Odisha Elections 2024

ହରିଣଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହେବା ଆଶଙ୍କା

କଟକ ଅଫିସ,୨୫ା୪: କଟକ ମହାନଗର ନିଗମ (ସିଏମ୍‌ସି) ଅନ୍ତର୍ଗତ ତୁଳସୀପୁର ବିଜୁ ପଟ୍ଟନାୟକ ରୋଡ୍‌ର ମହାନଦୀ ବନ୍ଧ ସନ୍ନିକଟରେ ଡିଅର ପାର୍କ ଅବସ୍ଥିତ। ଏହି ପାର୍କରେ ସ୍ବଳ୍ପ ସ୍ଥାନରେ ୨୫୦ରୁ ଅଧିକ ହରିଣ ରହିଛନ୍ତି। ପ୍ରତ୍ୟେକ ଦିନ ଏଠାକୁ ହରିଣ ଦେଖିବା ପାଇଁ ବହୁ ଲୋକ ଆସୁଛନ୍ତି। ସେମାନେ ଖୁସିରେ ହରିଣମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ଦେଉଛନ୍ତି। ତେବେ ଏହାଦ୍ୱାରା ହରିଣମାନଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।
ଜଙ୍ଗଲରେ ହରିଣମାନେ ବୁଲି ବୁଲି ନିଜ ଆବଶ୍ୟକତା ଅନୁସାରେ ଖାଦ୍ୟ ଖାଇଥାନ୍ତି। ତେବେ ଉକ୍ତ ପାର୍କରେ ହରିଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପୁଷ୍ଟିକର ଖାଦ୍ୟ ଦିଆଯାଏ। ଖାଦ୍ୟରେ ଫଳ, ପନିପରିବା ସହ ବିଭିନ୍ନ ଶସ୍ୟ ସାମିଲ ଥାଏ। ହରିଣମାନଙ୍କ ଖାଦ୍ୟ ଓ ରକ୍ଷଣାବେକ୍ଷଣ ବାବଦରେ ସିଏମ୍‌ସି ପକ୍ଷରୁ ବର୍ଷକୁ ୫୧,୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହାସତ୍ତ୍ୱେ ମେସାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ନଦୀ ବନ୍ଧ ଦେଇ ଯାଇଥିବା ରାସ୍ତାପାର୍ଶ୍ୱରେ ଲୋକେ ଅଟକିଯାଇ ହରିଣ ଦେଖିଥାନ୍ତି। ବିସ୍କୁଟ୍‌ ଏବଂ ଅନ୍ୟ ଖାଦ୍ୟ କିଣି ସେମାନଙ୍କୁ ଦେଇଥାନ୍ତି। ତେବେ ସେଠାରେ ଏହି ଲୋକଙ୍କୁ ରୋକିବା ପାଇଁ ସୁରକ୍ଷାକର୍ମୀ ନାହାନ୍ତି। କୌଣସି ସୂଚନା ଫଳକ ମଧ୍ୟ ନାହିଁ। ପାର୍କ ଚାରିପଟେ ତାରଜାଲି ଗୁଡ଼ାଯାଇଛି, କିନ୍ତୁ ତାହା ନାମକୁ ମାତ୍ର। ଖାଦ୍ୟ ଲୋଭରେ ହରିଣମାନେ ଜାଲି ନିକଟକୁ ଚାଲିଆସିଥାନ୍ତି। ରାସ୍ତାରେ ଛିଡ଼ା ହୋଇ ଲୋକେ ଖାଦ୍ୟ ଜାଲି ମଧ୍ୟକୁ ବିସ୍କୁଟ ଫିଙ୍ଗିଥାନ୍ତି। ହରିଣମାନେ ସେହି ଖାଦ୍ୟ ଖାଇ ବେଳେବେଳେ ଅସୁସ୍ଥ ହୋଇପଡ଼ିଥାନ୍ତି ବୋଲି ଅଭିଯୋଗ ଶୁଣିବାକୁ ମିଳେ। ସେହିପରି ଏହି ପାର୍କରେ କମ୍‌ ସ୍ଥାନରେ ମାତ୍ରାଧିକ ହରିଣ ରହୁଛନ୍ତି। ପାର୍କ ସ୍ଥାନାନ୍ତରଣ ହେବା ନେଇ ୪ବର୍ଷ ହେଲା କୁହାଯାଉଛି। ମାତ୍ର ପଦକ୍ଷେପ ନିଆଯାଉନାହିଁ। ୧୯୮୧ ମସିହାରେ ୫ଟି ହରିଣକୁ ନେଇ ପ୍ରାୟ ଅଢେଇ ଏକର ଜମିରେ ଗଢିଉଠିଥିବା ଏହି ପାର୍କ ଅବସ୍ଥା ଦୟନୀୟ ଅବସ୍ଥାରେ ପହଞ୍ଚିଲାଣି। ଏନେଇ ସାମାଜିକ କର୍ମୀ ଈଶ୍ୱର ମହାନ୍ତି କହିଛନ୍ତି, ହରିଣଙ୍କୁ ବାହାର ଖାଦ୍ୟ ଦେବା ଦ୍ୱାରା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ। ଏଥିପାଇଁ ଲୋକେ ସଚେତନ ହେବା ଆବଶ୍ୟକ। ସେହିପରି ଲୋକଙ୍କୁ ବାରଣ କରିବା ପାଇଁ ସେଠାରେ ସୁରକ୍ଷା କର୍ମୀ ନିୟୋଜନ ସହ ସୂଚନା ଫଳକ ଲଗାଯିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଏ ନେଇ ଡିଅର ପାର୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୋଖରୀରେ ବାଣ ବିସ୍ଫୋରଣ ଘଟଣା : ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯l୫: ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୋଖରୀ ଦେବୀଘାଟରେ ଘଟିଥିବା ଦୁର୍ଭାଗ୍ୟଜନକ ବାଣ ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି l ଏନେଇ ମୁଖ୍ୟମନ୍ତ୍ରୀ...

ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ, ବାଣ ନିଆଁ ପଡ଼ି ୨୦ରୁ ଉର୍ଦ୍ଧ ଆହତ

ପୁରୀ,୨୯।୫: ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଏକ ବଡଧରଣର ଅଘଟଣ ଘଟିଛି। ବାଣ ନିଆଁ ପଡ଼ି ୨୦ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି। ମହାପ୍ରଭୁ...

ଗ୍ୟାସ୍‌ ଚୁଲାରୁ ନିଆଁ ଲାଗି ମହିଳାଙ୍କ ଜୀବନ ଗଲା, ବଞ୍ଚାଇବାକୁ ଯାଇ ସ୍ବାମୀ-ପୁଅ ଆହତ

ଖଲ୍ଲିକୋଟ,୨୯ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମର ଜଣେ ମହିଳା ଗ୍ୟାସ୍‌ଚୁଲାରୁ ନିଆଁ ଲାଗି ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ...

ସପ୍ତାହକରେ ବନ୍ଧାହେଲେଣି ଶହେରୁ ଅଧିକ ଅସାମାଜିକ

ଛତ୍ରପୁର,୨୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ ଜାରି ରହିଛି। ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନାରେ...

ଗଛତଳେ ଆଶ୍ରୟ ନେଇଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

କୋକସରା,୨୯ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଧଅଁରପୁର ପଞ୍ଚାୟତ ତେନ୍ତୁଳିପଡ଼ାରେ ବଜ୍ରପାତ ଘଟି ଦୁଇ ଯୁବକଙ୍କ ଜୀବନ ଯାଇଛି। ଧଅଁରପୁର ଗ୍ରାମକୁ ମିସ୍ତ୍ରୀ...

ଜୁନ୍‌ ୧ ଭୋଟଗ୍ରହଣ ପାଇଁ ୩୦ ତାରିଖ ସନ୍ଧ୍ୟାରୁ ୧୪୪ ଧାରା ଜାରି,୧୦୦ ମିଟର ମଧ୍ୟରେ ଫୋନ୍‌ ବ୍ୟବହାର ନିଷେଧ

କଟକ,୨୯ା୫ (କାର୍ତ୍ତିକ ସାହୁ): ଅନ୍ତିମ ପର୍ଯ୍ୟାୟ ଜୁନ୍‌ ୧ ତାରିଖ ଭୋଟ ପାଇଁ କଟକ ଜିଲାର ନିଆଳି, ସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର...

ଲୋକପ୍ରିୟ ମୃଦୁ ପାନୀୟରେ କଣ୍ଡୋମ୍, କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ପାରଳାଖେମୁଣ୍ଡି, ୨୯।୫(ଗିରିଧାରୀ ପରିଛା): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିଥିବା ବେଳେ ଗଜପତି ଜିଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି। ସାଧାରଣ ଜନତା ହୁଅନ୍ତୁ...

ରାସ୍ତାକଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

କାମାକ୍ଷାନଗର,୨୯।୫: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମ ନିକଟରେ ବୁଧବାର ସାରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri