Odisha Elections 2024

ଜିଲାରେ ଧାନକିଣା ନାଁରେ ହରିଲୁଟ୍‌

ବଲାଙ୍ଗୀର ଅଫିସ,୩୧ା୧୨: ବଲାଙ୍ଗୀର ଜିଲାରେ ଧାନକିଣା ନାଁରେ ଏବେ ହରିଲୁଟ୍‌ ଚାଲିଛି। କଟନୀ ଛଟନୀ ନାଁରେ ଚାଷୀଙ୍କଠାରୁ କୋଟି କୋଟି ଟଙ୍କାର ଧାନ ଲୁଟ୍‌ କରାଯାଇ ଚାଷୀକୁ ଶୋଷଣ କରାଯାଉଛି। ଏହି ଶୋଷଣ ପ୍ରକ୍ରିୟାରେ ଯୋଗାଣ ବିଭାଗ ଅଧିକାରୀ, ସମବାୟ ବିଭାଗ ଅଧିକାରୀ ଏବଂ ମିଲର୍ସମାନେ ଲାଗି ପଡିଛନ୍ତି। ଏମାନଙ୍କ ମଧୁଚନ୍ଦ୍ରିକାରେ ଜିଲାର ଚାଷୀମାନେ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି। ଶୁକ୍ରବାର ବଲାଙ୍ଗୀର ଜିଲାର ଶିବତଲା ପାକ୍ସରେ ଏହି ଦୃଶ୍ୟ ଜିଲାର ଧାନକିଣା ଅବ୍ୟବସ୍ଥା ଏବଂ ମିଲର୍ସରାଜର ଅସଲ ଚିତ୍ରକୁ ଧରାପକାଇ ଦେଇଛି। ଶିବତଲା ପାକ୍ସରେ ସିଦ୍ଧି ବିନାୟକ ରାଇସ ମିଲର ଜଣେ ଏଜେଣ୍ଟ ମାପକଯନ୍ତ୍ର ସାମନାରେ କାଗଜ କଲମ ଧରି ଚାଷୀଙ୍କ ଧାନ ଓଜନ କରୁଥିଲେ। ଏତିକିବେଳେ ପାକ୍ସ ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ସେଠାରେ ଅନୁପସ୍ଥିତି ଥିଲେ। ଜିଲା କିଷାନ କଂଗ୍ରେସର ଏକ ଟିମ୍‌ ଏହି ପାକ୍ସରେ ଅତର୍କିତ ପହଞ୍ଚତ୍ବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ସେଠାରେ କଂଗ୍ରେସ ପ୍ରତିନିଧି ଦଳ ସଦସ୍ୟ ସମ୍ପୃକ୍ତ ମିଲର୍ସ ଏଜେଣ୍ଟଙ୍କୁ କ’ଣ କରୁଛ ବୋଲି ପଚାରିବା ପରେ ସେ ଏଜେଣ୍ଟ ଜଣକ ସେଠାରୁ ଚମ୍ପଟ ମାରିଥିଲେ। ଏଜେଣ୍ଟ ଜଣକ ଏଠାରେ ପାକ୍ସ ଚଳାଉଥିବା ଧରାପଡିଥିଲା। ଶୁକ୍ରବାର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲା କିଷାନ କଂଗ୍ରେସ କମିଟି ସଭାପତି ସାନନ୍ଦ ମିଶ୍ର ଓ ରାଜ୍ୟ କିଷାନ କଂଗ୍ରେସ ସମ୍ପାଦକ ସରୋଜ ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗୀର ସଦର ବ୍ଲକର ସଦାଇପାଲି, ଝାଙ୍କରପାଲି, ବାରପୁଡୁଗିଆ, ଚୁଡାପାଲି, ଶିବତଲା ଆଦି ଧାନକିଣା କେନ୍ଦ୍ର ପରିଦର୍ଶନ କରିଥିଲେ । ଜିଲା ଧାନକ୍ରୟ କମିଟି ବୈଠକରେ ଚଳିତ ଖରିଫ ଧାନକିଣା ଋତୁରେ ବିନା କଟନୀ ଛଟନୀରେ ଧାନ ଉଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଚାଷୀଙ୍କୁ ଅଖା ବସ୍ତା, ସୁତୁଲି ଯୋଗାଇ ଦେବା ଏବଂ ମିଲର୍ସମାନଙ୍କ ଅନୁପସ୍ଥିତରେ ଧାନକିଣା ସୁଚାରୁ ରୂପେ ସମ୍ପାଦନା ହେବ ବୋଲି ସ୍ଥିର ହୋଇଥିଲା। ତେବେ ଏହି ନିଷ୍ପତ୍ତିର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଯାଇଛି। ଶୁକ୍ରବାର ପ୍ରତିନିଧି ମଣ୍ଡଳୀ ପ୍ରଥମେ ସଦାଇପାଲି ସେବା ସମବାୟ ସମିତିକୁ ଯାଇଥିଲେ। ସେଠି ସମ୍ପାଦକ, ଡାଟା ଏଣ୍ଟ୍ରି ଅପରେଟର ଏମିତିକି ପିଅନ କେହି ନ ଥିଲେ। ବାରପୁଡୁଗିଆ ସେବା ସମବାୟ ସମିତିରେ ଏସ୍‌ଏଚ୍‌ଜି ଗ୍ରୁପର ମିଟିଂ ବାହାନାରେ ଜଣେ ପିଅନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେଠାରେ ମଧ୍ୟ ଅନ୍ୟ କେହି ଉପସ୍ଥିତ ନ ଥିଲେ। ଶିବତଲା ପାକ୍ସରେ ସିଦ୍ଧିବିନାୟକ ରାଇସ ମିଲର ଏଜେଣ୍ଟ ମାପକ ଯନ୍ତ୍ର ସାମନାରେ କାଗଜ କଲମ ଧରି ନିଜେ ଚାଷୀଙ୍କ ଧାନ ମାପ କରୁଥିଲେ। ଏଠାରେ ପାକ୍ସ ସମ୍ପାଦକ ଓ ଡିଇଓ କେହି ନ ଥିଲେ। ଉପରୋକ୍ତ ସମସ୍ତ ପାକ୍ସରେ ଚାଷୀଙ୍କ ଠାରୁ ୪ରୁ ୫ କେଜି ଧାନ କଟନୀ ଛଟନୀ କରାଯାଉଥିବା ଜଣାପଡିଥିଲା। ଏହିସବୁ ଅବ୍ୟବସ୍ଥାକୁ ନେଇ ଜିଲା କିଷାନ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ପ୍ରଶାସନ ବିରୋଧରେ ତୀବ୍ରତର ଆନ୍ଦୋଳନ କରାଯିବ ବୋଲି ସଭାପତି ମିଶ୍ର କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଫକୀର ମୋହନ ଥାଟି, ବିଜୟ ନାହାକ, ଲୋକନାଥ କୁମୁରା, ବାଳକୃଷ୍ଣ ବେହେରା, ମୀନକେତନ ବଗର୍ତ୍ତି ସାମିଲ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା...

ମାଓବାଦୀ-ଯବାନ ଗୁଳିବିନିମୟ: ଯବାନ ଗୁରୁତର

ନୂଆପଡ଼ା,୨୦।୫,(ମକାରୁ ବେମାଲ): ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ...

ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri