Posted inଜାତୀୟ

ଷ୍ଟାନ୍‌ ସ୍ବାମୀଙ୍କ କମ୍ପ୍ୟୁଟରରେ ପ୍ରମାଣ ଖଞ୍ଜାଯାଇଥିଲା

ନୂଆଦିଲ୍ଲୀ,୧୪।୧୨: ୨୦୨୦ରେ ମାଓବାଦୀଙ୍କ ସହ ସମ୍ପୃକ୍ତ ମାମଲାରେ ଗିରଫ ହୋଇ ଗତବର୍ଷ ଜେଲରେ ପ୍ରାଣ ହରାଇଥିବା ୮୩ ବର୍ଷୀୟ ସାମାଜିକ କର୍ମୀ ତଥା କାଥୋଲିକ୍‌ ଧର୍ମଗୁରୁ ଫାଦର ଷ୍ଟାନ୍‌ ସ୍ବାମୀଙ୍କ କମ୍ପ୍ୟୁଟରରେ ଅନେକ ଆପରାଧିକ ଦସ୍ତାବିଜ୍‌ ଖଞ୍ଜାଯାଇଥିଲା। ଆମେରିକାର ଏକ ଫୋରେନ୍‌ସିକ୍‌ ସଂସ୍ଥା ଏଭଳି ରିପୋର୍ଟ କରିବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଅଭିଯୋଗକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଷ୍ଟାନ୍‌ ସ୍ବାମୀ କୋର୍ଟରେ ଅନେକ ଥର ନିଜକୁ ନିର୍ଦ୍ଦୋଷ ଦାବି କରି ଚିକିତ୍ସା ପାଇଁ ଅନୁମତି ଦେବାକୁ ନିବେଦନ କରିଥିଲେ ମଧ୍ୟ ଭାରତୀୟ ଅଦାଲତ ତାଙ୍କୁ ଜାମିନ ଦେଇ ନ ଥିଲେ। ଫଳରେ ଆତଙ୍କବାଦ ଅଭିଯୋଗରେ ୮ ମାସ ଜେଲରେ ରହିବା ପରେ ୨୦୨୧ ଜୁଲାଇରେ ତାଙ୍କର ମୃତ୍ୟୁ ଘଟିଥିଲା। ମାସାଚୁସେଟ୍ସର ଡିଜିଟାଲ ଫୋରେନ୍‌ସିକ୍‌ ସଂସ୍ଥା ଆର୍ସେନାଲ କନ୍‌ସଲ୍ଟିଂ ତାଙ୍କ କମ୍ପ୍ୟୁଟରର ଏକ ଇଲେକ୍ଟ୍ରୋନିକ୍‌ କପିକୁ ଯାଞ୍ଚ କରିଥିଲେ। ହ୍ୟାକରମାନେ ତାଙ୍କ କମ୍ପ୍ୟୁଟରରୁ ହ୍ୟାକ୍‌ କରିବା ପରେ ସେଥିରେ ପ୍ରମାଣ ଖଞ୍ଜିଥିଲେ ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ସିଭିଲ୍‌ ସୋସାଇଟି ଏବଂ ସମାଲୋଚକମାନଙ୍କ ମୁହଁ ବନ୍ଦ କରିଦେବା ଲାଗି ଭାରତ ସରକାର ଯେଉଁ ଦମନଲୀଳା ଚଳାଇଛନ୍ତି, ଷ୍ଟାନ୍‌ ସ୍ବାମୀ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତାହାର ଏକ ଉଦାହରଣ ବୋଲି ଉକ୍ତ ସଂସ୍ଥା ରିପୋର୍ଟରେ କୁହାଯାଇଛି। ବେଆଇନ ମାଓବାଦୀ ସଂଗଠନ ସହ ସମ୍ପର୍କ ରଖିବା ଅଭିଯୋଗରେ ଅନେକ ସାମାଜିକ କର୍ମୀ, ଶିକ୍ଷାବିତ୍‌ ଓ ଆଇନଜୀବୀଙ୍କୁ ଆତଙ୍କବାଦ ନିରୋଧୀ ଆଇନରେ ଜେଲ ପଠାଯାଇଥିଲା। ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ସେମାନେ ଯୋଜନା କରୁଥିବା ଅଭିଯୋଗ ହୋଇଥିଲା ଏବଂ ପ୍ରମାଣକୁ କମ୍ପ୍ୟୁଟରରେ ଖଞ୍ଜା ଯାଇଥିଲା ବୋଲି ନୂଆ ରିପୋର୍ଟରେ କୁହାଯାଇଛି।
ଅନୂ୍ୟନ ୨ ଜଣ ଅଭିଯୁକ୍ତଙ୍କ କମ୍ପ୍ୟୁଟରରେ ହ୍ୟାକରମାନେ ଜାଲିଆତି କରି ବହୁସଂଖ୍ୟାରେ ଆପରାଧିକ ଦସ୍ତାବିଜ୍‌ ଭରିଥିଲେ ବୋଲି ୨୦୨୧ରେ ଓ୍ବାଶିଂଟନ ପୋଷ୍ଟ ଖବର ପ୍ରକାଶ କରିଥିଲା। ଉକ୍ତ ମାଲଓ୍ବେରରେ ଅନେକଙ୍କୁ ଟାର୍ଗେଟ କରାଯାଇଥିଲା। ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ଗ୍ରୁପ୍‌ ବିଭିନ୍ନ ସରକାର ଓ ସେମାନଙ୍କ ସଂସ୍ଥାକୁ ଯୋଗାଇଥିବା ସ୍ପାଏଓ୍ବେର୍‌ରେ ଉକ୍ତ ଅଭିଯୁକ୍ତମାନଙ୍କ ସମେତ ଅନେକଙ୍କୁ ଗୋଇନ୍ଦା ଟାର୍ଗେଟରେ ରଖାଯାଇଥିବା ପେଗାସସ୍‌ ପ୍ରୋଜେକ୍ଟ ତଦନ୍ତରୁ ଜଣାପଡ଼ିଥିଲା। ଓ୍ବାଶିଂଟନ ପୋଷ୍ଟ ଓ ଅନ୍ୟ ୧୬ଟି ନ୍ୟୁଜ୍‌ ସଂସ୍ଥା ପକ୍ଷରୁ ଏହି ତଦନ୍ତ କରାଯାଇଥିଲା। ତେବେ ଏନ୍‌ଏସ୍‌ଓରୁ ସ୍ପାଏଓ୍ବେର କିଣିଥିବା ଅଭିଯୋଗକୁ ଭାରତ ସରକାର ସ୍ପଷ୍ଟ କରି ନ ଥିଲେ କି ଖଣ୍ଡନ କରି ନ ଥିଲେ। ମୋଦି ସରକାରରେ ମାନବାଧିକାର ପାଇଁ ଲଢ଼େଇ କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଏହା ଭୟଙ୍କର ଉଦାହରଣ ବୋଲି ସିଭିଲ୍‌ ସୋସାଇଟି ସଂଗଠନଗୁଡ଼ିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri