ସାଙ୍ଗିଆ କରିଛି ଅଡୁଆ

ଢେଙ୍କାନାଳ ଅଫିସ, ୨୯।୩:  ‘ସଅର’ ସାଙ୍ଗିଆ ପାଇଁ ଅଡୁଆରେ ପଡ଼ିଛନ୍ତି ଢେଙ୍କାନାଳ ଜିଲାରେ ବସବାସ କରୁଥିବା ଜନଜାତି ବର୍ଗର ଶତାଧିକ ପରିବାର। ଜିଲାର ଆର୍‌ଆଇମାନେ ଜମିପଟ୍ଟାରେ ସେମାନଙ୍କ ସାଙ୍ଗିଆ ‘ଶବର’ ପରିବର୍ତ୍ତେ ‘ସଅର’ ବୋଲି ଉଲ୍ଲେଖ କରୁଛନ୍ତି। ଫଳରେ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳିପାରୁନାହିଁ। ଏହାର ପ୍ରତିବାଦରେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଛି ‘ଓଡ଼ିଶା ପ୍ରଜା ସଂଘର୍ଷ ସମିତି’। ଜିଲାପାଳ ସରୋଜ କୁମାର ସେଠୀ ଧାରଣାସ୍ଥଳରେ ପହଞ୍ଚତ୍ ଏକ କମିଟି ଗଠନ କରାଯାଇ ବିସ୍ତୃତ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଅଭିଯୋଗ ଅନୁଯାୟୀ, ଜମି ପଟ୍ଟାରେ ‘ଶବର’ ବଦଳରେ ‘ସଅର’ ଲେଖାଯାଉଥିବାରୁ ଜିଲାର ବହୁ ଜନଜାତି ପରିବାର ନ୍ୟାଯ୍ୟ ଦାବିରୁ ବଞ୍ଚତ୍ତ ହେଉଛନ୍ତି। ଏହାର ସମାଧାନ ଲାଗି ଉତ୍ତରାଞ୍ଚଳ ରାଜସ୍ବ କମିଶନର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାରମାନେ ଏ ଦିଗରେ ପଦକ୍ଷେପ ନେବାକୁ ଆର୍‌ଆଇଙ୍କୁ ଜଣାଇବା ସତ୍ତ୍ୱେ ତ୍ରୁଟିପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯାଉଛି। ଏହାର ପ୍ରତିବାଦରେ ‘ଓଡ଼ିଶା ପ୍ରଜା ସଂଘର୍ଷ ସମିତି’ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିପୂର୍ବରୁ ପୂର୍ବାହ୍ନ ୧୦ଟାରେ ବାଜିଚୌକ୍‌ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଆନ୍ଦୋନକାରୀମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ଆଦିବାସୀ ନୃତ୍ୟଗୀତର ତାଳେତାଳେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ପ୍ରତିବାଦ କରିଥିଲେ। ପ୍ରବଳ ଖରା ସତ୍ତ୍ୱେ ସେମାନେ ଛୋଟ ପିଲାଙ୍କୁ ଧରି ଧାରଣାରେ ବସିଥିଲେ। ‘ଓଡ଼ିଶା ପ୍ରଜା ସଂଘର୍ଷ ସମିତି’ ଅଧ୍ୟକ୍ଷ ଇଂ. ଦେବାଶିଷ ହୋତାଙ୍କ ସହ ଜିଲାପାଳ ନିଜ ପ୍ରକୋଷ୍ଠରେ ଆଲୋଚନା କରିଥିଲେ। ହେଲେ ଏହା ଫଳପ୍ରଦ ହୋଇ ନ ଥିଲା। ଏହାପରେ ବରିଷ୍ଠ ପୋଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବୁଝାଶୁଝା କରାଯାଇଥିଲେ ମଧ୍ୟ ଧାରଣାକାରୀ ଜିଦ୍‌ରେ ଅଟଳ ରହିଥିଲେ। ତେବେ ରାତି ୮ରେ ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣା ହଟିଛି। ଅତିରିକ୍ତ ଜିଲାପାଳ ଉଦୟ କୁମାର ମହାପାତ୍ର, ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ମୁତୟନ କରାଯାଇଥିଲା।
ସୂଚନାଯୋଗ୍ୟ, ରାଜ୍ୟ ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ୨୦୦୯ ଜୁନ୍‌ ୧୨ରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଏକ ଚିଠି ଲେଖିଥିଲା। ତଦନୁଯାୟୀ ଜମିପଟ୍ଟାରେ ଜାତି ସ୍ଥାନରେ ‘ସଅର’କୁ କାଟି ‘ଶବର’ ଲେଖିବା ପାଇଁ ଜିଲାପାଳଙ୍କୁ ବୋର୍ଡ ଅଫ୍‌ ରେଭେନ୍ୟୁ କ୍ଷମତା ପ୍ରଦାନ କରିବା ଲାଗି ତତ୍କାଳୀନ ବିଭାଗୀୟ ପ୍ରମୁଖ ସଚିବ ଅନୁରୋଧ କରିଥିଲେ। ହେଲେ ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଏହାର ପ୍ରତିବାଦରେ ୨୦୨୨ ମାର୍ଚ୍ଚ ୩୦ରେ କଟକ ବୋର୍ଡ ଅଫ୍‌ ରେଭେନ୍ୟୁ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା। ତଥାପି ଆର୍‌ଆଇମାନେ ବିଭାଗୀୟ ନିର୍ଦ୍ଦେଶ ପାଳନ କରୁ ନ ଥିବାରୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଜିଲାର ୧,୨୧୫ ଶବର ଆଦିବାସୀଙ୍କ ରିପୋର୍ଟ ଠିକ୍‌ କରି ନ ଦେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ‘ଓଡ଼ିଶା ପ୍ରଜା ସଂଘର୍ଷ ସମିତି’ର ଅଧ୍ୟକ୍ଷ ଦେବାଶିଷ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri