ଭିସୁଟ୍‌ ପୁରାତନ ଛାତ୍ରୀଙ୍କ ମୃତଦେହ ମିଳିଲା

ସମ୍ବଲପୁର,୨ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ୍‌ ଉପରୁ ଡେଇଁ ନିଖୋଜ ଥିବା ଭିସୁଟ୍‌ ଆଇଟି ବିଭାଗ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଅଗ୍ନିଶମ ବିଭାଗ ବୁଧବାର ସକାଳେ ପାୱାର ଚ୍ୟାନେଲରୁ ଜବତ କରିଛି। ପ୍ରିୟଦର୍ଶିନୀଙ୍କ ମା’ ଲବଙ୍ଗ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୃତ ଶରୀର ବେକରେ ଦାଗ ରହିଛି, ସୁନାଚେନ୍‌ ମଧ୍ୟ ନାହିଁ। ତା’ର ମନୋବଳ ଦୃଢ଼ ରହିଥିଲା। ସେ କେବେ ଆତ୍ମହତ୍ୟା କରିପାରିବ ନାହିଁ। ପ୍ରଥମେ ସନ୍ଧ୍ୟା ୬ଟାରେ ଫୋନ୍‌ରେ କଥା ହୋଇଥିଲି। ସେ ଭୁବନେଶ୍ୱର ଯାଉଛି ବୋଲି କହିଥିଲା। ପରେ ରାତି ସାଢେ ୯ଟାରେ ଫୋନ୍‌ କରିଥିଲି। ସେ ଫୋନ୍‌ ଉଠାଇଥିଲେ ମଧ୍ୟ କଥା ହୋଇପାରି ନ ଥିଲା। ତଣ୍ଟିକୁ କେହି ଚିପିଧରିଥିବା ଭଳି କେବଳ ଶବ୍ଦ ଶୁଭିଥିଲା। ଏସବୁ କାରଣରୁ ଝିଅକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି। ଏହି ଘଟଣାରେ କେତେଜଣଙ୍କର ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାରକରି ବୁର୍ଲା ପୋଲିସ ଆଇପିସି ଦଫା ୩୦୨, ୨୦୧, ୩୪ରେ ମାମଲା (ନଂ.୯୬/୨୨) ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାରେ ପୁରୁଷବନ୍ଧୁ ପ୍ରତିମାନ ଦେ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଥାନା ଅଧିକାରୀ ସୁଶାନ୍ତ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି, ମୋବାଇଲ ଫୋନ୍‌ ରେକର୍ଡ ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ଅଟକ ପ୍ରତିମାନ ପୁରୁଷ ବନ୍ଧୁ ଅଟନ୍ତି। ହତ୍ୟା ମାମଲା ରୁଜୁ ହୋଇଛି, ହେଲେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଅଟକ ପ୍ରତିମାନ ଗୃହ ବିଭାଗ ଯୁଗ୍ମ ସଚିବ ପ୍ରଣବ କୁମାର ଦେଙ୍କ ପୁଅ ବୋଲି ବୟାନ ଦେଇଥିବା ଥାନା ଅଧିକାରୀ କହିଛନ୍ତି। ମଙ୍ଗଳବାର ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଚିନ୍ମୟୀ ଡିଗ୍ରୀ ପାଇଥିଲେ। ଅପରାହ୍ନରେ ସେ ସ୍ଥାନୀୟ ଅଞ୍ଚଳର ଜଣେ ସାଙ୍ଗଙ୍କ ଘରକୁ ଯାଇଥିଲେ। ସେଠାରେ ସେ କିଛି ସାମଗ୍ରୀ ଛାଡି ଚାଲିଆସିଥିଲେ। ଅପରାହ୍ନ ୩ଟାରୁ ସାଙ୍ଗ ଘରୁ ବାହାରି ଆଉ ଫେରି ନ ଥିଲେ। ରାତି ପ୍ରାୟ ୧୦ଟାରେ ସେ ପାଓ୍ବାର ଚ୍ୟାନେଲକୁ ଡେଇଁ ପଡ଼ିଥିବା ନେଇ ଖବର ପ୍ରଚାରିତ ହୋଇଥିଲା। ହେଲେ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚିନ୍ମୟୀ କୁଆଡ଼େ ଯାଇଥିଲେ, କାହା ସାଙ୍ଗରେ ଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଚିନ୍ମୟୀଙ୍କ ଭଉଣୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଆମେ ପ୍ରତିମାନଙ୍କୁ ପୂର୍ବରୁ ଜାଣିଥିଲୁ। ଭୁବନେଶ୍ୱରରେ ଚିନ୍ମୟୀ ସହିତ ତାଙ୍କୁ ଏକାଠି ଦେଖିଥିଲି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri