‘ହସ୍ତତନ୍ତ ଉତ୍ପାଦଗୁଡ଼ିକୁ କର୍ପୋରେଟ୍‌ ପ୍ରୋତ୍ସାହନ ଆବଶ୍ୟକ’

ଭୁବନେଶ୍ୱର,୧୦ା୧୨: ଓଡ଼ିଶାର କଳା ସଂସ୍କୃତି ଓ କାରିଗରିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ୱାର୍ଲଡ୍‌ ଟ୍ରେଡ୍‌ ସେଣ୍ଟର (ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଖଣ୍ଡଗିରିସ୍ଥିତ କଳାଭୂମିଠାରେ କାରିଗରଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଓଡ଼ିଶା ହସ୍ତତନ୍ତର ଇତିହାସ ଅତ୍ୟନ୍ତ ପ୍ରାଚୀନ ଏବଂ ଏହା ପ୍ରକୃତି ଦ୍ୱାରା ପ୍ରେରିତ ବୋଲି ଆକଳନ କରାଯାଉଛି। ଉକ୍ତ ପରମ୍ପରାକୁ ଆହୁରି ପରିପୁଷ୍ଟ କରିବା ଏବଂ ହସ୍ତତନ୍ତ ସାମଗ୍ରୀ କିଭଳି ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିବ, ସେଥିପାଇଁ ବିଭିନ୍ନ ସ୍ତରରେ ଯୋଜନା ହେବା ଆବଶ୍ୟକ। ଏହା ବ୍ୟତୀତ ବେସରକାରୀ ସ୍ତରରେ ମଧ୍ୟ କର୍ପୋରଟ ଜଗତ ଏହାକୁ ପ୍ରୋତ୍ସାହିତ କରିବା ଲାଗି ଆଗେଇ ଆସିବା ଦରକାର ବୋଲି ରାଜ୍ୟପାଳ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଡବ୍ଲ୍ୟୁଟିସି ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶିକା ନିମେଶିକା ନଟରାଜନ କହିଛନ୍ତି, ଓଡ଼ିଶାର ହସ୍ତତନ୍ତ ଏବଂ ନିରନ୍ତର ଫ୍ୟାଶନର ପ୍ରସାର କରିବା ଏବଂ ଓଡ଼ିଶାର ହସ୍ତତନ୍ତ ଉପତ୍ାଦକୁ ଆନ୍ତର୍ଜାତିକ ବଜାରରେ ପହଞ୍ଚାଇବା ଲାଗି ୱାର୍ଲଡ ଟ୍ରେଡ୍‌ ସେଣ୍ଟର ଭୁବନେଶ୍ୱର ପକ୍ଷରୁ ଏହା ହେଉଛି ଏକ ଉଦ୍ୟମ। ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡବ୍ଲ୍ୟୁଟିସି ଭୁବନେଶ୍ୱରର ପରାମର୍ଶଦାତା ପଞ୍ଚମୀ ମାନୋ ଉକିଲ୍‌ ବିବରଣୀ ପ୍ରଦାନ କରିଥିବା ବେଳେ ଡ. ରୀନା ରାଉତରାୟ ସ୍ବାଗତ ଅଭିଭାଷଣ ଦେଇଥିଲେ। ସେହିଭଳି ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ ଟେକ୍ନୋଲୋଜିର ପ୍ରଫେସର ବି. ବି ଜେନା ଏବଂ ଅହମ୍ମଦାବାଦସ୍ଥିତ ଏଣ୍ଟରପ୍ରେନ୍ୟୁଅରଶିପ୍‌ ଡେଭେଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଡାଇରେକ୍ଟର ଜେନେରାଲ ଡ. ସୁନୀଲ ଶୁକ୍ଳା ମଧ୍ୟ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟର ୯ ଜଣ ବୁଣାକାରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅପରାହ୍ନରେ ଆୟୋଜିତ ହୋଇଥିବା ଏକ ପ୍ରଦର୍ଶନୀକୁ କବିସୂର୍ଯ୍ୟନଗରର ବିଧାୟିକା ଲତିକା ପ୍ରଧାନ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଡବ୍ଲ୍ୟୁଟିସି ଭୁବନେଶ୍ୱର ମହିଳା ଫୋରମ୍‌ର ପରାମର୍ଶଦାତା ଡ. ରୀନା ରାଉତରାୟ, ବୟନ ଉପନିର୍ଦ୍ଦେଶିକା ମଧୁସ୍ମିତା ଦାସ, ଓଏଏସ୍‌ ରାଜା ପରିଜା, ଜାତୀୟ ପୁରସ୍କାର ବିଜୟିନୀ ବୁଣାକାର ସୁକାନ୍ତି ମେହେର ଏବଂ ବୟନିକାର ବିପଣନ ପ୍ରବନ୍ଧକ ଅର୍ଥରଂଜନ ମହାପାତ୍ର ବୁଣାକାରମାନେ ବର୍ତ୍ତମାନ ପରିସ୍ଥିତିରେ ସାମ୍ନା କରୁଥିବା ସମସ୍ୟା ଏବଂ ସେମାନଙ୍କ ପାଇଁ ରହିଥିବା ଆହ୍ବାନ ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ କଳାଭୂମି ଠାରେ ମଡେଲମାନେ ସ୍ଥାନୀୟ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସୁନ୍ଦର ଡିଜାଇନର ପୋଷାକ ପରିଧାନ କରି ର଼୍ୟାମ୍ପ୍‌ ୱାକ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri