Posted inଖେଳ

ଏଥର ଖର୍ଚ୍ଚ ପରିମାଣ ୧୬ ଗୁଣା ଅଧିକ

ଭୁବନେଶ୍ୱର, ୨୮।୧୧: ଓଡ଼ିଶାରେ ଦ୍ୱିତୀୟଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ୍‌। ପୂର୍ବରୁ ୨୦୧୮ରେ ଏହା ଭୁବନେଶ୍ୱରରେ ସଫଳତାର ସହ ଆୟୋଜନ ହୋଇଥିଲା। ୨୦୨୩ ହକି ବିଶ୍ୱକପ୍‌ କିନ୍ତୁ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଏହା ଜାନୁୟାରୀ ୧୩ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ସରକାର ଏଥିପାଇଁ ପାଖାପାଖି ୧,୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ, ଯାହା ୨୦୧୮ ହକି ବିଶ୍ୱକପ୍‌ ଖର୍ଚ୍ଚ ଅପେକ୍ଷା ୧୬ ଗୁଣା ଅଧିକ। ୨୦୧୮ ହକି ବିଶ୍ୱକପ୍‌ ପାଇଁ ୬୬.୯୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ମାତ୍ର ଆଗାମୀ ବିଶ୍ୱକପ୍‌ ପାଇଁ ୧,୦୯୮.୪୦ କୋଟି ଖର୍ଚ୍ଚ ହେବ ବୋଲି ଜଣାଯାଇଛି।

୨୦୧୮ ହକି ବିଶ୍ୱକପ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ୨୦୨୩ ବିଶ୍ୱକପ୍‌ କଳିଙ୍ଗ ସମେତ ରାଉରକେଲାରେ ନବନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଏବଂ ରାଉରକେଲା ସହର ଆଖପାଖ ଅଞ୍ଚଳର ଉନ୍ନତି ପାଇଁ ୧,୦୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ରାଉରକେଲାରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ସର୍ବାଧିକ ୮୭୫.୭୮ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆବାସ ଗୃହ ନିର୍ମାଣ ପାଇଁ ୮୪ କୋଟି, ରାଉରକେଲା ଆଖପାଖ ଅଞ୍ଚଳର ଉନ୍ନତୀକରଣ ଲାଗି ୧୦.୫୦ କୋଟି ଏବଂ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଇଲେକ୍ଟ୍ରିକାଲ କାର୍ଯ୍ୟ ନିମନ୍ତେ ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ସେହିପରି ଉଭୟ ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ସିନ୍ଥେଟିକ୍‌ ଟର୍ଫ ବିଛାଇବା ପାଇଁ ସରକାର ହକି ଇଣ୍ଡିଆକୁ ୧୭.୫୦ କୋଟି ଟଙ୍କା ଦେଇଛନ୍ତି। ଏହା ବ୍ୟତୀତ ଭେନ୍ୟୁ ମ୍ୟାନେଜ୍‌ମେଣ୍ଟ, ଆକୋମୋଡେଶନ, ଟ୍ରାନ୍ସପୋର୍ଟେଶନ ଏବଂ ମିଡିଆ ପବ୍ଲିସିଟି ଲାଗି ସରକାର ୭୫ କୋଟି ଟଙ୍କା ବ୍ୟୟ କରିବେ। ଏହା ବ୍ୟତୀତ ରାଉରକେଲାରେ ସୁଇମିଂ ପୁଲ୍‌ର ଉନ୍ନତୀକରଣ ପାଇଁ ୯.୧୫ କୋଟି, କଳିଙ୍ଗ ଷ୍ଟାଡିୟମରେ ଫ୍ଲଡ୍‌ଲାଇଟ୍‌ ଲାଗି ୫.୩୯ କୋଟି ଏବଂ ଓ୍ବେଷ୍ଟ ଷ୍ଟାଣ୍ଡର ସମ୍ପ୍ରସାରଣ ପାଇଁ ୮ କୋଟି ଟଙ୍କା ବ୍ୟୟ ହେବ।

୨୦୧୮ରେ ଖର୍ଚ୍ଚ ହୋଇଥିବା ୬୬.୯୮ କୋଟି ମଧ୍ୟରୁ ଓଡ଼ିଶା ସରକାର ପ୍ରେଜେଣ୍ଟିଙ୍ଗ୍‌ ପାର୍ଟନର ରାଇଟ୍ସ ଫି’ ବାବଦରେ ହକି ଇଣ୍ଡିଆ ଓ ଏଫ୍‌ଆଇଏଚ୍‌(ଅନ୍ତର୍ଜାତୀୟ ହକି ଫେଡେରେଶନ) ନିକଟରେ ୨୫ କୋଟି ଟଙ୍କା ଦାଖଲ କରିଥିଲେ। ଭେନ୍ୟୁ ଓ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ପାଇଁ ମାତ୍ର ୧୮.୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଅବଶିଷ୍ଟ ଅର୍ଥ ଟ୍ରାନ୍ସପୋର୍ଟେଶନ ଆକୋମୋଡେଶନ, ପବ୍ଲିସିଟି ଏବଂ ଅନ୍ୟ ବାବଦରେ ବ୍ୟୟ ହୋଇଥିଲା। ୨୦୧୮ରୁ ଭାରତୀୟ ହକି ଦଳର ପ୍ରାୟୋଜକ ରହିଆସିଥିବା ଓଡ଼ିଶା ସରକାର ଆଗାମୀ ବିଶ୍ୱକପ୍‌କୁ ପୂର୍ବାପେକ୍ଷା ଅଧିକ ସ୍ମରଣୀୟ ଏବଂ ବଡ଼ ଆକାରରେ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିରେ ରାଜ୍ୟବ୍ୟାପୀ ଅନେକ ମେଗା ସ୍ପୋର୍ଟିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri