ବିଦ୍ୟୁତ୍‌ ସଂଯୋଗ ମିଳିନି, ଆସିଲା ବିଲ୍‌

ରସୁଲପୁର,୩ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ କୃଷ୍ଣପଡ଼ା ଗ୍ରାମର ମା’ କିଆଶୁଣୀ ପାଣି ପଞ୍ଚାୟତ ଏବଂ ଓଡ଼ିଶୋ ପଞ୍ଚାୟତ ମେଳକ ଗ୍ରାମର ମା’ମଙ୍ଗଳା ପାଣି ପଞ୍ଚାୟତ ନଁାରେ ଟାଟା ପାୱାର ପକ୍ଷରୁ ମିଥ୍ୟା ବିଦ୍ୟୁତ୍‌ ବିଲ୍‌ ଇସ୍ୟୁ କରାଯାଇଛି। ଏହାକୁ ଗ୍ରାମାଞ୍ଚଳ ବିଦ୍ୟୁତ୍‌ ଉପଭୋକ୍ତା ମଞ୍ଚ ପକ୍ଷରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଜରିଆରେ ବିରୋଧ କରାଯାଇଛି। ମିଥ୍ୟା ବିଲ୍‌କୁ ସପ୍ତାହକ ମଧ୍ୟରେ ପ୍ରତ୍ୟାହାର କରି ନିଆଯିବାକୁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି। ନଚେତ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ଚେତାବନୀ ଦିଆଯାଇଛି। ମଞ୍ଚ ସଭାପତି ନାରାୟଣ ଜେନାଙ୍କ ପକ୍ଷରୁ ଆହୂତ ସମ୍ମିଳନୀରେ ବରିଷ୍ଠ ପରାମର୍ଶଦାତା ସଦସ୍ୟ ମନମୋହନ ନନ୍ଦୀ, ବାଲିପାଟଣା ବିଦ୍ୟୁତ୍‌ ଉପଭୋକ୍ତା କମିଟି ସମ୍ପାଦକ ବାବୁଲି ସାହୁ, ମା’ କିଆଶୁଣି ପାଣି ପଞ୍ଚାୟତ ସମ୍ପାଦକ ଗୋବର୍ନ୍ଧନ କବି, ମା’ ମଙ୍ଗଳା ପାଣି ପଞ୍ଚାୟତ କମିଟି ସଭାପତି ଭାଗୀରଥୀ ଦାସ ପ୍ରମୁଖ ଉପସ୍ଥିତ ରହି ଟାଟା ପାୱାର ମନମୁଖୀ ଓ ଗ୍ରାହକ ଶୋଷଣ ନୀତି ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ।
ମଞ୍ଚ ଓ ସମିତି ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ୨୦୧୫ରୁ ଉଠା ଜଳସେଚନ ପକ୍ଷରୁ ଚାଷ ଜମିକୁ ଜଳସେଚନ ପାଇଁ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଉକ୍ତ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ତତ୍କାଳୀନ ବିଦ୍ୟୁତ୍‌ ବିତରଣ ସଂସ୍ଥା ନେସ୍କୋ ପକ୍ଷରୁ ଟ୍ରାନ୍ସଫର୍ମର ବସାଯାଇଥିଲା। ମାତ୍ର ଉକ୍ତ ଟ୍ରାନ୍ସଫର୍ମରକୁ ଚାର୍ଜ କରାଯାଇ ନାହିଁ କି ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ନାହିଁ। ଜଳସେଚନ ପ୍ରକଳ୍ପ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। ଏହାସତ୍ୱେ ୨୦୧୭ରେ ନେସ୍କୋ ପକ୍ଷରୁ ପାଣି ପଞ୍ଚାୟତକୁ ବିଦ୍ୟୁତ୍‌ ବିଲ ପୈଠ କରିବାକୁ କୁହାଯାଇଥିଲା। ପରେ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ଇସ୍ୟୁ ହୋଇଥିବା ବିଲ୍‌କୁ ଖାରଜ କରିଦିଆଯାଇଥିଲା। ୨୦୨୨ରେ ଟାଟା ପାୱାର ବିଦ୍ୟୁତ୍‌ ବିତରଣ ଦାୟିତ୍ୱ ହାତକୁ ନେବାପରେ ସମାନ ତ୍ରୁଟିକୁ ଦୋହରାଇଛି। କ୍ଷେତ୍ର ସର୍ଭେକ୍ଷଣ କରା ନ ଯାଇ କମ୍ପାନୀ ପକ୍ଷରୁ ପୁନର୍ବାର ଚାଷୀଙ୍କ ନାମରେ ମିଥ୍ୟା ବିଲ୍‌ ଆସିଛି। ଉକ୍ତ ବିଲ୍‌କୁ ନେଇ ଚାଷୀ, ସମିତି କାର୍ଯ୍ୟକର୍ତ୍ତା, ପାଣିପଞ୍ଚାୟତ ସଦସ୍ୟଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଖୁଣ୍ଟ ପଡ଼ିଛି। ଉପଭୋକ୍ତାଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ହେଲେ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ଦର୍ଶାଯାଇଛି। ଉକ୍ତ ନଥିପତ୍ର ସୂଚନା ମୁତାବକ କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କ ନାମରେ ମିଥ୍ୟା ବିଲ୍‌ ପ୍ରଦାନ କରାଯାଉଛି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ କୁଆଖିଆ ସବ୍‌ଡିଭିଜନର ଏସଡିଓ ସୀତାଂଶୁ ଶତପଥୀଙ୍କୁ ପଚାରିବାରେ ସେ କହିଛନ୍ତି, ଏଭଳି ତ୍ରୁଟିବିଚ୍ୟୁତ ସମ୍ପର୍କରେ ଅବଗତ ନାହାନ୍ତି। ପାଣି ପଞ୍ଚାୟତ ପକ୍ଷରୁ ତାଙ୍କୁ ଅବଗତ କରାଯାଇ ଥିଲେ ସେ ଏଭଳି ବିଲକୁ ବାତିଲ କରି ଦେଇଥାନ୍ତେ। ତଥାପି ଯେଉଁ ଅଭିଯୋଗ ହେଉଛି ତା’ର ବାସ୍ତବତାକୁ ନେଇ କ୍ଷେତ୍ର ସର୍ଭେକ୍ଷଣ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri