ନ୍ୟାୟ ପାଇଁ ଟ୍ରଲିରେ ବୁହା ହେଲେ ୮୦ ବର୍ଷର ବୃଦ୍ଧା

କେନ୍ଦ୍ରାପଡ଼ା ଅଫିସ, ୧ା୧୧:ନ୍ୟାୟ ପାଇଁ ୮୦ ବର୍ଷର ବୃଦ୍ଧା ମାଆଙ୍କୁ ଟ୍ରଲିରେ ବୋହି ଜିଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଛି। ପରିବାରର ସମସ୍ତ ଲୋକ ମାଆଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ଶୁଆଇ ଦେଇ ଗଣଧାରଣା ଦେଇଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ବାରୁଅ ପଞ୍ଚାୟତର ଏହି ଦଳିତ ପରିବାରର ଦୁଃଖ କାହାଣୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଗଁାର କେତେଜଣ ବ୍ୟକ୍ତିଙ୍କ ଅତ୍ୟାଚାରରେ ଦୁଇମାସରୁ ଊର୍ଦ୍ଧ୍ୱ ହେବ ଘର ଛାଡି ବାର ଦୁଆର ହେଉଥିବା ବାରୁଅ ଗଁାର ଅଶୋକ କୁମାର ମଲ୍ଲିକ କହିଛନ୍ତି, ଟ୍ରଲି ଟାଣିବା ସହ ମଜୁରି ଲାଗିଲେ ପରିବାର ପ୍ରତିପୋଷଣ ହୁଏ। ବାରୁଅ ଗ୍ରାମରେ ଥିବା ରାସ୍ତା ନିକଟରେ ତାଙ୍କର ନିଜସ୍ବ ସମ୍ପତ୍ତି ଉପରେ ଘର ଅଛି। ଏହି ଘରକୁ ଭାଙ୍ଗି ଗ୍ରାମର କେତେଜଣ ବ୍ୟକ୍ତି ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରୁଛନ୍ତି। ଏ ନେଇ କୋର୍ଟରେ ମାମଲା ହୋଇ ନିଜସ୍ବ ସମ୍ପତ୍ତି ଉପରେ ଘର ଥିବା ଦର୍ଶାଯାଇଛି। ଏହାସତ୍ତ୍ୱେ କେତେଜଣ ବ୍ୟକ୍ତି ଏହା ଉପରେ ରାସ୍ତା ନେବାକୁ କହି ଜୁଲାଇ ମାସରେ ଆକ୍ରମଣ କରିଥିଲେ। ଥାନାରେ ମାମଲା ସତ୍ତ୍ୱେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସେମାନଙ୍କୁ ଗଁାର କେତେଜଣ ବ୍ୟକ୍ତି ଘର ମଧ୍ୟରେ ପ୍ରବେଶ କରିବାକୁ ଦେଉ ନ ଥିବାରୁ ଅଢ଼େଇ ମାସ ଧରି ବାହାରେ କୌଣସି ଏକ ସ୍ଥାନରେ ପରିବାର ସଦସ୍ୟ ମୁଣ୍ଡ ଗୁଞ୍ଜୁଛନ୍ତି। ୮୦ ବର୍ଷର ବୃଦ୍ଧା ମାଆଙ୍କୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରାଇବା ଆଉ ସମ୍ଭବ ହେଉନାହିଁ। ମାଆଙ୍କ ସହ ପରିବାରର ସଦସ୍ୟ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଗଣଧାରଣା ଦେଇଛନ୍ତି। ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଏଠାରେ ବସି ରହିବେ ବୋଲି ଅଶୋକ କହିଛନ୍ତି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଜିଲା ପ୍ରଶାସନର କୌଣସି ଅଧିକାରୀ ଗଣଧାରଣା ସ୍ଥଳକୁ ଯାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri