ଅରୁନ୍ଧତୀ ଜୁଏଲର୍ସର ଫେଷ୍ଟିଭ୍‌ ଧମାଲ

ଭୁବନେଶ୍ୱର,୨୭।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ନିକଟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଫେଷ୍ଟିଭ୍‌ ଧମାଲ ଲକ୍ଷପତି ଲକି ଡ୍ର ବିଜେତା ଘୋଷିତ ହୋଇଯାଇଛି। ଏପରିକି ବିଗତ ୨୩ ବର୍ଷ ଧରି ପ୍ରତିଷ୍ଠାନ ପାଳନ କରିଆସୁଥିବା ଫେଷ୍ଟିଭ୍‌ ଧମାଲ୍‌ ମହୋତ୍ସବ ଚଳିତ ବର୍ଷ ରାଉରକେଲାର ସେକ୍ଟର-୫ସ୍ଥିତ ଭଞ୍ଜଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଚଳିତ ବର୍ଷ ଅରୁନ୍ଧତୀର ରାଉରକେଲା ଶାଖାରୁ ୧୧ଜଣ ଲକ୍ଷପତି ବିଜେତାଙ୍କ ନାମ ଘୋଷଣା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଥିଲେ, ବିଗତ ୨୩ବର୍ଷ ଧରି ଅରୁନ୍ଧତୀ ନିରନ୍ତର ଓ ନିଷ୍ଠାପର ଭାବେ ସମସ୍ତଙ୍କ ସୁଚିନ୍ତିତ ମତାମତ ଓ ପରାମର୍ଶକୁ ପାଥେୟ କରି ଅନ୍ୟମାନଙ୍କଠୁ କିଛି ଭିନ୍ନ ଓ ସ୍ବତନ୍ତ୍ର କରିପାରିଛି। ଏପରିକି ଓଡିଶାବାସୀଙ୍କ ହୃଦୟରେ ମଧ୍ୟ ଏକ ସ୍ବତନ୍ତ୍ର ସ୍ଥାନ ନେଇପାରିଛି। ଓଡିଶାର ସର୍ବବୃହତ ଜୁଏଲେରି ବ୍ରାଣ୍ଡ୍‌ ଭାବେ ପ୍ରତିଷ୍ଠିତ ହୋଇ ୫୦ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଅନୁଷ୍ଠାନ ସହ ଯୋଡିପାରିଛି। ସେହିଭଳି ଆମ ଉପରେ ଲକ୍ଷାଧିକ ସଂଖ୍ୟାର ଗ୍ରାହକବନ୍ଧୁଙ୍କ ଥିବା ପ୍ରଗାଢ ବିଶ୍ୱାସ ଓ ଭଲପାଇବା, ଆମକୁ ଆଗାମୀ ଦିନରେ ପ୍ରେରଣା ଓ ଉସତ୍ାହ ପ୍ରଦାନ କରିବ। ଏହା ସହ ଶୁଦ୍ଧତା ଓ କାରୁକାର୍ଯ୍ୟ ଭରା ସୁନାଗହଣା, ସ୍ବଚ୍ଛତା ଓ ପାରଦର୍ଶିତା ଭରା ପ୍ରତ୍ୟେକ ବ୍ୟବସାୟିକ ପଦକ୍ଷେପ, ନମ୍ରତା ଓ ଆମତ୍ୀୟତା ଭରା ଗ୍ରାହକ ସେବା ଯୋଗାଇ ଦେବା ପାଇଁ ଆମେ ମଧ୍ୟ ପ୍ରତିଶ୍ରୁତିବଦ୍ଧ ରହିିଛୁ। ସେହିପରି ଗତ କିଛି ମାସ ମଧ୍ୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ରାଉରକେଲାବାସୀଙ୍କ ଅରୁନ୍ଧତୀ ବ୍ରାଣ୍ଡ୍‌ ପ୍ରତି ଭଲପାଇବା ଓ ବିଶ୍ୱାସ ପ୍ରକଟ କରିଛନ୍ତି। ଏପରିକି ଅରୁନ୍ଧତୀ ସହ ଯୋଡି ହୋଇଥିବାରୁ ଆମେ ସମସ୍ତ ରାଉରକେଲା ବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ଅରୁନ୍ଧତୀ ଗ୍ରୁପର ସହ ନିର୍ଦ୍ଦେଶକ ଅଚ୍ୟୁଦାନନ୍ଦ ମେହେର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

କଟକରେ ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ: ଉଦଘାଟନ କରିବେ ରବିନା ଟଣ୍ଡନ, ଅର୍ଚ୍ଚିତା

ଭୁବନେଶ୍ୱର,୬।୫( (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ କଟକର କ୍ୟାଣ୍ଟନମେଣ୍ଟ ଛକଠାରେ ଖୋଲିବାକୁ ଯାଉଛି। ଏପରିକି ଆଜି...

ଏପ୍ରିଲ୍‌ରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି

ଭୁବନେଶ୍ୱର,୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ...

ବଜାରରେ ବାଗୀର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୫: ବଜାଜ୍‌ ଆଲିଆଞ୍ଜ୍‌ ଜେନେରାଲ ଇନ୍‌ସ୍ୟୁରାନ୍ସ (ବିଏଜିଆଇ ବା ବାଗୀ)ର ନୂତନ ଉତ୍ପାଦ ‘ପ୍ରିଭେ’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଏକ ବର୍ଦ୍ଧିତ ଏବଂ...

ଦେଶରେ ଦୈନିକ ଖୋଲୁଛି ୫୦୦ରୁ ଅଧିକ କମ୍ପାନୀ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଦେଶରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଲୋକମାନେ ଚାକିରି ଖୋଜିବା ପରିବର୍ତ୍ତେ କିପରି ନିଯୁକ୍ତି ପ୍ରଦାନ କରିପାରିବେ ସେ ଦିଗ ପ୍ରତି ଗୁରୁତ୍ୱ...

ପେଟିଏମ୍‌କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୫।୫ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ପେଟିଏମକୁ ଆଉ ଏକ ଝଟ୍‌କା ଲାଗିଛି। କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri