ଆଧାରକାର୍ଡ ନ ଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ଆମେରା

ଆଳି,୧ା୧୧(ଡି.ଏନ.ଏ.):ପ୍ରତ୍ୟେକ କାର୍ଯ୍ୟରେ ଏବେ ଆଧାର କାର୍ଡ ଜରୁରୀ ହୋଇପଡ଼ିଥିବା ବେଳେ ଆଧାର କାର୍ଡଟିଏ ନ ଥିବାରୁ ସରକାରୀ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି ଜଣେ ମହିଳା। ମହିଳା ଜଣକ ଏବେ ମସ୍ତିଷ୍କ ଜନିତ ରୋଗରେ ରୋଗାକ୍ରାନ୍ତ ଥିବା ବେଳେ ସ୍ବାସ୍ଥ୍ୟକାର୍ଡ ନ ଥିବାରୁ ଚିକିତ୍ସା ନିମନ୍ତେ ଆର୍ଥତ୍କ ସମସ୍ୟା ଦେଖାଦେଇଛି। ଏଭଳି ଜଣେ ମହିଳା ହେଉଛନ୍ତି ଆଳି ବ୍ଲକ ମେଣ୍ଢପୁର ପଞ୍ଚାୟତ ପଦନପୁର ଗଁାର ଅବଦୁଲ କୁଦୁସଙ୍କ ୩୨ ବର୍ଷୀୟ ଝିଅ ଆମେରା ର୍ଫିଦୋଷ। ୨୪ ବର୍ଷ ବୟସରେ ଆମେରାଙ୍କ ସାଲେପୁର ରାଇଶୁଙ୍ଗୁଡା ଗଁାର ସୟଦ ଅରିଫଙ୍କ ସହ ବିବାହ ହୋଇଥିଲା। ବିବାହର ୪ବର୍ଷ ପରେ ହଠାତ ଆମେରା ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ନେଇ ଚିକିତ୍ସା କରାଇଥିଲେ। ସେଠାରେ ତାଙ୍କର ବ୍ରେନ ଅପରେଶନ ହୋଇଥିଲା। ଆମେରାଙ୍କ ସ୍ବାସ୍ଥ୍ୟ କାର୍ଡ ନ ଥିବାରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହୋଇ ଫେରିଥିଲେ। ଆମେରାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ନ ଥିବାରୁ ସେ ଏବେ ବାପଘର ଆଳି ପଦନପୁର ଗ୍ରାମରେ ରହୁଛନ୍ତି। ଏବେ ତାଙ୍କର ଦ୍ୱିତୀୟ ଅପରେଶନ ନିମନ୍ତେ ଡାକ୍ତର କହିବାରୁ ପାଖରେ ସମ୍ବଳ ନାହିଁ। ଏଥିନିମନ୍ତେ ସେ ସୋମବାର ମେଣ୍ଢପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ପଲ୍ଲୀରେ ପ୍ରଶାସନ ଶିବିରକୁ ଆସି ଆଧାରକାର୍ଡ ନ ଥିବାରୁ ସେମାନେ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଥିବା ନେଇ ଅଭିଯୋଗ କରିଥିଲେ। ଆମେରାଙ୍କ ଆଧାର କାର୍ଡ ନ ଥିବାରୁ ତାଙ୍କର ରାଶନ କାର୍ଡ ହୋଇନାହିଁ। ରାଶନ କାର୍ଡ ଥିଲେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଚିକିତ୍ସା ସୁବିଧା ପାଇଥାନ୍ତେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରଥମ ଥର ବ୍ରେନ ଅପରେଶନ ହୋଇଥିବା ବେଳେ ଦ୍ୱିତୀୟ ଥର ଅପରେଶନ ନିମନ୍ତେ ସେ ସରକାରୀ ସହାୟତା ଲୋଡିଛନ୍ତି। ସରକାରୀ ସ୍ତରରେ ତାଙ୍କର ଆଧାରକାର୍ଡ କରିବା ସହ ରାଶନ ଓ ସ୍ବାସ୍ଥ୍ୟକାର୍ଡ ଖୁବ୍‌ଶୀଘ୍ର ଯୋଗାଇ ଦେବାକୁ ସେ ବିଡିଓଙ୍କ ନିକଟରେ ଗୁହାରି କରିଥିଲେ। ବିଡିଓ ଦ୍ୱିବେନ୍ଦୁ ଦାସ ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଯାହା କିଛି ସମ୍ଭବ ତାହା କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

ଏମିତି ବି ଆସେ ମୃତ୍ୟୁ: ସକାଳୁ ସକାଳୁ ବୁଲି ବାହାରି ପଡ଼ିଥିଲେ ଦମ୍ପତି, ସ୍ବାମୀଙ୍କ ଆଖିଆଗରେ…             

ବୌଦ୍ଧ ୮।୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ମାର୍ଦିଙ୍ଗ ଗ୍ରାମ ନିକଟସ୍ଥ ବୁଲାଣି...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri