିଁ। ପାଣି ଟ୍ୟାପ ଭାଙ୍ଗି ଯାଇଥିବା ବେଳେ ପାଦଦେଶରୁ ମା’ଙ୍କ ପୀଠକୁ ଯାଇଥିବା ପାହାଚ ମଧ୍ୟ ଭାଙ୍ଗିଗଲାଣି। ପର୍ଯ୍ୟଟକ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି। ସେହିପରି ବରୁଣେଇ ପାହାଡ଼ ଉପରେ ସୀତାକୁଣ୍ଡ, ପାଣ୍ଡବ ଗୁମ୍ଫା ରହିଛି। ଏହାର ଅନ୍ୟପଟେ ରହିଛି ଦିଗବାରେଣୀ ପାହାଡ଼। ଗବେଷକଙ୍କ ମତରେ ଏଠାରେ ଦୁଇ ହଜାର ବର୍ଷ ତଳର ବୌଦ୍ଧ କୀର୍ତ୍ତିରାଜି ଶିଳାଲେଖ ରହିଛି। ପାଇକ ବୀରମାନେ ପାହାଡ଼ ଉପରେ ରହି ବିଟ୍ରିଶ ସୈନ୍ୟ ବାହିନୀକୁ ନିରୀକ୍ଷଣ କରୁଥିଲେ। ତେବେ ବରୁଣେଇ ପାଦଦେଶରୁ ଉପରକୁ ସଂଯୋଗ ଲାଗି ପ୍ରସ୍ତାବିତ ରୋପ୍‌-ଓ୍ବେ ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଯାଇଛି। ପାଇକ ବିଦ୍ରୋହର ଅନ୍ତୁଡ଼ିଶାଳ ତଥା ଶେଷ ସ୍ବାଧୀନ ଦୁର୍ଗ ଭାବେ ପରିଚିତ ଖୋର୍ଦ୍ଧାଗଡ଼ ବିଲୁପ୍ତ ଅବସ୍ଥାରେ ରହିଛି। ଗଡ଼ ଭିତରେ ଥିବା ଐତିହ୍ୟ କୀର୍ତ୍ତିରାଜି ମଧ୍ୟ ନଷ୍ଟ ହେବାକୁ ବସିଛି। ଗଡ଼ର ପୁନରୁଦ୍ଧାର ଲାଗି କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଗଡ଼ଖୋର୍ଦ୍ଧାସ୍ଥିତ ରଘୁନାଥ ମନ୍ଦିର ସମ୍ମୁଖରୁ ଦୀର୍ଘ ବର୍ଷ ତଳେ ବାହାରିଥିବା ବହୁ ଐତିହ୍ୟ କୀର୍ତ୍ତିରାଜିର ପଦଚିହ୍ନ ସ୍ବରୂପ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଶିଳା, ପଥର ଉଦ୍ଧାର କରାଯାଇଥିଲା। ତେବେ ଏହା ଏବେ କେଉଁଠି ଅଛି ତାହାର କୌଣସି ଖବର ପ୍ରଶାସନ ନିକଟରେ ନାହିଁ । କେବଳ ସଂସ୍କୃତି ଭବନ ପରିସରରେ ଗୋଟିଏ ଦୁଇଟି ଭଗ୍ନଶିଳା ଅବ୍ୟବହୃତ ଭାବେ ପଡିଛି।  ପାଇକ ବିଦ୍ରୋହର ସ୍ମୃତିଚିହ୍ନ ସ୍ବରୂପ ଗଡ଼ଖୋର୍ଦ୍ଧା ଛକରେ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ସମେତ ପଲ୍ଲା ଛକରେ ବକ୍ସିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏବେ ରାଜପଥ ସମ୍ପ୍ରସାରଣ ଲାଗି ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ତେବେ ପ୍ରତିମୂର୍ତ୍ତି ସ୍ଥଳର ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ କରାଯାଇନାହିଁ। ଫଳରେ ଅନ୍ଧାରରେ ପ୍ରତିମୂର୍ତ୍ତିଗୁଡିକ ରହିଛି। ଶହୀଦଙ୍କ ସ୍ମୃତିରେ ସଂସ୍କୃତି ଭବନ ପରିସରରେ ମୁଖ୍ୟମନ୍ତ୍ରୀ ଶହୀଦ ସ୍ତମ୍ଭ ଉଦ୍‌ଘାଟନ କରିଥିଲେ। ଏଥିସହିତ ସେହି ସମୟରେ ସେଠାରେ ପାଇକମାନଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର, ସରଞ୍ଜାମ ସାଇତି ରଖିବା ଲାଗି ଏକ ସଂଗ୍ରହାଳୟ ପରିକଳ୍ପନା କରାଯାଇଥିଲା। ତେବେ ନିର୍ମାଣ ହେବା ପରଠାରୁ ତାଲା ଝୁଲୁଛି। ଶହୀଦ ସ୍ତମ୍ଭରେ ବରଗଛ ଉଠିଲାଣି। ୨୦୧୮ ନଭେମ୍ବର ୮ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ।  ଏହି ସ୍ମାରକୀ ପାଇକ ବୀରଙ୍କ ସ୍ବାଭିମାନର ଗୌରବ ପ୍ରତୀକ ହେବ। ତେବେ ଏହାର ନିର୍ମାଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଛି।
  ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ ଗଡ଼ଖୋର୍ଦ୍ଧାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୁଞ୍ଜବନ ମଠ ଅବହେଳିତ ଅବସ୍ଥାରେ ରହିଛି। ଏହି ସ୍ଥାନର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ସେହିପରି ଗୁରୁଜଙ୍ଗଠାରେ ରହିଛି ଧବଳେଶ୍ୱରଙ୍କ ପୀଠ। ଏହି ପୀଠ ପର୍ଯ୍ୟଟନର ମାନ୍ୟତା ପାଇଥିଲେ ମଧ୍ୟ ଭିତ୍ତିଭୂମି ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଏନେଇ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କୁହନ୍ତି, ଖୋର୍ଦ୍ଧାର ଦ୍ରୁତ ବିକାଶ ଚାଲିଛି। ବରୁଣେଇର ସୌନ୍ଦର୍ଯ୍ୟକରଣ ପ୍ରତି ଗୁରୁତ୍ୱ ଦିଆଯାଉଛି। ଭିତ୍ତିଭୂମି ସଜାଡ଼ିବା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି କୁହନ୍ତି, ବରୁଣେଇଠାରେ ସ୍ମାର୍ଟ ପାର୍କ ନିର୍ମାଣ ଚାଲିଛି। ସ୍ଥାନାନ୍ତରିତ ହୋଇଥିବା ପଞ୍ଚପାଇକ ସ୍ଥଳ ଏବଂ ସହର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri