ଆନ୍ଦୋଳନକୁ ଓହ୍ଲାଇଲେ ମନ୍ଦିର ସେବାୟତ

ବାରିପଦା ଅଫିସ,୯।୨: ୬୫୦ବର୍ଷର ଐତିହ ବହନ କରୁଥିବା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ହରିହର ପୀଠ ମାଣତ୍ରୀ ବିଜେ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରର ସେବାୟତ ଗଣ ଗୁରୁବାର ମନ୍ଦିର ପ୍ରବେଶ ଦ୍ବାରରେ ତାଲା ପକାଇ ଧାରଣାରେ ବସିଛନ୍ତି। ଦୀର୍ଘ ଦୁଇବର୍ଷ ଧରି ଅଧପନ୍ତରିଆ ଭାବେ ପଡିଥିବା ମନ୍ଦିର ମେଜିଆ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଉ ନ ଥିବାରୁ ସେମାନେ ସମୂହ ଭାବେ ଠାକୁରଙ୍କ ନୀତିକାନ୍ତି ବନ୍ଦରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦେବତ୍ତୋର ବିଭାଗ ଅଧୀନ ପରିଚାଳିତ ଏହି ମନ୍ଦିରରେ ନିୟୋଜିତ ୭୧ଜଣ ସେବାୟତ ନୀତିକାନ୍ତି ସମ୍ପନ୍ନ କରୁଛନ୍ତି। ଜିଲା ଦେବତ୍ତର ବିଭାଗକୁ ବିଭିନ୍ନ ସୁତ୍ରରୁ ମିଳୁଥିବା ରାଜସୱର ସିଂହ ଭାଗ ରାଜସ୍ବ ମାଣତ୍ରୀ ମନ୍ଦିର ପ୍ରଦାନ କରିଥାଏ। ମନ୍ଦିରଟି ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଟଙ୍କା ଟିଏ ଅନୁଦାନ ମିଳିନାହିଁ। ଏହାର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଅଭାବ ହେତୁ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହେବାକୁ ଗଲାଣି। ତେବେ ୨୦୧୯ମସିହାରେ ମନ୍ଦିର ବେଢା ମଧ୍ୟରେ ଥିବା ମେଜିଆ କାମ ଅଧପନ୍ତରିଆ ହୋଇ ଦୁଇ ବର୍ଷ ହେଲା ପଡିରହିଛି। କରୋନା ସଂକ୍ରମଣ ଜନିତ ଦୁଇ ବର୍ଷ ଧରି ମନ୍ଦିରରେ ଜାଗର ଯାତ୍ରା କଟକଣା ମଧ୍ୟରେ ପାଳିତ ହେଇଥିବା ବେଳେ ଚଳିତ ବର୍ଷ ଆସନ୍ତା ୧୮ତାରିଖରୁ ଦୁଇ ସପ୍ତାହ ବ୍ୟାପି ପାଳିତ ହେବ। ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ ମେଜିଆ କାମ ପୂର୍ଣ୍ଣାଙ୍ଗ ହୋଇ ନ ଥିବାରୁ ସେବାୟତଙ୍କ ମଧ୍ୟ ପୁଞ୍ଜିଭୁତ ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି। ଏନେଇ ମନ୍ଦିର ସେବାୟତଙ୍କ ପ୍ରତିନିଧି ଦଳ ମନ୍ଦିର ପରିଛା ପ୍ରଦୀପ କୁମାର ପଣ୍ଡାଙ୍କୁ ସାଙ୍ଗରେ ଧରି ସୋମବାର ବାରିପଦା ଠାରେ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ଭେଟି ଦାବି ଜଣାଇଥିଲେ। ଦାବି ଅନୁଯାୟୀ, ମନ୍ଦିରର ମେଜିଆ ସୌନ୍ଦର୍ଯ୍ୟକରଣ କାର୍ଯ୍ୟପାଇଁ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ହାତ ପାଣ୍ଠିରୁ ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନର ବିଧାୟକ ସନାତନ ବିଜୁଳି କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ ଅଧାରୁ ବନ୍ଦ କରିବା ଦ୍ୱାରା ଭକ୍ତ ଓ ସେବାୟତ ଉଭୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଧାୟକ ସନାତନ ବିଜୁଳି ଏ ଦିଗରେ ପଦକ୍ଷେପ ନେବେ ବୋଲି ମନ୍ଦିର ସେବାୟତଙ୍କୁ ଆଶ୍ୱାସନା ଦେଇଥିଲେ। କିନ୍ତୁ ବହୁବାର ଅନୁରୋଧ କରିବା ସତ୍ତ୍ବେ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ମନ୍ଦିର ଭିତରପାଖର ବିଭିନ୍ନ ସ୍ଥାନ ଖୋଳାହୋଇ ପଡି ଥିବାରୁ ସେଥିରେ ଦୈନିକ ନୀତିକାନ୍ତି ସମ୍ପନ୍ନରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ତେଣୁ ଅତିଶୀଘ୍ର ସମୂହ ସ୍ବାର୍ଥ ରକ୍ଷାପାଇଁ ନିର୍ମାଣ କାର୍ଯ୍ୟ କରୁଥିବା ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବିଭାଗଙ୍କୁ ଉକ୍ତ କାର୍ଯ୍ୟର ଅଗ୍ରଗତି ତଥା ସମାପନ ପାଇଁ ଦାବି ଜଣାଇଛନ୍ତି। ତେବେ ଦାବି ପୂରଣ ନହେବାରୁ ସେବାୟତ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଜିଲାପାଳ ବିନୀତ ଭରଦ୍ବାଜ ଅଧପନ୍ତରିଆ ଥିବା ନିର୍ମାଣ କାର୍ଯ୍ୟକୁ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଥିଲେ ହେଁ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଜୟନ୍ତ କୁମାର ପଣ୍ଡା, ଲକ୍ଷ୍ମୀଧର ପଣ୍ଡା, କେଶବ ଦାସ, ବାବୁଲି ରଣା, ଯୋଗେନ୍ଦ୍ର ଖଟୁଆ, ପଙ୍କଜିନୀ ପଣ୍ଡା ଓ ଭଗବାନ ପତିଙ୍କ ନେତୃତ୍ୱରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri