୫୦ କୋଟି ପ୍ରାପ୍ୟ ପାଇଁ ଗାଁରୁ ଆରମ୍ଭ ହେବ ଆନ୍ଦୋଳନ

ଯାଜପୁର ଅଫିସ,୧୨।୪ : ଓଡ଼ିଶା ଖଣି ନିଗମ ସୁକିନ୍ଦା ଉପତ୍ୟକାର କଲରଙ୍ଗୀ କ୍ରୋମାଇଟ ଖଣି ଶ୍ରମିକଙ୍କ ହକ୍‌ ପ୍ରାପ୍ୟ ୫୦ କୋଟି ଟଙ୍କା ପ୍ରଦାନ ନ କଲେ ବ୍ୟାପକ ଆନ୍ଦୋଳନ ହେବ। ଏହାବାଦ୍‌ ଘରକୁ ଘର ଯାଇ ଏକ ଅଭିନବ ଅଭିଯାନ କରାଯିବ ବୋଲି ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକ ଘୋଷଣା କରିଛନ୍ତି।
ସୁକିନ୍ଦା-ଭୂବନ ଅଞ୍ଚରୁ ଆଗୁଆ ଶ୍ରମିକମାନଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି ା ଏଥିରେ କଳିଙ୍ଗନଗର କାରଖାନା ଓ କେନ୍ଦୁଝର ଜିଲା ବଉଳା କ୍ରୋମାଇଟ ଖଣି ଅଞ୍ଚଳର ପ୍ରତିନିଧିମାନେ ଯୋଗଦେଇଥିଲେ ା ଶ୍ରମିକନେତା ହୃଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ମାୟାଧର ନାୟକ ସମ୍ପ୍ରତି ସାରା ଓଡିଶାରେ ଶ୍ରମଜୀବୀମାନଙ୍କ ବ୍ୟଥା ଓ ବେଦନା ତଥା ମାଲିକ ଠିକାଦାରମାନଙ୍କ ଶୋଷଣ ସମ୍ପର୍କରେ ଆଲୋଚନା କରିଥିଲେ। କଲରଙ୍ଗୀ ଖଣି ଶ୍ରମିକଙ୍କ ହକ ପ୍ରାପ୍ୟ ୫୦ କୋଟି ପାଇଗଲେ ସାରା ଓଡିଶାରେ କଳକାରଖାନା, ଖଣିଖାଦାନ, ଶିଳ୍ପାନୁଷ୍ଠାନର ଶ୍ରମିକ କର୍ମଚାରୀମାନେ ବର୍ଷବର୍ଷ ଧରି ଶୋଷଣର ଶିକାର ଓ ହକ ପ୍ରାପ୍ୟ ପାଇବାକୁ ଆନ୍ଦୋଳନ ଗଢି ତୋଳିବେ ା ଖଣି ନିଗମ ବିଭିନ୍ନ ସ୍ଥାନରେ ବେଆଇନ ଖନନ ପାଇଁ ରାଜ୍ୟ ସରକାରଙ୍କୁ ୩୦୦ କୋଟି ଟଙ୍କା ଜରିମାନା ଦେଇଛି ା ଓଡିଶାର ଖଣି ଖାଦାନରୁ କେତେକ ନେତା ଓ ଅଫିସର ମାସିକ ବଟି ବାବଦକୁ ବିପୁଳ ଅର୍ଥ ଆଦାୟ କରୁଛନ୍ତି ା ସରକାର ଏଥିପ୍ରତି ଆଖିବୁଜି ଦେଇଛନ୍ତି ା କିନ୍ତୁ କଳରଙ୍ଗୀ ଶ୍ରମିକଙ୍କ ପ୍ରାପ୍ୟ ୨୨ ବର୍ଷ ହେଲା ଦେଉ ନ ଥିବାରୁ ଶ୍ରମିକଙ୍କ ମହଲରେ ଅସନ୍ତୋଷ ତେଜୁଛି। ନିଷ୍ପତ୍ତି ଅନୁଯାୟ ପ୍ରଥମେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଘର କାମାକ୍ଷାନଗର ନିକଟ ଅନନ୍ତପୁରକୁ ଯାଇ ଶ୍ରମିକମାନେ ପ୍ରାପ୍ୟ ପାଇଁ ନିବେଦନ କରିବେ। ଖଣି ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଭୁବନ ବ୍ଲକ ଅଞ୍ଚଳରୁ ଅନଳ, ଓଡିଶୋ, ବଡକାଠିଆ, ବରନାଳୀ, ବରଗଜି, କୃଷ୍ଣପୁର ପ୍ରଭୃତି ଗ୍ରାମରୁ ପ୍ରାୟ ୩୦୦ ଶ୍ରମିକ କଲରଙ୍ଗୀ ଖଣିରେ କାମ କରନ୍ତି ା ପୁନଶ୍ଚ ଚିଫ୍‌ ସେକ୍ରେଟାରୀ ପ୍ରଦୀପ ଜେନାଙ୍କ ଘର ସୁକିନ୍ଦା ସୀମାନ୍ତ ଭୂବନ ବ୍ଲକର ବାଲିଛାଟିରେ ା କଲରଙ୍ଗୀ ଶ୍ରମିକଙ୍କ ପ୍ରାପ୍ୟ ପଇଠ କରିବା ପାଇଁ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ଖଣିମନ୍ତ୍ରୀ, ଏମ୍‌ପି, ବିଧାୟକ, ମୁଖ୍ୟ ଶାସନ ସଚିବଙ୍କଠାରୁ ଖଣି ନିଗମ, କେନ୍ଦ୍ରୀୟ ଶ୍ରମ ବିଭାଗ ସମସ୍ତଙ୍କୁ ସ୍ମାରକପତ୍ର ଦିଆଯାଇଛି। ଓଡିଶା ହାଇକୋର୍ଟ, କେନ୍ଦ୍ରଜଙ୍ଗଲ ପରିବେଶ ମନ୍ତ୍ରାଳୟ ପକ୍ଷରୁ ୨୦ ବର୍ଷହେଲା କଲରଙ୍ଗୀ ଖଣି ଖୋଲିବା ପାଇଁ ନିର୍ଦ୍ଦେଶ ଥିଲେ ବି ଖଣି ନିଗମ ଖାତିର କରୁନାହିଁ। ତେଣୁ ଖଣି ଶ୍ରମିକମାନେ ମନ୍ତ୍ରୀ ଓ ସଚିବଙ୍କ ଗ୍ରାମ ଘରକୁ ଯାଇ ଅନୁରୋଧ କରିବେ ା ଏହି ଅଭିନବ ଅଭିଯାନ ସୁକିନ୍ଦା, ଭୂବନ, କାମାକ୍ଷାନଗରରୁ ଆରମ୍ଭ ହେବ ବୋଲି ଶ୍ରମିକ ନେତା ନାୟକ ଘୋଷଣା କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri