ରଙ୍ଗତୂଳୀରେ ଜୀବନ୍ତ ପ୍ରତିଛବି

ବନ୍ତ,୩୦।୯(ଡି.ଏନ୍‌.ଏ.): ରଙ୍ଗତୂଳୀ ଧରିବା ମାତ୍ରେ ସେ ଭୁଲି ଯାଆନ୍ତି ସବୁକିଛି। ଆଙ୍କି ପକାନ୍ତି ବିଭିନ୍ନ ଛବି। ତାଙ୍କ ରଙ୍ଗତୂଳୀ ସ୍ପର୍ଶରେ ଚିତ୍ରଗୁଡ଼ିକ ଜୀବନ୍ତ ହୋଇଉଠେ। ଚିତ୍ର ଆଙ୍କିବାରେ ମାହିର୍‌ ଏହି ପ୍ରତିଭା ହେଲେ ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଚକ୍ରାପାଢ଼ୀ ଗ୍ରାମର ନମିତା ବେହେରା(୨୧)। ଏଭଳି କଳାକୃତି ପାଇଁ ସେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଚିତ୍ରକଳା ଦେଇଥାଏ ଭିନ୍ନ ପରିଚୟ। ଯେକୌଣସି ଜିନିଷକୁ ରଙ୍ଗତୂଳୀରେ ଜୀବନ୍ତ କରିପାରିଲେ ଜଣେ କାରିଗରର ପରିଶ୍ରମ ସାର୍ଥକ ହୋଇଥାଏ ବୋଲି ସେ କହିଛନ୍ତି।
ରବି ନାରାୟଣ ବେହେରା ଓ ରେବତୀ ବେହେରାଙ୍କ ଏକମାତ୍ର ଝିଅ ନମିତା। ବାପା ଜଣେ କୃଷକ ଓ ମା’ ଗୃହିଣୀ। ନମିତା କହନ୍ତି, ପିଲାଟି ବେଳୁ ତାଙ୍କର ଚିତ୍ରକଳା ପ୍ରତି ଆଗ୍ରହ ଥିଲା। ଚକ୍ରାପାଢୀ ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପଢୁଥିବା ବେଳେ ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ସମୟରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ସେ ବହୁବାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ସେ ବ୍ଲକ ଓ ଜିଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବହୁ ପ୍ରମାଣପତ୍ର ପାଇଛନ୍ତି। ୨୦୧୬ରେ ତେଲନଟିସ୍ଥିତ ବାଲିପୋଖରୀ ହାଇସ୍କୁଲରେ ମାଟ୍ରିକ୍‌ ପାସ୍‌ କରିଥିଲେ। ୨୦୧୮ରେ ଆଗରପଡ଼ା ମହାବିଦ୍ୟାଳୟରୁ ଯୁକ୍ତ ୨ କଳା ପାସ୍‌ କରିବା ପରେ ବାପାଙ୍କ ଉଦ୍ୟମରେ ସେ ଭଦ୍ରକସ୍ଥିତ ଚାରୁ କାରୁ କଳା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ଏବେ ସେହି ମହାବିଦ୍ୟାଳୟରେ ସେ ଶେଷବର୍ଷର ଛାତ୍ରୀ। ସେ ମଣିଷ ଓ ଜୀବଜନ୍ତୁଙ୍କୁ ଦେଖି ପେନ୍‌ସିଲରେ ଅବିକଳ ଚିତ୍ର ଆଙ୍କି ପାରୁଛନ୍ତି। ଅଦ୍ୟାବଧି ସେ ବିଭିନ୍ନ ବ୍ୟକ୍ତିଙ୍କ ଚିତ୍ର ଆଙ୍କି ସାରିଛନ୍ତି। ପୂର୍ବତନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକର ପୂର୍ବତନ ଜିଲାପାଳ ତ୍ରିଲୋଚନ ମାଝି, ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ଇଂ.ପ୍ରୟାସକାନ୍ତି ସାମଲ, ବନ୍ତ ତହସିଲଦାର ଅଙ୍କିତା ବାରିକଙ୍କ ଅବିକଳ ଚିତ୍ର ଆଙ୍କି ପ୍ରଶଂସିତ ହୋଇଛନ୍ତି। ନିଜ ଖର୍ଚ୍ଚରେ ସେ ଦେଢ଼ ଶହରୁ ଊର୍ଦ୍ଧ୍ୱ ପ୍ରତିଛବି ଆଙ୍କି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଦେଇଛନ୍ତି। ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଚିତ୍ର ଆଙ୍କି ସାରିଥିଲେ ମଧ୍ୟ ସେମାନଙ୍କ ପାଖକୁ ଯିବା ପାଇଁ ମାଧ୍ୟମ ପାଉନାହାନ୍ତି। ଚିତ୍ର ଆଙ୍କିବା ବ୍ୟତୀତ ଗୀତ ଗାଇବା, ହାରମୋନିୟମ ବଜାଇବା ଆଦି କଳା ତାଙ୍କ ପାଖରେ ରହିଛି। ମା’ ବାପାଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ସେ ଚିତ୍ର ଆଙ୍କିବା ଜାରି ରଖିଛନ୍ତି। ଭବିଷ୍ୟତରେ ଜଣେ ଭଲ ଚିତ୍ରଶିଳ୍ପୀ ହେବାକୁ ଲକ୍ଷ୍ୟ ରଖିଥିବା ନମିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri