ନାଟମଣ୍ଡପ ଉପରକୁ ଚଢ଼ିଗଲେ ଯୁବକ

ପୁରୀ ଅଫିସ,୧୫।୮: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରବିବାର ଶ୍ରୀମନ୍ଦିର ନାଟମଣ୍ଡପ ଉପରିଭାଗ ତଥା ମଝିଦେଉଳ ଉପରକୁ ଜଣେ ଯୁବକ ଚଢ଼ିଯାଇଥିଲେ। ଚୂନରା ସେବାୟତ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି। ଶ୍ରୀମନ୍ଦିର ପୋଲିସ ସଂପୃକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନା ଜିମାରେ ଦେଇଛନ୍ତି। ଗତ କିଛି ମାସ ମଧ୍ୟରେ ଏହା ତୃତୀୟ ଘଟଣା। ଶ୍ରୀମନ୍ଦିର ନୀଳଚକ୍ର ଛୁଇଁବା ପାଇଁ ସେ ନାଟମଣ୍ଡପକୁ ଚଢ଼ିଯାଇଥିଲେ ବୋଲି ଯୁବକ ଜଣକ କହିଛନ୍ତି। ତେବେ ସେ ମାନସିକ ବିକୃତ ନୁହନ୍ତି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ମୁକ୍ତିମଣ୍ଡପ ପାଖ ମୁଦୁଲି ଦ୍ୱାର ପାଖରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ନିର୍ମିତ ଅସ୍ଥାୟୀ ଲୁହା ପାହାଚ ଦେଇ ଜଣେ ଯୁବକ ନାଟମଣ୍ଡପ ଉପରକୁ ଚଢ଼ିଯାଇଥିଲେ। ସେ ମନ୍ଦିର ଉପରେ ଥିବା ସିଂହମୂର୍ତ୍ତି ଉପରେ ବସି ରହିଥିଲେ। କେତେଜଣ ଶ୍ରଦ୍ଧାଳୁ ଏହା ଦେଖି ଶ୍ରୀମନ୍ଦିର ପୋଲିସକୁ ସୂଚନା ଦେଇଥିଲେ। ଶ୍ରୀମନ୍ଦିର ପୋଲିସ ଏନେଇ ଚୂନରା ସେବାୟତଙ୍କ ସହାୟତା ଲୋଡ଼ିଥିଲା। ଚୂନରା ସେବାୟତମାନେ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ଉପରକୁ ଚଢ଼ି ସମ୍ପୃକ୍ତ ଯୁବକଙ୍କୁ ତଳକୁ ଆଣିଥିଲେ। ଏଥିଲାଗି ପ୍ରାୟ ୩୦ ମିନିଟ ଲାଗିଥିଲା। ସମ୍ପୃୃକ୍ତ ଯୁବକଙ୍କ ବୟସ ୩୨ ବର୍ଷ ଓ ତାଙ୍କ ନାମ ଜିତୁ ଗୌଡ଼ ହୋଇଥିବାବେଳେ ସେ ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ନିବାସୀ ବୋଲି ସୂଚନା ମିଳିଛି। ସିଂହଦ୍ୱାର ଥାନା ଆଇଆଇସି ଶ୍ୱେତପଦ୍ମା ଦାଶ କହିଛନ୍ତି, ଶ୍ରୀମନ୍ଦିର ପୋଲିସ ଓ ସେବାୟତମାନେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ସିଂହଦ୍ୱାର ଥାନାରେ ଜିମା ଦେଇଛନ୍ତି। ଏନେଇ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ପ୍ରାଥମିକ ତଦନ୍ତରେ ଯୁବକ ଜଣକ ଶ୍ରୀମନ୍ଦିର ଉପରକୁ ଚଢ଼ିଥିବା ସ୍ବୀକାର କରିଥିଲେ ମଧ୍ୟ ଅଧିକ କିଛି କହିନାହାନ୍ତି।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ପୋଲିସର ଦାୟିତ୍ୱହୀନ କାର୍ଯ୍ୟକଳାପକୁ ନେଇ ଚୂନରା ସେବାୟତ ଡ. ଶରତ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଶ୍ରୀମନ୍ଦିର ପରିସରରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଯୋଗାଇବା କାର୍ଯ୍ୟ ପୋଲିସର। ମାତ୍ର ଶ୍ରୀମନ୍ଦିର ପୋଲିସ ଠିକ୍‌ ଭାବେ କାର୍ଯ୍ୟ ସମ୍ପାଦନ କରୁନାହିଁ। ଜଣେ ବ୍ୟକ୍ତି ଯଦି ସୁରକ୍ଷାବଳୟ ଭାଙ୍ଗି ଶ୍ରୀମନ୍ଦିର ଉପରକୁ ଚଢ଼ିପାରୁଛନ୍ତି ତେବେ ସେଠାରୁ ତଳକୁ ଖସିପଡ଼ିବା କିମ୍ବା ଡେଇଁ ପଡ଼ିବା ମଧ୍ୟ ସମ୍ଭବ। ବିଗତ କିଛି ମାସ ମଧ୍ୟରେ ଏଭଳି କାର୍ଯ୍ୟକଳାପ ବଢିଥିବାରୁ ଏନେଇ ପୋଲିସ ପ୍ରଶାସନ ସ୍ବତନ୍ତ୍ର ଧ୍ୟାନ ଦେବା ଦରକାର। ନଚେତ୍‌ ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଯିବ। ଏଭଳି ଅନେକ ଭକ୍ତଙ୍କୁ ଆମେ ପ୍ରତିଦିନ ଭେଟୁଛୁ, ଯେଉଁମାନେ ନୀଳଚକ୍ର ପର୍ଯ୍ୟନ୍ତ ଯିବା ପାଇଁ ନେହୁରା ହେଉଛନ୍ତି। ମାତ୍ର ଏହା ପରମ୍ପରା ବିରୋଧୀ ଏବଂ ଅସୁରକ୍ଷିତ ହୋଇଥିବାରୁ ସେମାନଙ୍କୁ ଅନୁମତି ମିଳୁନାହିଁ। ସେହିପରି ଶ୍ରୀମନ୍ଦିର ଉପରେ ଚଢ଼ିଯାଉଥିବା ସମସ୍ତ ବ୍ୟକ୍ତିଙ୍କୁ ଯେ ମାନସିକ ବିକାରଗ୍ରସ୍ତ କହି ପ୍ରଶାସନ ଖସିଯାଉଛି ତାହା ନୁହେଁ, ଭକ୍ତି ଭାବରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ଚଢିଯାଉଛନ୍ତି। ତେଣୁ ଶ୍ରଦ୍ଧାଳୁଙ୍କୁ ବାରଣ କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହେବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri