ବ୍ଲକ କଲୋନୀରୁ ମୂଲ୍ୟବାନ ଶିଶୁକାଠ ଗାଏବ

ପଟ୍ଟାମୁଣ୍ଡାଇ, ୪ା୧୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନୀ ଶିଶୁଉଦ୍ୟାନ ମଧ୍ୟରୁ ୧୬ ଦିନ ତଳେ ବେଆଇନ ଭାବେ ୫ଟି ମୂଲ୍ୟବାନ ବଡ ଶିଶୁ ଗଛ କଟାଯାଇଥିଲା। ଗଛ କାଠଗଡ ସବୁ ଉଦ୍ୟାନ ମଧ୍ୟରେ ପଡି ରହିଥିଲା। ବୁଧବାରଠାରୁ ଏହି ଗଛ କାଠଗଡ ସବୁ ଗାଏବ୍‌ ହୋଇଯାଇଛି। ଗଛ କିଏ କାଟିଲା ଓ କଟା ଗଛ କିଏ ନେଲା, ତା’ର ହିସାବ କାହା ପାଖରେ ନାହିଁ। ଏ ବାବଦରେ ବନ ବିଭାଗ କିଛି ଜାଣିନି କି ରାଜସ୍ବ ବିଭାଗ ପାଖରେ କଟା ଗଛ ସବୁର ହିସାବ ନାହିଁ। ଦିନ ଦ୍ୱିପହରେ ଏତେ ଗଛ କାଟି କିଏ କୁଆଡ଼େ ନେଲା, ତାହା ବଡ଼ ପ୍ରଶ୍ନବାଚୀହୋଇ ଉଭା ହୋଇଛି।
ପରିବେଶବିତ୍‌ ସେକ୍‌ ଚାନ୍ଦ କହିଛନ୍ତି, ବିଶ୍ୱ ତାପାୟନ ବୃଦ୍ଧି ପାଉଥିବାବେଳେ ବୃକ୍ଷରୋପଣ ଉପରେ ଏବେ ସବୁଠି ଗୁରୁତ୍ୱ ଦିଆଯାଉଛି। ସାମାଜିକ ବନୀକରଣଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଜରିଆରେ ଅର୍ଥ ବ୍ୟୟ କରାଯାଇ ବୃକ୍ଷରୋପଣ କରାଯାଉଛି। ବିଶ୍ୱ ପରିବେଶ ଦିବସ ମଧ୍ୟ ସ୍ବତନ୍ତ୍ର ଭାବେ ପାଳିତ ହୋଇ ବ୍ୟାପକ ବୃକ୍ଷରୋପଣ ହେଉଛି। ବୃକ୍ଷରୋପଣ ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। କିନ୍ତୁ ଏ ସମସ୍ତ ବ୍ୟବସ୍ଥା ମଧ୍ୟରେ ପୌର ପରିଷଦ ଶିଶୁ ଉଦ୍ୟାନ ଭିତରେ ଥିବା ମୂଲ୍ୟବାନ ୫ଟି ବଡ ଶିଶୁ ଗଛ ଗାଏବ ହବା ଘଟଣା ନେଇ ବିଭାଗୀୟ ଅଧିକାରୀ ଆଖି ବୁଜି ଦେବା ସହ ନୀରବତା ଅବଲମ୍ବନ କରୁଛନ୍ତି। ଯାହାକି ପରୋକ୍ଷରେ ବିଭାଗୀୟ ଉଦାସୀନତା କିମ୍ବା ଅଭିଯୁକ୍ତଙ୍କ ପ୍ରତି ଅନୁକମ୍ପା ଦେଖାଉଥିବା ସ୍ପଷ୍ଟ ବାରି ହୋଇପଡୁଛି। ପରିବେଶବିତ ତପନ ନନ୍ଦୀ କହିଛନ୍ତି, ବିଡ଼ମ୍ବନାର ବିଷୟ ଯେ ବନ ବିଭାଗ ହେଉ କି ରାଜସ୍ବ ବିଭାଗ ୫ଟି ମୂଲ୍ୟବାନ ଶିଶୁ ଗଛ କାଟି କିଏ କୁଆଡ଼େ ନେଇଗଲା, କେହି ଜାଣିପାରିଲେ ନାହିଁ। ତେଣୁ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ନ ଥିବା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି। ଏବେ ଏହା ପରିବେଶବିତ୍‌ମାନଙ୍କୁ ବ୍ୟଥିତ କରିଛି। ଗଛ ଗାଏବ ହେବା ପଛରେ ଅସାଧୁ ସରକାରୀ କର୍ମଚାରୀମାନଙ୍କ ହାତ ରହିଛି। ଏ ବାବଦରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ ବୋଲି ସେ କହିଛନ୍ତି। ପ୍ରକାଶଥାଉକି, ଅକ୍ଟୋବାର ୨୨ ତାରିଖରେ କେତେଜଣ ଦୁର୍ବୃତ୍ତ ୫ଟି ବଡ ଶିଶୁ ଗଛକୁ କାଟି ଦେଇଥିଲେ। ଏ ସମ୍ପର୍କରେ କେତେଜଣ ସାମାଜିକ କର୍ମୀ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ମହାକାଳପଡ଼ା ଫରେଷ୍ଟର ମହନ୍ତ କୁମାର ମଲିକ ଘଟଣାସ୍ଥଳରେ ପହଞ୍ଚତ୍ ବେଆଇନ ଭାବେ କଟାଯାଇଥିବା ଗଛକଟା ସ୍ଥାନରୁ ଫଟୋ ନେଇଥିଲେ। ଗଛ କାଟୁଥିବା ଲୋକଙ୍କୁ ଗୋଡାଇବା ସହ କରତ ଛଡାଇ ରଖିଥିଲେ। କଟା ଯାଇଥିବା ଶିଶୁ ଗଛକୁ ଜବତ କରି ଉଦ୍ୟାନ ଭିତରେ ରଖିଥିଲେ। ତେବେ ଇତିମଧ୍ୟରେ ୧୬ଦିନ ବିତିଯାଇଥିବା ବେଳେ ଗଛ କାଠଗଡ ସବୁ ଗାଏବ ହୋଇଯାଇଛି। କିନ୍ତୁ ବନ ବିଭାଗ ପକ୍ଷରୁ ଏଯାବତ୍‌ ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି। ଏ ସମ୍ପର୍କରେ ବିଭାଗୀୟ ଅଫିସର ଚିତ୍ତରଞ୍ଜନ ବେଉରାଙ୍କୁ ପଚାରିବାରେ ଅବଗତ ଥିବା କହିଛନ୍ତି। ମାତ୍ର ଏହା ରାଜସ୍ବ ବିଭାଗ ଅଧୀନରେ ଆସୁଛି ବୋଲି କହିଥିଲେ। ତଥାପି ଏହାକୁ କାଟିବା ଓ ଚାଲାଣ ପୂର୍ବରୁ ବିଭାଗୀୟ ଅନୁମତି ଆବଶ୍ୟକତା ରହିଛି। ମାତ୍ର ତାହା ସେମାନେ କାଟିବା ପରେ ନେଇଛନ୍ତି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri