୨ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି ଜିମ୍ନାସିୟମ

ଜଗତ୍‌ସିଂହପୁର ଅଫିସ, ୧୬ା୯:ଜଗତ୍‌ସିଂହପୁର ସହରରେ ଜିମ୍ନାସିୟମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ବର୍ଷ ତଳୁ ତିଆରି ପାଇଁ ଚିନ୍ତା କରାଯାଇଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ଜଗତ୍‌ସିଂହପୁର ପୌର ପରିଷଦ ମାର୍କେଟ୍‌ କମ୍ପ୍ଲେକ୍ସ ବିଲ୍ଡିଂ ଉପରେ ଏହା କରାଯିବା ପାଇଁ ସ୍ଥିର ହୋଇଥିଲା । ଏନେଇ ଆଇଓସିଏଲ୍‌(ଭାରତୀୟ ତୈଳ ନିଗମ)ର ସହାୟତା ଲୋଡା ଯାଇଥିଲା। ଆଇଓସିଏଲ୍‌ ୭୫୦ ବର୍ଗ ଫୁଟ ବିଶିଷ୍ଟ ହଲ୍‌ ନିିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲା । ୩୧ା୮ା୨୦୨୦ରେ ତତ୍କାଳୀନ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏନେଇ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତତ୍କାଳୀନ ଜିଲାପାଳ ତଥା ଜଗତ୍‌ସିଂହପୁର ପୌର ପ୍ରଶାସକ ସଂଗ୍ରାମ କେଶରୀ ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ଏହି ହଲ୍‌ ନିର୍ମାଣ କାମ ସରିବାରେ ଯଥେଷ୍ଟ ବିଳମ୍ବ ହୋଇଛି। ଏବେ ଚଟାଣରେ ମାର୍ବଲ ପଡୁଥିବା ବେଳେ ଜିମ୍‌ ଉପକରଣ କିଣାଯାଇନାହିଁ। ଆଉ କୌଣସି ସଂସ୍ଥା ଏଥିପାଇଁ ସହାୟତା ଯୋଗାଇବା ଆଶାରେ ପୌର ପ୍ରଶାସନ ଅନାଇ ବସିଥିବା ଚର୍ଚ୍ଚା ହେଉଛି।
ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଆଇଓସିଏଲ୍‌ ଅନୁଦାନ ପୂର୍ଣ୍ଣ ଭାବେ ବିନିଯୋଗ ହୋଇସାରିଛି । କିନ୍ତୁ ଜିମ୍‌ ସାମଗ୍ରୀ କିଣାଯାଇ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଉପକରଣ କିଣିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ପରିଷଦ ଅର୍ଥ ଖର୍ଚ୍ଚ କଲେ ଉପକରଣ କିଣାଯିବ ଏବଂ ତା’ପରେ ଜିମ୍ନାସିୟମ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। କେବଳ ଏତିକି ନୁହେଁ, ଓପନ୍‌ ଜିମ୍‌ ପାଇଁ ଜମି ଚିହ୍ନଟ ନ ହେବା ଆଲୋଚନାର ବିଷୟ ହୋଇଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ, ପ୍ରତି ୱାର୍ଡରେ ଓପନ ଜିମ୍‌ ହେବ। ୧୦ା୧୧ା୨୦୨୧ରେ ଗୃହ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ଯୁଗ୍ମ ସଚିବ ଜିମ୍‌ ଉପକରଣ ସ୍ଥାପନ ପାଇଁ ମାନୁଫାକ୍ଚରର୍‌/ଅଥରାଇଜଡ୍‌ ଡିଷ୍ଟ୍ରିବ୍ୟୁଟର/ଅଥରାଇଜଡ୍‌ ସପ୍ଲାୟର ଚୟନ ପାଇଁ ବିଜ୍ଞାପନ କରିବାକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି କରିଥିଲେ। ଏଥିରେ ଜିମ୍‌ ନିମନ୍ତେ ବିଭିନ୍ନ ଉପକରଣ କିଣିବା ପାଇଁ ଉଲ୍ଲେଖ ଥିଲା। ସେଗୁଡ଼ିକ ମଧ୍ୟରେ ଏୟାର ୱାକର/ଏରିଅଲ ଷ୍ଟ୍ରୋଲର, ଏବିବି କ୍ରଞ୍ଚ କିମ୍ବା ସିଟ୍‌-ଅପ ବେଞ୍ଚ, ଏୟାର ସ୍ବିଙ୍ଗ, ଟ୍ବିଷ୍ଟର, ଗ୍ଲାଇଡର, ନି/ହିପ ରେଜ୍‌ ଅନ ପାରାଲାଲ ବାର୍‌ସ, ବିଗ ସୋଲଜର୍‌ ହୁଇଲ୍‌, ସ୍ପିନର, ବେଞ୍ଚ ଉଇଥ ଫିକ୍ସଡ୍‌ ଡମ୍ବବେଲ୍‌, ବେଞ୍ଚ ଉଇଥ ଫିକ୍ସଡ୍‌ ୱେଟ୍‌ ଲିଫ୍ଟ, ପୋଲ୍‌ସ ଉଇଥ ଫିକ୍ସଡ୍‌ ୱେଟ୍‌, ଚେଷ୍ଟ ପ୍ରେସ୍‌, ୱାଲକର୍‌, ପୁସ୍‌ ଅପ ବାର୍‌, ସୋଲ୍‌ଜର ଏକ୍ସରସାଇଜର, ଲେଗ୍‌ ରୋଲର (ସ୍ପେଶିଆଲି ଆବ୍ଲେଡ୍‌) ଓ ସୋଲଜର୍‌ ବିଲ୍ଡର (ସ୍ପେଶିଆଲି ଆବ୍ଲେଡ୍‌) ଆଦି ପ୍ରମୁଖ ରହିଛି।
ଜଗତ୍‌ସିଂହପୁର ପୌରାଞ୍ଚଳର ୨୧ରୁ ୧୦ଟି ୱାର୍ଡରେ ଓପନ ଜିମ୍‌ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆନ୍ତରିକତାର ଅଭାବରୁ ଏ ପର୍ଯ୍ୟନ୍ତ ଗୋଟିଏ ବି ଓପନ୍‌ ଜିମ୍‌ ସ୍ଥାପନ ହୋଇପାରି ନାହିଁ । ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ଓପନ ଜିମ୍‌ ପାଇଁ ଜମି ସମସ୍ୟା ରହିଛି । ଜମି ଚିହ୍ନଟ ପରେ ଓପନ ଜିମ୍‌ ସ୍ଥାପନ ହେବ । ଗୋଟିଏ ସଂସ୍ଥା ଏଥିପାଇଁ ଉପକରଣ ଯୋଗାଇ ଦେବ ବୋଲି ସ୍ଥିର ହୋଇଛି। ପରିଷଦ ମାର୍କେଟ କମ୍ପ୍ଲେକ୍ସ ଉପରେ ଜିମ୍ନାସିୟମ ହେବା ନିଷ୍ପତ୍ତି ସମ୍ପର୍କରେ ସିଂହ କହିଛନ୍ତି, ଏଥିପାଇଁ ହଲ୍‌ ନିର୍ମାଣ ସରିଥିଲେ ସୁଦ୍ଧା ଉପକରଣ କିଣାଯାଇପାରୁନାହିଁ। ତେଣୁ ଓପନ୍‌ ଜିମ୍‌ ପାଇଁ ଯେଉଁ ଉପକରଣ ଆସିଛି ସେଥିରୁ କିଛି ଏହି ଜିମ୍‌ରେ ସ୍ଥାପନ କରାଯିବା ପାଇଁ ଚିନ୍ତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri