ଅସୁରକ୍ଷିତ ବୌଦ୍ଧ ହୀରକ ତ୍ରିଭୁଜ

ଚଣ୍ଡିଖୋଲ,୧ା୧୦(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ହୀରକ ତ୍ରିଭୁଜ ନାମରେ ଖ୍ୟାତ ଉଦୟଗିରି, ଲଳିତଗିରି ଓ ରତ୍ନଗିରି ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି। ଏହି ବୌଦ୍ଧ ପୀଠକୁ ସୁରକ୍ଷା ଦେବା ପାଇଁ ପାଚେରି ନିର୍ମାଣ ହୋଇଥଲା ବେଳେ ଅସାମାଜିକ ବ୍ୟକ୍ତି ପାଚେରିରେ ବ୍ୟବହୃତ ଲୁହା ଗ୍ରୀଲ୍‌ଗୁଡ଼ିକ ଚୋରି କରି ନେଉଛନ୍ତି। ତେବେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଭାରତୀୟ ପ୍ରତ୍ନତତ୍ତ ବିଭାଗ(ଏଏସ୍‌ଆଇ) ଏ ସମ୍ପର୍କରେ କୌଣସି ପଦକ୍ଷେପ ନେବା ତ ଦୂରର କଥା ସ୍ଥାନୀୟ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି।
ଯାଜପୁର ଜିଲାରେ ଉଦୟଗିରି ଓ ରତ୍ନଗିରି ରହିଥିବା ବେଳେ କଟକ ଜିଲାରେ ଲଲିତଗିରି ଅବସ୍ଥିତ। ଭାରତୀୟ ପ୍ରତ୍ନତତ୍ତ ସର୍ବେକ୍ଷଣ ସଂସ୍ଥା ଅଧୀନରେ ବୌଦ୍ଧ କୀର୍ତ୍ତିରାଜିଗୁଡ଼ିକ ରହିଛି। ପାହାଡ ଖନନ କରାଯାଇ ବ୍ୟାପକ କୀର୍ତ୍ତିରାଜି ଆବିଷ୍କୃତ ହୋଇଛି, ଯାହାକୁ ଦେଖିବାକୁ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ମାତ୍ର କିଛି ଦିନ ତଳେ ଲଳିତଗିରି ବୌଦ୍ଧ ପୀଠ ସୁରକ୍ଷା ପାଚେରିରୁ ଲୁହା ଗ୍ରୀଲ୍‌ ଚୋରି ହୋଇଥିବା ବେଳେ ଏବେ ବୌଦ୍ଧ ପୀଠ ଉଦୟଗିରିରୁ ଲଗାତର ଚୋରି ହେଉଛି। ପାଖାପାଖି ୫୦୦ ମିଟର ପାଚେରିରୁ ଦୁର୍ବୃତ୍ତ ଗ୍ରିଲ୍‌ କାଟି ନେଇଯାଇଛନ୍ତି। ବୌଦ୍ଧ ପୀଠ ଉଦୟଗିରିର ପରିସୀମା ପାଖାପାଖି ୫୪୦ ଏକର। ୧୯୮୪ରେ ଏଏସଆଇ ଏହାକୁ ହାତକୁ ନେଇ ୧୯୮୬ରେ ଖନନ କାର୍ଯ୍ୟ ଆରମ୍ଭ କରିଥିଲା। ଖନନ ସମୟରେ ଏଠାରୁ ଖ୍ରୀଷ୍ଟୀୟ ୧୦ମ ଶତାବ୍ଦୀର ୨ଟି ବୌଦ୍ଧ ମହାବିହାର ଆବିଷ୍କୃତ ହୋଇଥିଲା, ଯାହାର ନାମ ମାଧବପୁର ମହାବିହାର ଓ ସିଂହପ୍ରସ୍ଥ ମହାବିହାର। ଯାହା ବିଶ୍ୱର ଅନ୍ୟ କୌଣସିଠାରେ ଦେଖା ଯାଏନାହଁି। ଏଠାରେ ୩ଥର ଆନ୍ତର୍ଜତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହାର ପ୍ରଚାର ପ୍ରସାର ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରଯାଇଛି। ୨୦୧୬-୧୭ରେ ସୁରକ୍ଷା ପାଚେରି ନିର୍ମାଣ କାମ ଆରମ୍ଭ ହୋଇ ୨୦୧୮ରେ ଶେଷ ହୋଇଥିଲା। ପ୍ରତ୍ୟେକ ବୌଦ୍ଧ ପୀଠ ପାଇଁ ୫ କୋଟିରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ୨୩ ତାରିଖରେ ଲଳିତଗିରିରୁ ୨୮ ଖଣ୍ଡ ଗ୍ରିଲ ପାଖାପାଖି ୨୦୦ ମିଟର ଚୋରି ଯାଇଥିବା ବେଳେ ଉଦୟଗିରିରୁ ୫୦ ଖଣ୍ଡରୁ ଊଦ୍ଧର୍‌ବ ଗ୍ରିଲ ଚୋରି ହୋଇଛି। ଏତେ ପରିମାଣ ଗ୍ରିଲ୍‌ କଟର ସାହାଯ୍ୟରେ କଟାଯାଇ ଟ୍ରକରେ ବୁହା ହୋଇ ଯାଇଥିବା ଅନୁମାନ କରାଯାଉଛି। ତେବେ ଟ୍ରକ୍‌ଟ୍ରକ ଗ୍ରିଲ ଚୋରି ହୋଇଥିବା ବେଳେ କିପରି ଏଏସଆଇ ଅଧିକାରୀ ଜାଣି ପାରିଲେ ନାହିଁ ତାହା ଆଶ୍ଚର୍ଯ୍ୟ ପ୍ରକଟ କରିଛି ବୋଲି ଉଦୟଗିରି ବୁଦ୍ଧ ମହୋତ୍ସବ ପକ୍ଷରୁ ମହେଶ୍ୱର ବଳ, ଶୁଭେନ୍ଦୁ ଭୂୟାଁ, ଉମାକାନ୍ତ ବଳ ଓ ଶୈଳେନ୍ଦ୍ର ରାୟ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏଏସଆଇ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, ଉଦୟଗିରିରୁ ଲୁହା ଗ୍ରୀଲ୍‌ ଚୋରି ହେବା ସମ୍ପର୍କରେ ଜାଣିନାହିଁ। କେବଳ ଲଳିତ ଗିରିରୁ ଚୋରି ହୋଇଥିବା ଜାଣିଥିଲି। ସେଠାରେ ମାହାଙ୍ଗା ଥାନାରେ ଏତଲା ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri