ଇ-ଯାନ ସମସ୍ୟା

ଓଡ଼ିଶା ସରକାର ଇଲେକ୍‌ଟ୍ରିକ ଭେହିକିଲ ବା ବୈଦ୍ୟୁତିକ ଯାନ (ଇଭି) ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିବା ଲାଗି ରିହାତି ହାର ବୃଦ୍ଧି କରିବାକୁ ନିକଟରେ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଛନ୍ତି। ଇ-ଭେହିକିଲ ପଲିସି ବା ବୈଦ୍ୟୁତିକ ଯାନ ନୀତି ୨୦୨୧କୁ ଫଳପ୍ରଦ କରିବା ଲାଗି ସରକାରଙ୍କର ଏହି ପଦକ୍ଷେପ ଅନେକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ,୨୦୨୫ ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ବୈଦ୍ୟୁତିକ ଯାନ ପଞ୍ଜୀକରଣ ଲକ୍ଷ୍ୟ ନେଇ ଏହି ନୀତିକୁ ସରକାର ସେପ୍ଟେମ୍ବର ୨୦୨୧ରେ ଲାଗୁ କରିଥିଲେ। ଉକ୍ତ ନୀତିରେ ବିଭିନ୍ନ ବର୍ଗର ଉପଭୋକ୍ତା ଓ ଗାଡ଼ି ନିର୍ମାତାଙ୍କ ପାଇଁ ରିହାତି ବ୍ୟବସ୍ଥା କରାଯାଇଛି। ସେହିପରି ଜାତୀୟ ସ୍ତରରେ ନୀତି ଆୟୋଗ କହିଛନ୍ତି , ଇ-ଯାନ କ୍ଷେତ୍ରରେ ୨୦୩୦ ସୁଦ୍ଧା ଭାରତରେ ୮୦% ଦୁଇଚକିଆ ଯାନ, ୪୦% ବସ୍‌ ଏବଂ ୩୦-୭୦% କାର୍‌ ଗଡ଼ିବ। ନୀତି ଆୟୋଗ ହୁଅନ୍ତୁ କିମ୍ବା ରାଜ୍ୟ ସରକାର, ଭାବୁଛନ୍ତି ଯେ, ଇ-ଯାନକୁ ପ୍ରୋତ୍ସାହନ ଦେଲେ ଜୀବାଶ୍ମ ଇନ୍ଧନ ଦ୍ୱାରା ନିର୍ଗମନ ହେଉଥିବା କାର୍ବନ ମନୋକ୍ସାଇଡ୍‌ ହ୍ରାସ ହେବା ସହ ପ୍ରଦୂଷଣ ରୋକିବାରେ ପ୍ରମୁଖ ଭୂମିକା ନେବ। ହେଲେ ଇ-ଯାନ କିଣିବା ସାଧାରଣ ଭାରତୀୟ ପାଇଁ କଷ୍ଟକର। ମଧ୍ୟବିତ୍ତ ପରିବାର ପାଖରେ ସାଧାରଣତଃ ଗୋଟିଏ ଗାଡ଼ି ଥାଏ। ଆଜି ପର୍ଯ୍ୟନ୍ତ ସେହି ଗାଡ଼ି ଜୀବାଶ୍ମ ଇନ୍ଧନ( ଫସିଲ ଫୁଏଲ) ଦ୍ୱାରା ପରିଚାଳିତ ହୋଇଆସୁଛି। ଦଶବର୍ଷିଆ ନିୟମକୁ ମାନିବା ପାଇଁ ଇଚ୍ଛୁକ ନାଗରିକ ତାଙ୍କର ଗାଡ଼ି ବିକ୍ରି କରିବାକୁ ଚାହିଁଲେ କିିଣିବା ପାଇଁ କେହି ନାହାନ୍ତି। ଯଦି ଗ୍ରାହକ ମିଳୁଛି ତେବେ ନିହାତି କମ୍‌ ଦରରେ ନେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ବିକ୍ରି ଅର୍ଥକୁ ବ୍ୟାଙ୍କରେ ଋଣ ପାଇଁ ଦେଇ ନୂଆ ଗାଡ଼ି କିଣୁଥିବା ବ୍ୟକ୍ତି ସେହି ସୁବିଧା ହାସଲ କରିବାରୁ ବଞ୍ଚିତ ହୋଇପାରନ୍ତି। ଅର୍ଥାତ୍‌ ମୂଳ ଜମା ପରିମାଣ ପହଞ୍ଚିବା ପାଇଁ ଗାଡ଼ି ବିକ୍ରି କଲାପରେ ନିଜ ହାତରୁ ଅର୍ଥ ଯୋଡ଼ି ବ୍ୟାଙ୍କରେ ଦେବାକୁ ପଡ଼ିବ। ଏହା ବ୍ୟତୀତ ଆଜି ପର୍ଯ୍ୟନ୍ତ ଭାରତକୁ ଆସୁଥିବା ପ୍ରାୟ ସବୁ ଇ-ଯାନ ଚାଇନା ନିର୍ମିତ ହୋଇଥିବାରୁ ସେଗୁଡ଼ିକରେ ନିଆଁ ଲାଗିଯିବା ଭଳି ଅନ୍ୟସବୁ ବିପଦ କ୍ରମଶଃ ଜଣାପଡ଼ିବ। ତତ୍‌ସହିତ ଏହିସବୁ ଗାଡ଼ିର ଚାର୍ଜିଂ କରାଇବା ପାଇଁ ଭିନ୍ନ ପ୍ରକାର ଯନ୍ତ୍ରପାତି ବ୍ୟବହୃତ ହେଉଥିବାରୁ ଜଣେ ଇ-ଗାଡ଼ି ମାଲିକ ଦୂର ବାଟ ଯିବା ପାଇଁ ଭୟ କରିବେ। କାରଣ ରାସ୍ତାରେ ଚାର୍ଜିଂ ଷ୍ଟେଶନ ଆରମ୍ଭ ହୋଇନାହିଁ। ଆର୍ଥିକ ସମସ୍ୟା ବ୍ୟତୀତ ଆମକୁ ମନେରଖିବାକୁ ହେବ ଯେ, ଇ-ଯାନ ବ୍ୟବହାର କରିବାକୁ ହେଲେ ଗାଡ଼ି ବ୍ୟାଟେରିକୁ ଚାର୍ଜିଂ କରିବାକୁ ପଡ଼ିଥାଏ। ସେହି ଚାର୍ଜିଂ ପାଇଁ ବିଦ୍ୟୁତ୍‌ ଶକ୍ତିର ପ୍ରୟୋଜନ ପଡ଼ୁଛି। ଯେତେବେଳେ ଗାଡ଼ିର ସଂଖ୍ୟା ବଢ଼ିବ ସେତେବେଳେ ଅଧିକ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିବାକୁ ହେବ। ମନେରଖିବାକୁ ହେବ ଯେ,ଭାରତରେ ଅଧାରୁ ଅଧିକ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଏବେ କୋଇଲା ଉପରେ ନିର୍ଭରଶୀଳ। ଏଣୁ ଅଧିକ ଚାହିଦା ହେଲେ ଅଧିକ କୋଇଲା ପୋଡ଼ି ବିଦ୍ୟୁତ୍‌ ଉତ୍ପାଦନ କରାଯିବ। ସେଥିପାଇଁ ପେଟ୍ରୋଲ ଏବଂ ଡିଜେଲକୁ ବାଦ୍‌ ପକାଇଲେ କୋଇଲା ଧୂଆଁ ଏବଂ ପାଉଁଶରେ ଆମ ଦେଶର ଅନେକ ଅଂଶ ଅନୁଗୋଳ ଜିଲା ଭଳି ‘ଆଶ୍‌-ପଣ୍ଡ’ରେ ବୁଡ଼ିଯିବେ। ଏଥିରୁ ବୁଝିବାକୁ ହେବ ଯେ,ଇ-ଯାନ ପଛରେ ଧାଇଁଲେ ସମସ୍ୟାର ଦୀର୍ଘମିଆଦୀ ସମାଧାନ ହେବ ନାହିଁ।
ତଥାପି ଇ-ଯାନ ପାଇଁ ସମସ୍ତଙ୍କ ମନରେ ପ୍ରବଳ ଇଚ୍ଛା ଏବଂ ନୀତିନିର୍ଦ୍ଧାରକମାନଙ୍କର ନିଶା ଭାରତକୁ ଏକ ନୂଆ ବିପଦ ଆଡ଼େ ଟାଣି ନେଇପାରେ। ଏଭଳି ପରିସ୍ଥିତିକୁ ବୁଝିପାରିଥିବାରୁ ବାଜ୍ରିଲ ଭଳି ଦେଶ ତାହାର ସବୁଗାଡ଼ିକୁ ଇଥାନଲରେ ଚଳାଉଛି। ପାଶ୍ଚାତ୍ୟ ଦେଶଗୁଡ଼ିକର ଆଣବିକ ବିଦ୍ୟୁତ୍‌ କେନ୍ଦ୍ର ଥିବାରୁ କୋଇଲାଜନିତ ପ୍ରଦୂଷଣ ହେଉନାହିଁ। ସରକାର ଇ-ଯାନ ଗାଡ଼ି ନିର୍ମାତାଙ୍କ ଚାପରେ କିଛି ରିହାତି ଯାଚି ଦେଉଛନ୍ତି। କିନ୍ତୁ ଏହି ପରିବର୍ତ୍ତନ ଦ୍ୱାରା ଭବିଷ୍ୟତରେ ନୂତନ ପ୍ରକାର ସମସ୍ୟା ସୃଷ୍ଟିହେବାର ସବୁ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri