Posted inଜାତୀୟ

ପଛୁଆବର୍ଗଙ୍କୁ ଠକିବା ପାଇଁ ପ୍ରୟାସ କରାଯାଉଛି: ଶ୍ରୀକାନ୍ତ

ଭୁବନେଶ୍ବର, ୨୨ା୩(ବ୍ୟୁରୋ): ରାଜ୍ୟ ସରକାର ପଛୁଆବର୍ଗଙ୍କ ସର୍ଭେ କରିବାକୁ ଯାଉଛନ୍ତି। ମାତ୍ର ଏହା ସେହି ବର୍ଗ ପାଇଁ ଉପହାସ ସଦୃଶ। ୨୩ ବର୍ଷ ଏହି ବର୍ଗକୁ ଠକିବା ପରେ ପୁଣି ଠକିବା ପାଇଁ ପ୍ରୟାସ କରାଯାଉଛି ବୋଲି ମଙ୍ଗଳବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି।
ଏକ ଖବରଦାତା ସମ୍ମିଳନୀ ଜରିଆରେ ମଙ୍ଗଳବାର ଶ୍ରୀକାନ୍ତ କହିଛନ୍ତି, ରାଜ୍ୟ ସରକାରଙ୍କ ସର୍ଭେ କ’ଣ ଜାତିଭିତ୍ତିକ ଜନଗଣନା। ଏହାକୁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ପଛୁଆ ବର୍ଗଙ୍କ ସର୍ଭେ ନଁ।ରେ ରାଜ୍ୟ ସରକାର ସେହି ବର୍ଗ (ରାଜ୍ୟର ୫୪% ଲୋକଙ୍କୁ) ଠକୁଛନ୍ତି। ଜାତିଭିତ୍ତିକ ଜନଗଣନା ନ କରି ସର୍ଭେ ନଁ।ରେ ରାଜ୍ୟ ସରକାର ଓଡ଼ିଶାର ୫୪% ପଛୁଆ ବର୍ଗଙ୍କୁ ଠକିବାକୁ ଯାଉଛନ୍ତି। ରାଜ୍ୟରେ ୨୫ ବର୍ଷର ଶାସନ କାଳରେ ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର (ଶିକ୍ଷା ଓ ଚାକିରି) କ୍ଷେତ୍ରରୁ ବଞ୍ଚିତ ହୋଇଛନ୍ତି। ଏହାଦ୍ୱାର ରାଜ୍ୟର ଲକ୍ଷ ଲକ୍ଷ ପଛୁଆବର୍ଗର ଯୁବତୀଯୁବକମାନେ ଚାକିରି ଓ ଶିକ୍ଷାର ସୁଯୋଗ ହରାଉଛନ୍ତି। ରାଜ୍ୟରେ ମାତ୍ର ୬% ଲୋକଙ୍କ ହାତରେ ରାଜନୈତିକ କ୍ଷମତା, ପ୍ରଶାସନିକ କ୍ଷମତା ଠୁଳ ହୋଇଛି। ରାଜ୍ୟର ପ୍ରାୟ ୩୮.୫% ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗରୁ ବୈଷୟିକ ଶିକ୍ଷା ଓ ମେଡିକାଲ ଶିକ୍ଷାର ସଂଖ୍ୟା ଅନୁପାତରେ ସଂରକ୍ଷଣ ଦିଆଯାଉନାହିଁ। ଲୋକଙ୍କୁ ଭୁଅଁ। ବୁଲେଇ ଏହି ବର୍ଗ ପ୍ରତି ଦରଦ ଅଛି ବୋଲି କହି ୨୦୨୪ ପୂର୍ବରୁ ଭୋଟ୍‌ ନେବାକୁ ଆଉ ଏକ ଉଦ୍ୟମ କରାଯାଉଛି। ଏହି ବର୍ଗର ସାମ୍ବିଧାନିକ ହକ୍‌ ହାସଲ ପାଇଁ ‘ଅଧିକାର ଯାତ୍ରା’ ଆରମ୍ଭ କରାଯିବ। ରାଜ୍ୟର ସମସ୍ତ ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନକୁ ଏହି ଅଭିିଯାନରେ ସାମିଲହେବା ପାଇଁ ନିବେଦନ କରୁଛୁ ବୋଲି ଶ୍ରୀକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

ଭାଜପା କେବେବି ମଜଭୁତ ଭାରତ ଗଢି ପାରିବ ନାହିଁ, ସତରେ କ’ଣ ମୋଦି କହିଛନ୍ତି ଏମିତି? ଜାଣନ୍ତୁ ଭାଇରାଲ…

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନର ୨୦୨୪ର ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଭାଜପା...

ଡରୁଛନ୍ତି ରାହୁଲ-ପ୍ରିୟଙ୍କା: ଅର୍ଜୁନ ରାମ ମେଘଓ୍ବାଲ

ନୂଆଦିଲ୍ଲୀ,୨୮।୪: ବିକାନେର ଲୋକ ସଭା ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା...

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri