ବିନା ଅନୁମତିରେ ଚାଲିଛି ପାଥୋଲାବ୍‌,ଏକ୍ସରେ କ୍ଲିନିକ୍‌

ପଟ୍ଟାମୁଣ୍ଡାଇ, ୨୬।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଛତୁ ଫୁଟିଲା ଭଳି ମାଳ ମାଳ ଖୋଲିଚାଲିଛି ପାଥୋଲାବ୍‌ ଓ ଏକ୍ସରେ କ୍ଲିନିକ୍‌। ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ସମସ୍ତ ବିଷୟ ଜାଣୁଥିଲେ ମଧ୍ୟ ନୀରବଦ୍ରଷ୍ଟା ସଜିଛନ୍ତି। ଡିଏମ୍‌ଏଲ୍‌ଟିର ବିନା ଅମୁମତି ଓ ତାଙ୍କ ନିୟମ ଅନୁଯାୟୀ ପାଥୋଲାବ୍‌ଗୁଡିକ ଚାଲି ନ ଥିବା ଅଭିଯୋଗ ହେଉଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏ ସମ୍ପର୍କରେ ଜାଣୁଥିଲେ ମଧ୍ୟ ପାଥୋଲାବ୍‌ଗୁଡିକୁ ଯାଞ୍ଚ କରାଯାଉନାହିଁ। ସ୍ବାସ୍ଥ୍ୟ ବିଭାଗର ନିୟମ ଅନୁଯାୟୀ, ପାଥୋଲାବ୍‌ରେ କେତେ କୋଠରି ଓ ସେଥିରେ କ’ଣ ସୁବିଧା ରହିବ ତାହା ନିର୍ଦ୍ଧାରଣ କରାଯାଇଥାଏ। କିନ୍ତୁ ସେ ସବୁକୁ ନ ମାନି ଗୋଟିଏ ଗୋଟିଏ ଛୋଟ କୋଠରିରେ ପଥୋଲାବ୍‌ମାନ ଚାଲିଛି। ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଅଧୀନରେ ଅଳପୁଆ, ତୁଳସୀଡିଆ, ଅଣ୍ଢରା, ସାନଜରିଆ, ବଡ଼ପଡ଼ା ଓ ଚନ୍ଦନନଗରରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ପାଖରେ ମଧ୍ୟ ଏ ପ୍ରକାର ପାଥୋଲାବ୍‌ ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। ବେଆଇନ ଭାବେ ଚାଲିଥିବା ପାଥୋଲାବ୍‌ଗୁଡିକ ଯାଞ୍ଚ କରାଯାଇ ସେଗୁଡିକୁ ବନ୍ଦ କରିବା ସହ ପାଥୋଲାବ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ସେହିପରି ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମଧ୍ୟ ଘରୋଇ କ୍ଲିନିକ୍‌ଗୁଡିକ ଚାଲିଛି। ସେଗୁଡିକ ମଧ୍ୟ ସରକାରଙ୍କ ନିର୍ଦ୍ଧାରିତ ନିୟମକୁ ଅମାନ୍ୟ କରି ଅନାୟାସରେ ଚାଲିଥିବା ଅଭିଯୋଗ ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଢେର୍‌ ହ୍ରାସ ପାଇଛି। ଏହାର ଏକ କାରଣ ବେଆଇନ ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା। ସହରରେ ଛତୁ ଫୁଟିଲା ଭଳି ଖୋଲିଥିବା କ୍ଲିନିକ୍‌ରେ ବେଆଇନ ଲିଙ୍ଗ ନିରୂପଣକୁ ନେଇ ଗୁରୁତର ଅଭିଯୋଗ ହେଉଛି। ଯଦିଓ ଲୋକଦେଖାଣିଆ ଭାବେ ସବୁ କ୍ଲିନିକ୍‌ ବାହାରେ ଲିଙ୍ଗ ନିରୂପଣ ଅପରାଧ ବୋଲି ବୋର୍ଡ ଲଗାଯାଇଛି ତେବେ ଏହି ବୋର୍ଡ ତଳେ ଲୁଚିଛପି ବେଆଇନ କାର୍ଯ୍ୟ ଚାଲିଛି। ଏପରି ସ୍ଥଳେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉ ନ ଥିବା ସ୍ବାସ୍ଥ୍ୟ ବିଭାଗର ସାଧୁତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମାଳ ମାଳ ହୋଇ ଚାଲିଥିବା ବେଆଇନ ପାଥୋଲାବ୍‌, ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ ଉପରେ ଚଢାଉ କରାଯିବାକୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାଥୋଲାବ୍‌ ଓ ଘରୋଇ କ୍ଲିନିକ୍‌ର ଯାଞ୍ଚ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏ ସମ୍ପର୍କରେ ଏଡିଏମ୍‌ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରୁ ବିନା ଅନୁମତିରେ ବେଆଇନ ପାଥୋଲାବ୍‌, ଏକ୍ସ-ରେ, ଅଲଟ୍ରାସାଉଣ୍ଡ କ୍ଲିନିକ୍‌ ବହୁତ ଖୋଲିଛି। ଜିଲା ଟିମ୍‌ ଏହାର ଅନୁଧ୍ୟାନ କରୁଛି। କିଛିଦିନ ଭିତରେ ସେମାନଙ୍କ ଉପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri