ପ୍ଲାଷ୍ଟିକ୍‌ ଅଲିଭ ରିଡ୍‌ଲେଙ୍କ ପାଇଁ ବିପଦ ସାଜିଛି

କେନ୍ଦ୍ରାପଡା ଅଫିସ,୧୦ା୩:ରାଜନଗର ବ୍ଲକ ପେଣ୍ଠଠାରେ ସାଗରବେଳା ମହୋତ୍ସବ ଗତ ୩ ତାରିଖରୁ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା। ମହୋତ୍ସବ ସରିଯାଇଥିବା ବେଳେ ଏହି ପର୍ଯ୍ୟଟନ କ୍ଷେତ୍ରରେ ଆବର୍ଜନା କୁଢ଼ କୃଢ଼ ପଡ଼ି ରହିଛି; ଯାହା ପର୍ଯ୍ୟଟକଙ୍କ ପାଇଁ ବିରକ୍ତି ଆଣୁଥିବା ବେଳେ ବହୁଳ ପରିମାଣରେ ପ୍ଲାଷ୍ଟିକ ବିପଦ ସୃଷ୍ଟି କରିବ ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଜିଲା ପ୍ରଶାସନ ପକ୍ଷରୁ ବେଳାଭୂମି ସଫେଇ କରିବାକୁ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ପ୍ରଭାକର ସାମଲ, ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ, ପରିବେଶବିତ୍‌ ହେମନ୍ତ କୁମାର ରାଉତ ପ୍ରମୁଖ ବୁଧବାର ଦାବି କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପେଣ୍ଠ ବେଳାଭୂମିର ଗୁରୁତ୍ୱ ରହିଛି। ଏହି ସ୍ଥାନରେ ସମୁଦ୍ରର ତୀବ୍ର ଜୁଆର ଦେଖିବାକୁ ମିଳୁଥିବା ବେଳେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ମନ ଭରି ଉପଭୋଗ କରିଥାନ୍ତି। ଏଠାରେ ମଧ୍ୟ ଓଡ଼ିଶାର ପ୍ରଥମ ଜିଓ ସିନ୍ଥେଟିକ ଟ୍ୟୁବୱାଲ ଅଛି। ଏଥିସହ ଭିତରକନିକା ମଧ୍ୟରେ ଏହି ବେଳାଭୂମି ଥିବାରୁ ପ୍ରତିଦିନ ବହୁ ପର୍ଯ୍ୟଟକ ଆସିଥାନ୍ତି। ଗୁରୁବାରଠାରୁ ନଳିତାପଟିଆରେ ଭିତରକନିକା ମହୋତ୍ସବ ଅନୁଷ୍ଠିତ ହେବ। ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ତେବେ ସାଗରବେଳା ମହୋତ୍ସବ ପରେ ଆବର୍ଜନା ଉଠା ଯାଇ ନ ଥିବାରୁ ପର୍ଯ୍ୟଟକଙ୍କ ମନରେ ଏହି ସ୍ଥାନ ପ୍ରତି ନକାରାତ୍ମକ ଭାବ ସୃଷ୍ଟି ହେଉଛି। ଏପରି କି ଅଳିଆରୁ ବାହାରୁଥିବା ଦୁର୍ଗନ୍ଧରେ ୧୦ରୁ ୧୫ ମିନିଟ୍‌ ରହିବା ସମ୍ଭବ ନୁହେଁ। ଅପରପକ୍ଷରେ ପେଣ୍ଠ ନିକଟସ୍ଥ ଗହୀରମଥା ରେଞ୍ଜ ଅଞ୍ଚଳରେ ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ସାମୂହିକ ଅଣ୍ଡାଦାନ ପାଇଁ ଜମା ହୋଇଛନ୍ତି। ଏହି ପ୍ରଜାତିର କଇଁଛଙ୍କ ପାଇଁ ପ୍ଲାଷ୍ଟିକ ସାମଗ୍ରୀ ଏକ ବିପଦ ବୋଲି ଗବେଷକମାନେ ସତର୍କ କରାଉଛନ୍ତି। ସମୁଦ୍ର ମଧ୍ୟରେ ପଡିଥିବା ପ୍ଲାଷ୍ଟିକ ସାମଗ୍ରୀରେ ସେମାନେ ଖାଦ୍ୟ ପଦାର୍ଥର ବାସ୍ନା ପାଇଥାନ୍ତି। ଏଥିପାଇଁ ଖାଦ୍ୟ ହୋଇ ନ ଥିଲେ ମଧ୍ୟ ଆଗ୍ରହରେ ପ୍ଲାଷ୍ଟିକ ପଦାର୍ଥକୁ ଗିଳି ଦେଇଥାନ୍ତି। ଫଳରେ ସେମାନଙ୍କ ମୃତ୍ୟୁ ହୋଇଥାଏ। ସେହିପରି ଏହି ସ୍ଥାନରେ ଶାବକମାନେ ସମୁଦ୍ରକୁ ଯାଉଥିବା ବେଳେ ବେଳାଭୂମିରେ ପଡ଼ିଥିବା ପ୍ଲାଷ୍ଟିକ ସାମଗ୍ରୀ ସେମାନଙ୍କ ପଥଭ୍ରଷ୍ଟ କରିଥାଏ। ପ୍ଲାଷ୍ଟିକ ବର୍ଜନ ପାଇଁ ୨୦୧୬ରୁ ନିୟମ ହୋଇଥିଲେ ମଧ୍ୟ ମହୋତ୍ସବରେ ଏ ନେଇ କୌଣସି ସଚେତନତା କାର୍ଯ୍ୟକ୍ରମ ହୋଇ ନ ଥିଲା। ସେହିପରି ଆସନ୍ତା ୯ ତାରିଖଠାରୁ ଭିତରକନିକା ମହୋତ୍ସବରେ ଏଥିପ୍ରତି ସତର୍କ ହେବାକୁ ସେମାନେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ସାଗରବେଳା ମହୋତ୍ସବ ପରେ ପେଣ୍ଠରେ ସଫେଇ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭିତରକନିକା ମହୋତ୍ସବରେ ବର୍ଜବସ୍ତୁ ପରିଚାଳନାକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା...

କଥା ଦେଲେ ମୁଖ୍ୟମନ୍ତ୍ରୀ, ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ଆସିବେ କହିବା ପରେ…

ଦାରିଙ୍ଗବାଡ଼ି,୨୩ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଳନ ପାଇଁ ଦିନ ଯେତେ ନିକଟତର ହେଉଛି ସେତିକି ଉତ୍ସାହ ଦେଖାଯାଉଛି। ଆସନ୍ତା ୮ରୁ ୧୧...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ଭୁଶୁଡ଼ୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି,୨୩/୧୨(ଦୁଯ୍ୟୋଧନ ପାତ୍ର): ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ମାଲକାନଗିରିରେ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ପୋଲିସ ମହାନିର୍ଦ୍ଦେଶକଙ୍କ...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri