Posted inଜାତୀୟ

ପଞ୍ଚଜନ୍ୟର ସମ୍ପାଦକୀୟରେ ଦାବି, ସୁପ୍ରିମକୋର୍ଟଙ୍କୁ ଏକ ଉପକରଣ ଭାବରେ ବ୍ୟବହାର କରୁଛି ଭାରତ ବିରୋଧୀ ଶକ୍ତି…

ନୂଆଦିଲ୍ଲୀ,୧୬।୨ : ଆରଏସଏସର ସାସ୍ତାହିକ ପତ୍ରିକା ପଞ୍ଚଜନ୍ୟର ସମ୍ପାଦକୀୟରେ ସୁପ୍ରିମକୋର୍ଟଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆସିଛି। ଏଥିରେ ଦାବି କରାଯାଇଛି ଯେ, ସୁପ୍ରିମକୋର୍ଟଙ୍କୁ ଏକ ଉପକରଣ ଭାବରେ ଭାରତ ବିରୋଧୀ ଶକ୍ତି ବ୍ୟବହାର କରୁଛନ୍ତି।
ବିବିସି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଯେଉଁଥିରେ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି। ଏହା ପରେ ସୁପ୍ରିମକୋର୍ଟ ବିରୋଧରେ ପଞ୍ଚଜନ୍ୟରେ ଲିଖିତ ପ୍ରବନ୍ଧରେ ଏଭଳି ମନ୍ତବ୍ୟ ଦିଆଯାଇଛି।

ସଦ୍ୟତମ ସମ୍ପାଦକୀୟ ପ୍ରବନ୍ଧରେ ଏହା ଲେଖାଯାଇଛି ଯେ ଆତଙ୍କବାଦୀଙ୍କୁ ମାନବିକ ଅଧିକାର ନାମରେ ବଞ୍ଚାଇବାକୁ ଚେଷ୍ଟା କରିବା ପରେ ପରିବେଶ ନାମରେ ଭାରତର ବିକାଶରେ ବାଧା ସୃଷ୍ଟି କରିବା ଦ୍ୱାରା ବର୍ତ୍ତମାନ ଜାତୀୟ ବିରୋଧୀ ଶକ୍ତିମାନଙ୍କୁ ଉତ୍ସାହିତ କରିବା ଲାଗି ଉଦ୍ୟମ ଚାଲିଛି। ଆର୍ଟିକିଲ ଅନୁଯାୟୀ, ଜାତୀୟ ସ୍ବାର୍ଥ ରକ୍ଷା ପାଇଁ ସୁପ୍ରିମକୋର୍ଟ ଗଠନ କରାଯାଇଥିଲା, କିନ୍ତୁ ଏହାକୁ ଜାତୀୟ ବିରୋଧୀ ଶକ୍ତିମାନେ ସେମାନଙ୍କ ରାସ୍ତା ସଫା କରିବା ପାଇଁ ଏକ ଉପକରଣ ଭାବରେ ବ୍ୟବହାର କରୁଛନ୍ତି। ଭାରତୀୟ ଆଇନ ଅନୁଯାୟୀ ତଥା ଭାରତୀୟଙ୍କ ମଙ୍ଗଳ ପାଇଁ ସୁପ୍ରିମକୋର୍ଟ ଦେଶର ଟିକସଦାତାଙ୍କ ଟଙ୍କା ଦ୍ୱାରା ପରିଚାଳିତ ହୋଇଥାଏ।

ଆର୍ଟିକିଲରେ ବିବିସି ଡକ୍ୟୁମେଣ୍ଟାରୀ ଭାରତକୁ ବଦନାମ କରିବା ପାଇଁ ଏକ ପ୍ରଚାର ବୋଲି ବର୍ଣ୍ଣନା କରାଯାଇଛି ଏବଂ ଏହା ମିଥ୍ୟା ତଥା କାଳ୍ପନିକ ଉପରେ ଆଧାରିତ ବୋଲି ଦାବି କରାଯାଇଛି। ଜାତୀୟ ବିରୋଧୀ ଶକ୍ତିମାନେ ଆମର ଗଣତନ୍ତ୍ର, ଆମର ଦୟା ଏବଂ ଆମ ସଭ୍ୟତାର ମାନର ଲାଭ ଉଠାଇବାକୁ ଚାହୁଁଛନ୍ତି ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଭାରତରେ ବିବିସି ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ। କୋର୍ଟ ଏହି ଆବେଦନର ଯୋଗ୍ୟତାକୁ ଭିତ୍ତିହୀନ ବୋଲି କହିଛନ୍ତି।

ଏଥି ସହ  ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ମଧ୍ୟ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ଯାହା ଉପରେ କୋର୍ଟ ଏପ୍ରିଲରେ ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri