ଗାଁ ପରିଦର୍ଶନ ପୂର୍ବରୁ ହୋଇଥିଲା ରାସ୍ତା ଅବରୋଧ: କାର୍ଯ୍ୟକ୍ରମ ଜାରି ରଖିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ପଟ୍ଟାଙ୍ଗୀ,୧।୫(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଅନୁପ୍ରବେଶ କରି ତାଙ୍କ ରାଜ୍ୟ ସରକାରୀ ଯୋଜନାକୁ ନେଇ ଘରେ ଘରେ ବୁଲି ସଚେତନତା କରୁଥିବା ବେଳେ ଓଡ଼ିଶା ଜିଲା ପ୍ରଶାସନ ରାସ୍ତା ଉପରେ ମାଟି ପକାଇ ରାସ୍ତା ଅବରୋଧ କରି ଜଗିଥିଲା। ସୂଚନା ଅନୁଯାୟୀ,କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ପଡୋଶୀ ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ଫାଟୁସିନେରି, ସଲପଗୁଡା, କଣାଦୋରା, ଫଗୁଣସିନେରି ପ୍ରଭୃତି ଗ୍ରାମରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନା ଦୋରା ପହଞ୍ଚି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଯଥା ଆମ୍ମାବାଡି, ସରକାରୀ ଭତ୍ତା ରଇତୁ ଭରସା, ଓ୍ବାଇଏସ୍‌ଆର ସହାୟତା, ଚେଉତା, ଦିବାନା ପରି ୨୪ଟି ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆଲୋଚନା କରିଥିଲେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦୋରା ଓଡ଼ିଶା-ଆନ୍ଧ୍ର ଭାଇ ଭାଇ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ବାପତୁଲ୍ୟ ଏବଂ ତାଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଚାହୁଁଛୁ କହି ସୀମାନ୍ତ ଗ୍ରାମମାନଙ୍କରେ ଓଡ଼ିଶା ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇ ରହିଯାଇଥିବା ଅନେକ ହିତାଧିକାରୀଙ୍କୁ ଆନ୍ଧ୍ର ସରକାର ସମସ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନେଇଥିବା କହିଥିଲେ ା ଉପସ୍ଥିତ ଗଣମାଧ୍ୟମ ଆଗରେ ସେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଆନ୍ଧ୍ର ରାଜ୍ୟରେ ରହିଥିବା ଆଦିବାସୀମାନଙ୍କ ନିମନ୍ତେ ପ୍ରସ୍ତୁତ ଯୋଜନା ଗୁଡ଼ିକ କିପରି ପହଞ୍ଚିବ ସେନେଇ ପଦକ୍ଷେପ ନେବି ଏହା ସହ ଗ୍ରାମକୁ ସିସି ରାସ୍ତା, ପାନୀୟଜଳ, ଆଧାର କାର୍ଡ ପରି ସମସ୍ତ ଲୋକାଭିମୁଖୀ ଯୋଜନା ପାଇଁ ପଦକ୍ଷେପ ନେବି ବୋଲି କହିଥିଲେ। ଯେଉଁଥିରେ ସୀମାନ୍ତ ଗ୍ରାମବାସୀ ଅନେକ ଉପକୃତ ହୋଇପାରିବେ ଓ ବର୍ତ୍ତମାନ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ୨୭୫୦ ଟଙ୍କା ଭତ୍ତାକୁ ଆସନ୍ତା ଜାନୁୟାରୀ ମାସଠାରୁ ୩୦୦୦ ଟଙ୍କା କରାଯିବ ବୋଲି ସୂଚନା ଦେଇଥିଲେ। ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଠିକ୍‌ ନୁହେଁ । ଜଣେ କେନ୍ଦ୍ରମନ୍ତ୍ରୀ ହୋଇ କୈାଣସି ରାଜ୍ୟ ପ୍ରତି ଆକ୍ଷେପ ନ କରି ସବୁ ରାଜ୍ୟକୁ ସମାନ ଭାବେ ଦେଖିବା ଉଚିତ ା ତେଣୁ କୈାଣସି ରାଜ୍ୟ ସପକ୍ଷରେ ମନ୍ତବ୍ୟ ଦେବା ଠିକ୍‌ ନ ଥିଲା ବୋଲି ସେ ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଦୋରାଙ୍କ ଗସ୍ତ ସମୟରେ ଉପସ୍ଥିତ ଗ୍ରାମବାସୀ ଓଡ଼ିଶାର ବ୍ଲକ ଓ ଜିଲା ପ୍ରଶାସନ ଅଧିକାରୀ ଓ ବିଧାୟକ ଆସିଲେ ଆମମାନଙ୍କ ସହ ଠିକ୍‌ ଭାବେ ବ୍ୟବହାର କରନ୍ତି ନାହିଁ, କିନ୍ତୁ ଆନ୍ଧ୍ରର ଯେକୌଣସି ଅଧିକାରୀ ହୁଅନ୍ତୁ ବା ରାଜନେତା ଆମମାନଙ୍କ ନିକଟରେ ପହଞ୍ଚି ଅତି ସୁନ୍ଦର ବ୍ୟବହାର କରିଥାନ୍ତି ା ଫଳରେ ଆମେ ଆମମାନଙ୍କ ଆଞ୍ଚଳିକ ଭାଷାରେ ଗୀତ ଗାଇ, ବାଜା ବଜାଇ ପାଛୋଟି ନେଇଥାଉ ବୋଲି ସେମାନେ କହିଥିଲେ ।
ସେହିପରି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଦୋରା ଉପରୋକ୍ତ ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ନିଜ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ କୋରାପୁଟ ଜିଲା ପ୍ରଶାସନ କୋଟିଆ ଫଗୁଣସିନେରି ଓ ଫାଟୁସିନେରି ପ୍ରଭୃତି ଗ୍ରାମକୁ ସଂଯୋଗ କରିଥିବା ରାସ୍ତା ଯଥା ମାଡକାର ବ୍ରିଜ୍‌ ନିକଟରେ ଦୁଇଟି ସ୍ଥାନରେ ମାଟି ପକାଇ ରାସ୍ତା ଅବରୋଧ କରି ଜାନିଗୁଡା ଗ୍ରାମ ନିକଟରେ ଜଗି ରହିଥିଲା ।
ସୂଚନାମୁତାବକ, କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା ରାସ୍ତା ଅବରୋଧକୁ ଭଣ୍ଡୁର କରି ନିଜ କାର୍ଯ୍ୟକ୍ରମ ସାରି ଆନ୍ଧ୍ର ଫେରି ଯାଇଥିବା ବେଳେ ପାର୍ବତୀପୁରମ
ଜିଲାର ସାଲୁର ବିଡିଓ ପାର୍ବତୀ, ସରପଞ୍ଚ ବେତ୍ରୁ ଗେମେଲ, ମଣ୍ଡଳ ପରିଷଦ ସଦସ୍ୟ ତଥା ସମିତିସଭ୍ୟ ବିଶୁ, ଡିଡିଓ ଶ୍ରୀନୁ ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ। ସିଆଇ ରୋହିନି ପତି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri