ହଣ୍ଟର ବାଇଡେନ୍‌ଙ୍କ ଲାପ୍‌ଟପ୍‌ ଷ୍ଟୋରି, ଚର୍ଚ୍ଚାରେ ୨ ଭାରତୀୟ ବଂଶୋଦ୍ଭବ

ସାନ୍‌ ଫ୍ରାନ୍ସସିସ୍କୋ,୪।୧୨(ପି.ଟି./ଆଇଏଏନ୍‌ଏସ୍‌): ବିଶ୍ୱର ସବୁଠୁ ଧନୀ ତଥା ଟୁଇଟର ସିଇଓ ଏଲନ୍‌ ମସ୍କ ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ୍‌ ରୋ ଖାନ୍ନାଙ୍କୁ ପ୍ରଶଂସା କରି ସୋସିଆଲ ମିଡିଆ ସାଇଟ୍‌ର କେତେକ ଭିତିରି ଫାଇଲକୁ ଜାରି କରିଛନ୍ତି। ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅବ୍ୟବହିତ ପୂର୍ବରୁ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଏବଂ ତାଙ୍କ ପ୍ରଥମ ସ୍ତ୍ରୀ ନେଲ୍ଲିଆ ହଣ୍ଟରଙ୍କ ପୁଅ ହଣ୍ଟର ବାଇଡେନ୍‌ଙ୍କ ଲାପ୍‌ଟପ୍‌ ଷ୍ଟୋରିର ସେନ୍‌ସରଶିପ୍‌ ସମ୍ପର୍କରେ ଅକ୍ଟୋବର ୧୪ରେ ‘ନ୍ୟୁୟର୍କ ପୋଷ୍ଟ’ରେ ‘ବାଇଡେନ୍‌ ସିକ୍ରେଟ୍‌ ଇମେଲ୍ସ’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସାମ୍ବାଦିକ ତଥା ଲେଖକ ମାଟ୍ଟ ତଇବ୍ବି ଟୁଇଟର ଫାଇଲ୍ସ ଉପରୁ ପରଦା ହଟାଇବାକୁ ଯାଇ ଶୁକ୍ରବାର ରାତିରେ ଟୁଇଟରରେ ଅନେକ ପୋଷ୍ଟ ଶେୟାର କରିଛନ୍ତି। ମସ୍କ ତଇବ୍ବିଙ୍କ ଆକାଉଣ୍ଟର ଏକ ଲିଙ୍କ୍‌କୁ ଟୁଇଟ୍‌ କରିଛନ୍ତି। ଏହି ଷ୍ଟୋରିକୁ ଚପାଇବା ପାଇଁ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଜୋ ବାଇଡେନ୍‌ଙ୍କ ଟିମ୍‌ଠାରୁ କିପରି ଅର୍ଡର ନେଇଥିଲା ତାହା ଉକ୍ତ ଫାଇଲଗୁଡ଼ିକ ଜରିଆରେ ମସ୍କ ପ୍ରଘଟ କରିଛନ୍ତି।
ତଇବ୍ବି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବ ପ୍ରକାଶିତ ରିପୋର୍ଟ ହଣ୍ଟରଙ୍କ ପରିତ୍ୟକ୍ତ ଲାପ୍‌ଟପ୍‌ ଉପରେ ପର୍ଯ୍ୟବସିତ। ଏହାକୁ ଚପାଇଦେବା ପାଇଁ ଟୁଇଟର ଅସାଧାରଣ ପଦକ୍ଷେପ ନେଇଥିଲା। ଏଥିସହ ଏସମ୍ପର୍କିତ ଲିଙ୍କ୍‌ ଓ ପୋଷ୍ଟିଂଗୁଡ଼ିକୁ ଅସୁରକ୍ଷିତ କହି ହଟାଇଦେଇଥିଲା। ଏପରି କି ଡାଇରେକ୍ଟ ମେସେଜ୍‌ ଜରିଆରେ ଏହାର ଟ୍ରାନ୍ସମିଶନକୁ ମଧ୍ୟ ବ୍ଲକ୍‌ କରିଦେଇଥିଲା। ଚାଇଲ୍ଡ ପର୍ନୋଗ୍ରାଫି ଭଳି ଅତି ସମ୍ବେଦନଶୀଳ ମାମଲାରେ ଏହି ଟୁଲ୍‌ ବ୍ୟବହୃତ ହୋଇଥାଏ। ଟୁଇଟର ମ୍ୟାନେଜ୍‌ମେଣ୍ଟ ଏପରି କରିବା ଯୋଗୁ ପବ୍ଲିକ୍‌ ପଲିସି ଏକ୍‌ଜିକ୍ୟୁଟିଭ୍‌ କ୍ୟାରୋଲିନ୍‌ ଷ୍ଟ୍ରୋମ୍‌ ଡବ୍ଲ୍ୟୁଟିଏଫ୍‌ କ୍ୱେରି ପଠାଇଥିଲେ। ଏହାକୁ ନେଇ କମ୍ପାନୀର ଅନେକ କର୍ମଚାରୀ ଚିନ୍ତିତ ହୋଇପଡ଼ିଥିଲେ। ଷ୍ଟ୍ରୋମ୍‌ଙ୍କ ପ୍ରଶ୍ନର ଉତ୍ତର ଆସିଥିଲା, ଲାପ୍‌ଟପ୍‌ ଷ୍ଟୋରି କମ୍ପାନୀର ‘ହ୍ୟାକ୍‌ଡ ମ୍ୟାଟେରିଆଲ୍ସ’ ପଲିସିକୁ ଉଲ୍ଲଂଘନ କରୁଥିବାରୁ ତାକୁ ହଟାଇଦିଆଯାଇଛି। ତଇବିଙ୍କ ମତରେ ତତ୍କାଳୀନ ସିଇଓ ଜ୍ୟାକ୍‌ ଡୋର୍ସିଙ୍କ ଅଜ୍ଞାତରେ ଏହି ନିଷ୍ପତ୍ତି ଟୁଇଟରର ଉଚ୍ଚ ପଦାଧିକାରୀମାନେ ନେଇଥିଲେ। ସେହି ପଦାଧିକାରୀମାନଙ୍କୁ ସହଯୋଗ କରିବାରେ ଭାରତୀୟ ବଂଶୋଦ୍ଭବ ହେଡ୍‌ ଅଫ୍‌ ଲିଗାଲ, ପଲିସି ଆଣ୍ଡ ଟ୍ରଷ୍ଟ ବିଜୟା ଗଡ୍ଡେ ବଡ଼ ଭୂମିକା ନେଇଥିଲେ। ସେତେବେଳେ ଟୁଇଟର ହ୍ୟାକ୍‌ ହୋଇଯାଇଥିବାରୁ ଏପରି ଘଟିଥିବା ମ୍ୟାନେଜ୍‌ମେଣ୍ଟ ସଫେଇ ଦେଇଥିଲା। ତଇବ୍ବିଙ୍କ ମତରେ ସିଲିକନ୍‌ ଭ୍ୟାଲିରୁ ପ୍ରତିନିଧିକୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟିକ୍‌ କଂଗ୍ରେସମ୍ୟାନ୍‌ ରୋ ଖାନ୍ନା ବିଜୟାଙ୍କୁ ଏହି ବିଭ୍ରାଟ ଉପରେ ତାଗିଦ କରିଥିଲେ। ଏହା ଉପରେ ମସ୍କ ଟୁଇଟ୍‌ କରିଛନ୍ତି, ‘ରୋ ଖାନ୍ନା ମହାନ୍‌’। ଟୁଇଟର ଫାଇଲ୍ସର ଦ୍ୱିତୀୟ ଏପିସୋଡ୍‌ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ମସ୍କ ପୋଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଦୁଇ ବର୍ଷ ମଧ୍ୟରେ ପ୍ରଥମଥର ଭାରତ ପାଇଁ ଆସିଲା ବଡ଼ ଖବର: ଶୁଣିଲେ ଆମେରିକା ସହ ଚାଇନା, ପାକିସ୍ତାନର ନିଜ ହଜିବ…

ନୂଆଦିଲ୍ଲୀ,୨୯।୧୨: ଏହି ଖବର ଶିଳ୍ପ କ୍ଷେତ୍ରରେ ଏକ ସ୍ବାଗତଯୋଗ୍ୟ ଆଶ୍ୱସ୍ତି। ଆମେରିକାର ଉଚ୍ଚ ଟାରିଫ୍‌ ସତ୍ତ୍ୱେ, ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ଶିଳ୍ପ କ୍ଷେତ୍ର...

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ୍‌: ପିରୋଜପୁରରେ ପରିବାରକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ

ଢାକା,୨୯ା୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ। ରବିବାର ପିରୋଜପୁର ଜିଲା ଦୁମରିତାଲା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି।...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri