Posted inଜାତୀୟ

କେନ୍ଦ୍ରର ସିବିଆଇ, ଇଡି ଅସ୍ତ୍ର

ନୂଆଦିଲ୍ଲୀ, ୧୧ା୩: ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା) ବିରୋଧୀଙ୍କୁ ଟାର୍ଗେଟ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରୁଥିବା ଅଭିଯୋଗ ନୂଆ ନୁହେଁ। କିନ୍ତୁ ସମ୍ପ୍ରତି ତିନୋଟି ରାଜ୍ୟରେ କ୍ଷମତାସୀନ ଦଳର ନେତାମାନଙ୍କ ପଛରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକକାଳୀନ ଲାଗିପଡ଼ିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାରର ଦୁଇ ପୂର୍ବତନ ପ୍ରଭାବଶାଳୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଡିଆ ଏବେ ତିହାର ଜେଲରେ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଗିରଫ ହୋଇଥିବା ସିସୋଡିଆଙ୍କୁ ଇଡି ୭ ଦିନିଆ ରିମାଣ୍ଡରେ ନେଇଛି। ଏହି ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ଝିଅ କେ. କବିତା ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବା ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦେଇଥିବାବେଳେ ତାଙ୍କୁ ଇଡି ଶନିବାର ଗିରଫ କରିପାରେ। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ସ୍ତ୍ରୀ ରାବ୍ରୀ ଦେବୀଙ୍କୁ ନିଯୁକ୍ତି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇ ଜେରା କରିବା ପରେ ଶନିବାର ଇଡି ତତ୍ପରତା ଦେଖାଇଛି। ଲାଲୁଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଓ ତାଙ୍କ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ଇଡି ଚଢ଼ାଉ କରିଛି। ଏସବୁକୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇଛି। କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦଳଗୁଡ଼ିକ ଭାଜପାର ବଡ଼ ଚ୍ୟାଲେଞ୍ଜର ଭାବେ ଉଭା ହେବା ସମ୍ଭାବନା ରହିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଡିଆଙ୍କୁ ଶୁକ୍ରବାର ଏକ ସ୍ଥାନୀୟ ସ୍ବତନ୍ତ୍ର କୋର୍ଟରେ ହାଜର କରାଇଥିଲା। ସିସୋଡିଆ ଅବକାରୀ ବିଭାଗ ଦାୟିତ୍ୱରେ ଥିବାବେଳେ ୨୯୨.୮ କୋଟି ଟଙ୍କାର ଅବକାରୀ ଦୁର୍ନୀତି ହୋଇଥିବା ଏବଂ ସେ ସାଉଥ୍‌ ଗ୍ରୁପ୍‌ ଲିକର କାର୍ଟେଲଠାରୁ ୧୦୦ କୋଟି ଲାଞ୍ଚ ନେଇଥିବା ଇଡି ଦର୍ଶାଇଛି। ୨୦୨୧-୨୨ ଏକ୍ସାଇଜ୍‌ ପଲିସି ଦୁର୍ନୀତି ମାମଲାର ଷଡ଼ଯନ୍ତ୍ରକାରୀ ସିସୋଡିଆଙ୍କଠାରୁ ଅଧିକ ତଥ୍ୟ ହାସଲ ପାଇଁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ରିମାଣ୍ଡରେ ନେବା ଲାଗି କୋର୍ଟଙ୍କୁ ନିବେଦନ କରିଥିଲା। ଜାତୀୟ ରାଜନୀତିରେ କେସିଆର୍‌ଙ୍କ ଭୂମିକା ବଢ଼ୁଥିବାବେଳେ ତାଙ୍କ ଝିଅ କେ. କବିତାଙ୍କୁ ମଧ୍ୟ ଇଡି ଏହି ମାମଲାରେ ସମନ କରିଛି। ଶନିବାର ତାଙ୍କ ବୟାନ ରେକର୍ଡ କରିବାକୁ ଡକାଯାଇଥିବା କୁହାଯାଇଛି। ତେବେ ଇଡି ତାଙ୍କୁ ମଧ୍ୟ ଗିରଫ କରିପାରେ ବୋଲି ବିଆର୍‌ଏସ୍‌ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି। ଏଥିପାଇଁ କେସିଆର୍‌ଙ୍କ ପୁଅ ତଥା ତେଲଙ୍ଗାନା ମନ୍ତ୍ରୀ କେ.ଟି. ରାମାରାଓ (କେଟିଆର୍‌) ଜେରାବେଳେ ନିଜ ଭଉଣୀଙ୍କ ସହ ଉପସ୍ଥିତ ରହିବା ଲାଗି ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଦିଲ୍ଲୀ, ଏନ୍‌ସିଆର୍‌ ଏବଂ ବିହାରରେ ଥିବା ଲାଲୁ, ରାବ୍ରୀଙ୍କ ଝିଅପୁଅମାନଙ୍କ ୧୫ଟି ସ୍ଥାନରେ ଇଡି ଏକକାଳୀନ ତନାଘନା କରିଛି। ପୁଅ ତେଜସ୍ବୀ, ଦୁଇଝିଅ ରୋହିଣୀ ଆଚାର୍ଯ୍ୟ ଓ ମିସା ଭାରତୀ (ରାଜ୍ୟ ସଭା ସଦସ୍ୟା)ଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି। ତେଜସ୍ବୀ କହିଛନ୍ତି, ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏପରି କରାଉଥିବେ। କିନ୍ତୁ ଏହା ତାଙ୍କୁ କିମ୍ବା ତାଙ୍କ ଦଳକୁ କିଛି ପ୍ରଭାବ ପକାଇବ ନାହିଁ। ରୋହିଣୀ କହିଛନ୍ତି, ଅସୁସ୍ଥ ବାପାଙ୍କୁ ହଇରାଣ କରିବା ପାଇଁ କେନ୍ଦ୍ରର ପଦକ୍ଷେପ ଯୋଗୁ ସେମାନଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି। ଉଲ୍ଲେଖଯୋଗ୍ୟ, ଲାଲୁ ରେଳମନ୍ତ୍ରୀ ଥିବାବେଳେ ଆଶାୟୀଙ୍କୁ ନିଯୁକ୍ତି ଦେବା ପାଇଁ ସେମାନଙ୍କଠାରୁ ଜମି ନେଇଥିବା ଅଭିଯୋଗ ରହିଛି। ଲାଲୁ, ରାବ୍ରୀ ଓ ଅନ୍ୟ ୧୪ ଜଣଙ୍କ ବିରୋଧରେ ସିବିଆଇ ମାର୍ଚ୍ଚ ୧୫ରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଗତବର୍ଷ ସିଙ୍ଗାପୁରରେ ଲାଲୁଙ୍କ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ଏଏପି ଏମ୍‌ପି ସଞ୍ଜୟ ସିଂ କହିଛନ୍ତି, ଭାଜପା ବିରୋଧୀ ଦଳର ନେତାମାନଙ୍କୁ ଜାଣିଶୁଣି ଟାର୍ଗେଟ କରୁଛି। ଯେଉଁମାନେ ଭାଜପାରେ ସାମିଲ ହେଉଛନ୍ତି, ସେମାନଙ୍କ ମାମଲା ରଫାଦଫା କରିଦିଆଯାଉଛି। ହିମନ୍ତ ବିଶ୍ୱଶର୍ମା, ନାରାୟଣ ରାଣେ, ମୁକୁଲ ରୟ, ଶୁଭେନ୍ଦୁ ଅଧିକାରୀ ଏହାର ଉଦାହରଣ ବୋଲି ସେ କହିଛନ୍ତି। ପ୍ରକାଶ ଯେ, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ବିରୋଧୀଙ୍କ ବିପକ୍ଷରେ ନ ଲଗାଇବା ପାଇଁ ଗତ ସପ୍ତାହରେ ୮ ରାଜନୈତିକ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି କାଫେ ଉଦ୍‌ଘାଟନ କଲେ ଏମ୍‌ପି

ତୁମୁଡିବନ୍ଧ,୨୬ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ଶୁକ୍ରବାର ତୁମୁଡିବନ୍ଧ ଗସ୍ତ କରି ବ୍ଲକ୍‌ ପରିସରରେ ଥିବା ମିଶନ ଶକ୍ତି କାଫେ, ବେଲଘର...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri