ସମ୍ପୂର୍ଣ୍ଣ ଉଚ୍ଛେଦ ହେବ ବେଆଇନ ଚିଙ୍ଗୁଡ଼ିଘେରି

କଟକ ଅଫିସ,୧୬ା୯:ବେଆଇନ ଚିଙ୍ଗୁଡ଼ିଘେରିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ସହ ଚିଙ୍ଗୁଡ଼ି ଚାଷ ପାଇଁ ସରକାର ଲିଜ୍‌ରେ ଜାଗା ଯୋଗାଇଦେବାକୁ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଚିଲିକାରେ ଦୟାନଦୀର ପ୍ରଦୂଷିତ ଜଳ ମିଶୁଥିବା ପ୍ରସଙ୍ଗକୁ ମଧ୍ୟ ଗୁରୁତର ସହ ନେଇ ଏ ଦିଗରେ ନିରାକରଣ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୬ ତାରିଖକୁ ଧାର୍ଯ୍ୟ ହୋଇଛି।
ପ୍ରକାଶ ଯେ, ହାଇକୋର୍ଟ ଆଦର୍‌ରଭୂମି ସୁରକ୍ଷାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ପରିବେଶ ସୁରକ୍ଷା ସହ ଲୋକଙ୍କ ଜୀବିକା ପ୍ରତି ଦୃଷ୍ଟି ଦେବାକୁ ବିଚାର କରିଛନ୍ତି। ଗୁରୁବାର ଶୁଣାଣି ବେଳେ ହାଇକୋର୍ଟ ରାଜସ୍ବ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇ ଚିଙ୍ଗୁଡ଼ି ଚାଷ ନିମନ୍ତେ ଲୋକଙ୍କୁ ଲିଜ୍‌ରେ ଜାଗା ଯୋଗାଇବାକୁ କହିଛନ୍ତି। ଯେପରି ପରିବେଶ ନଷ୍ଟ ହେବ ନାହିଁ ସେଥିପ୍ରତି ଧ୍ୟାନ ଦେଇ ଏକ ଯୋଜନା ପ୍ରସ୍ତୁତ କରିବେ। ଏଥିସହ ଭୁବନେଶ୍ୱରର ନର୍ଦ୍ଦମା ପାଣି ଗଙ୍ଗୁଆ ନାଳ ଦେଇ ଦୟାନଦୀରେ ମିଶିବା ଓ ଦୟାନଦୀର ଜଳ ଚିଲିକାରେ ମିଶୁଥିବାରୁ ଚିଲିକା ପ୍ରଦୂଷିତ ହେଉଥିବା ନେଇ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାର ଶୁଣାଣି କରି ଦୟାନଦୀର ଜଳକୁ ଟ୍ରିଟମେଣ୍ଟ କରାଇବା ଦିଗରେ ରାଜ୍ୟ ସରକାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଭୁବନେଶ୍ୱର ମହାନଗର ନିଗମ ଏକ ଯୋଜନା ପ୍ରସ୍ତୁତ କରି ହାଇକୋର୍ଟଙ୍କୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆମିକସ୍‌କ୍ୟୁରୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ ଯେ, ଦେଶରେ ଥିବା ଆର୍ଦ୍ରଭୂମିଗୁଡ଼ିକର ସୁରକ୍ଷା ନେଇ ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୧୫ଟି ରାଜ୍ୟର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଏ ସମ୍ପର୍କିତ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ନିୟମିତ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଜିଲା ପ୍ରଶାସନଗୁଡିକୁ ନିର୍ଦ୍ଦେଶ ଦେଉଛନ୍ତି। ପୁରୀ ଜିଲାର କୃଷ୍ଣପ୍ରସାଦ ଅଞ୍ଚଳରେ ତହସିଲଦାର ଓ ଆରଆଇଙ୍କ ପ୍ରୋତ୍ସାହନରେ ଚିଙ୍ଗୁଡ଼ି ଘେରି ହେଉଥିବା ଆମିକସ୍‌କ୍ୟୁରୀ ଅଦାଲତଙ୍କୁ ଅବଗତ କରିଥିଲେ। କୃଷ୍ଣପ୍ରସାଦ ତହସିଲ୍‌ଦାର ଓ ବଜ୍ରକୋଟ ଆର୍‌ଆଇଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି ପୁରୀ ଜିଲାପାଳ କୃଷ୍ଣପ୍ରସାଦ ତହସିଲ ଅଧୀନରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ (ଆରଆଇ) ଓ ସହକାରୀ ରାଜସ୍ବ ନିରୀକ୍ଷକ (ଏଆର୍‌ଆଇ)ଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ, ଜାଣନ୍ତୁ କେତେ…

ଭୁବନେଶ୍ୱର,୧୨।୧୨: ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ। ସବୁଠାରୁ ବଡ଼ କଥା ହେଉଛି ଅଟୋମେସନ ପ୍ରୋସେସରେ ପ୍ରତି ୫ ବର୍ଷରେ ବିଧାୟକଙ୍କ ଦରମା...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର...

PM Kisan ଟଙ୍କା ହେବ ୨ଗୁଣା? ସରକାର ଦେଲେ ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସହିତ ଜଡିତ ଏକ ପ୍ରମୁଖ ପ୍ରଶ୍ନ ଚାଷୀଙ୍କ ମଧ୍ୟରେ ବ୍ୟାପକ ଭାବରେ ଆଲୋଚନା ହେଉଛି। ସରକାର କ’ଣ...

ପାଣି ଆଣିବାକୁ ଯାଇ ହାତୀ ହାବୁଡରେ ପଡ଼ିଲେ, ଦୌଡୁଥିଲେ ହେଲେ…

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୋଲଡି ନୂଆଁସାହିରେ ଶୁକ୍ରବାର ଅପରାହ୍ନରେ ହାତୀଆକ୍ରମଣରେ ଜଣେ ମହିଳା ଚାଷୀ ମୃତ୍ୟୁବରଣ କରିଛନ୍ତି। ସେ ହେଲେ...

ଧନୁ ସଂକ୍ରାନ୍ତିରେ ୫ରାଶିଙ୍କ ହାତକୁ ଅଚାନକ ଆସିବ ଟଙ୍କା! ନୂଆ ଗହଣା କିଣିବେ…

୨୦୨୫ର ଶେଷ ସଂକ୍ରାନ୍ତି ହେଉଛି ଧନୁ ସଂକ୍ରାନ୍ତି, ଯାହା ମଙ୍ଗଳବାର, ଡିସେମ୍ବର ୧୬ ତାରିଖରେ ପଡୁଛି। ଦ୍ରିକ ପାଞ୍ଜି ଅନୁସାରେ, ସୂର୍ଯ୍ୟଙ୍କର ଧନୁ ରାଶିରେ ପ୍ରବେଶ...

ଓଏଏସ ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀ କହି ନେଇଗଲେ ୪ ଲକ୍ଷ, ପରେ…

ବଣାଇଁ,୧୨ା୧୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଓଏଏସ ଅଫିସରଙ୍କୁ ଭିଜିଲାନ୍ସର ଧମକ ଦେଇ ଲୁଟ ଚଳାଇଥିବା ୨ଜଣଙ୍କୁ ବଣାଇଁ ପୋଲିସ ଶୁକ୍ରବାର ଗିରଫ କରିଛି।...

କଳିଙ୍ଗା ଘାଟି ତଳେ ଭୟଙ୍କର ଦୁର୍ଘଟଣା: ଏପଟେ  ପସିଲା ଲୁହା ଛଡ଼, ସେପଟେ ଛିଡ଼ିପଡ଼ିଲା ବିଦ୍ୟୁତ୍‌ ତାର   

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଲୁହା ଛଡ଼ ବୋଝେଇ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri