ହାତୀ ମୃତ୍ୟୁ ରୋକିବାକୁ ୧୦ ସୂତ୍ରୀ ଯୋଜନା: ଶ୍ରୀଲଙ୍କା ଢାଞ୍ଚାରେ ହେବ ସୌରବାଡ଼

କଟକ ଅଫିସ, ୧୯ା୧: ଓଡ଼ିଶାରେ ହାତୀ ମୃତ୍ୟୁ ରୋକିବାକୁ ୧୦ ସୂତ୍ରୀ ଯୋଜନା କରାଯାଇଥିବା ନେଇ ବୁଧବାର ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରିଛନ୍ତି ମୁଖ୍ୟ ବନ ସଂରକ୍ଷକ। ସେହିପରି ଜନସୁରକ୍ଷା ଗଜରକ୍ଷା ଯୋଜନାରେ ଶ୍ରୀଲଙ୍କା ଢାଞ୍ଚାରେ ସୌରବାଡ଼ ଘେରାଇବା ସମ୍ପର୍କରେ ମୁଖ୍ୟ ବନ ସଂରକ୍ଷକ ମଧ୍ୟ ଦର୍ଶାଇଛନ୍ତି। ତେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଯୋଜନାକୁ ୨ ସପ୍ତାହ ମଧ୍ୟରେ ଅନୁମୋଦନ କରିବା ସହ ମାସକ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରାଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କ ମିଳିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଆସନ୍ତା ମାର୍ଚ୍ଚ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ହାତୀ ସୁରକ୍ଷା ପାଇଁ ହୋଇଥିବା ନୂତନ ଯୋଜନାରେ ପ୍ରତି ଜିଲାସ୍ତରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ହ୍ୟୁମାନ ଲାଇଫ କନଫ୍ଲିକ୍ଟ ଲିଟିଗେଶନ କମିଟି ଗଠନ କରାଯିବ। ଏଥିରେ ଡିଏଫଓ ମେମ୍ବର ସେକ୍ରେଟାରି ରହିବା ସହ ଏସ୍‌ପି ଓ ବିଦ୍ୟୁତ ବିଭାଗର ଜଣେ ଲେଖାଏ ପ୍ରତିନିଧି ଭାବେ ସାମିଲ ହେବେ। ସେହିପରି ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ହାତୀ ସୁରକ୍ଷା ପାଇଁ ୧୦ ସୂତ୍ରୀ ଯୋଜନାକୁ ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିବ। ଏଥିସହ ଓଡ଼ିଶାକୁ ୪ଟି ଜୋନରେ ଭାଗ କରାଯାଇଛି। ପ୍ରଥମ ଜୋନ୍‌ରେ ହାତୀ ସୁରକ୍ଷା, ଦ୍ୱିତୀୟ ଜୋନ୍‌ରେ ହାତୀ-ମଣିଷ ସହାବସ୍ଥାନ, ତୃତୀୟ ଜୋନ୍‌ରେ ହାତୀ-ମଣିଷ ଲଢ଼େଇର ସମାଧାନ, ଚତୁର୍ଥ ଜୋନ୍‌ରେ ହାତୀ ଅପସାରଣକୁ ଗୁରୁତ୍ୱ ଦିଆଯାଇଛି। ଜଏଣ୍ଟ ଟାସ୍କଫୋର୍ସ ସଦସ୍ୟ ଡ. ରମଣ ସୁକୁମାର ଦର୍ଶାଇଥିଲେ, ସ୍ଥାନୀୟ ଲୋକମାନେ ଖୋଲା ବିଦ୍ୟୁତ ତାରରୁ ବେଆଇନ ଭାବେ ହୁକ ପକାଇ ବିଜୁଳି ବ୍ୟବହାର କରୁଛନ୍ତି, ଯାହାକି ହାତୀ ମୃତ୍ୟୁର ଅନ୍ୟତମ କାରଣ ହୋଇଛି। ବିଦ୍ୟୁତ ବଣ୍ଟନ କମ୍ପାନୀ ଟାଟା ପାଓ୍ବାର ଏନେଇ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫସଲକୁ ହାତୀଙ୍କ କବଳରୁ ରକ୍ଷା କରିବା ପାଇଁ ଶ୍ରୀଲଙ୍କା ଢାଞ୍ଚାରେ ସୌରବାଡ଼ କରାଯିବ, ଯାହାକି ହାତୀଙ୍କ ଶୁଣ୍ଢରେ ବାଜିଲେ ସାମାନ୍ୟ ଆଘାତ ଦେବ ଓ ହାତୀ ପଛକୁ ହଟିବେ। ଏହାକୁ ପାଇଲଟ ପ୍ରକଳ୍ପ ଭିତ୍ତିରେ କେତେକ ଅଞ୍ଚଳରେ ଆରମ୍ଭ କରିବାକୁ ହାଇକୋର୍ଟ କହିଛନ୍ତି। ଏହାବାଦ ବିଭିନ୍ନ ରାଜ୍ୟ ତଥା ଦେଶରେ ହାତୀଙ୍କ ପାଇଁ କରାଯାଇଥିବା ପ୍ରକଳ୍ପଗୁଡ଼ିକ ଅନୁଧ୍ୟାନ କରାଯାଉଛି। କର୍ନାଟକ ଏଲିଫ୍ୟାଣ୍ଟ ଟାସ୍କଫୋର୍ସ ଭଳି ଓଡ଼ିଶାରେ ମଧ୍ୟ ଟାସ୍କଫୋର୍ସ ଗଠନ କରାଯିବ। ସବୁଠାରୁ ବଡ଼ କଥା ହେଉଛି ଲୋକଙ୍କ ସହଯୋଗରେ ହାତୀ ସୁରକ୍ଷା କାର୍ଯ୍ୟକ୍ରମ ଆଗକୁ ନିଆଯିବ। ଜନସୁରକ୍ଷା ଗଜରକ୍ଷା ଯୋଜନାରେ ଲୋକଙ୍କୁ ସାମିଲ କରାଯିବ। ଲୋକଙ୍କୁ ହାତୀ ସୁରକ୍ଷା ସମ୍ପର୍କରେ ଅବଗତ କରାଯିବ। ଏହାବାଦ୍‌ ଜଙ୍ଗଲ ମଧ୍ୟରେ ହାତୀଙ୍କ ବାସସ୍ଥଳୀର ଉନ୍ନତୀକରଣ ସହ ପ୍ରଚୁର ଖାଦ୍ୟ ବ୍ୟବସ୍ଥା କରାଯିବ। ଏଥିପାଇଁ ବାଉଁଶ ଚାରା ଓ ବୁଦାଳିଆ ଗଛ ରୋପଣ ସହ ପାଣି ବ୍ୟବସ୍ଥା ମଧ୍ୟ ହେବାର ଯୋଜନା ରହିଛି। ଶିମିଳିପାଳ ହାତୀ ମୃତ୍ୟୁ ମାମଲାରେ ଏଯାଏ ଚାର୍ଜଶିଟ୍‌ ଦାଖଲ କରାଯାଇ ନ ଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରି ଆଗାମୀ ଶୁଣାଣି ପୂର୍ବରୁ ଚାର୍ଜଶିଟ୍‌ କୋର୍ଟ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମାମଲାରେ ଜାମିନ ପାଇଥିବା ୩ ଅଧିକାରୀ ଏବେ ତଦନ୍ତରେ ସହଯୋଗ କରୁ ନ ଥିବାରୁ ସେମାନଙ୍କ ନାମରେ କୋର୍ଟ ପକ୍ଷରୁ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା। ଏହି ମାମଲାରେ ଜେଟିଏଫ ପକ୍ଷରୁ ସାନି ସତ୍ୟପାଠ ଆଗାମୀ ତାରିଖରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲୋ ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri