Posted inଜାତୀୟ

ଭାରତ ପାଇଁ ଆର୍ଥିକ ଝଟକା

ନୂଆଦିଲ୍ଲୀ,୭ା୬: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସାଉଦି ଆରବ ଏବଂ ଇରାକ୍‌ ୨୦୨୧-୨୨ରେ ଭାରତର ତୃତୀୟ, ଚତୁର୍ଥ ଓ ପଞ୍ଚମ ବୃହତ୍‌ ବାଣିଜି୍ୟକ ସହଯୋଗୀ ଥିଲେ। ଏହି ୩ ରାଷ୍ଟ୍ରରେ ବହୁସଂଖ୍ୟକ ଭାରତୀୟ ପ୍ରବାସୀ ରହୁଥିବାରୁ ସେମାନେ ଏଠାକୁ ବିପୁଳ ପରିମାଣର ଅର୍ଥ ପଠାଇଥାଆନ୍ତି। ଭାଜପାର ଦୁଇ ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ମହମ୍ମଦ ବିରୋଧୀ ମନ୍ତବ୍ୟ କେବଳ କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ପକାଇନାହିଁ, ବରଂ ବିଦେଶରେ ଭାରତର ଛବିକୁ ବିବାଦୀୟ ତଥା ନିନ୍ଦିତ କରିଛି। ଗୈରିକ ଦଳ ଡ୍ୟାମେଜ୍‌ କଣ୍ଟ୍ରୋଲ କରିବାକୁ ଯାଇ ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କିନ୍ତୁ ଇସ୍‌ଲାମିକ୍‌ ରାଷ୍ଟ୍ରଗୁଡ଼ିକ ଏହି କାର୍ଯ୍ୟାନୁଷ୍ଠାନକୁ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇ ଭାରତ ସରକାରଙ୍କଠାରୁ କ୍ଷମା ଦାବି କରିଛନ୍ତି। ଏଥିସହ ଭାରତୀୟ ସାମଗ୍ରୀଗୁଡ଼ିକୁ ବର୍ଜନ ପାଇଁ ଆହ୍ବାନ ଦେଇଛନ୍ତି। ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଭାରତୀୟ ସାମଗ୍ରୀ ବର୍ଜନ କଲେ ଦେଶର ଅର୍ଥନୀତି ବହୁଳ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।
୨୦୨୧-୨୨ରେ ଭାରତ ୭ ଉପସାଗରୀୟ ରାଷ୍ଟ୍ର ସହ ୧୮୯ ବିଲିୟନ୍‌ ଡଲାର (ପ୍ରାୟ ୧୪ ଲକ୍ଷ ୭୦ ହଜାର ୬୨୬ କୋଟି ଟଙ୍କା)ର ବାଣିଜି୍ୟକ କାରବାର କରିଥିଲା, ଯାହାକି ମୋଟ ବୈଶ୍ୱିକ ଆମଦାନୀ ଓ ରପ୍ତାନିର ୧୮.୩%। ଏହାବାଦ୍‌ ଆରବ ରାଷ୍ଟ୍ରଗୁଡ଼ିକରେ ବସବାସ କରୁଥିବା ଭାରତୀୟମାନେ ସ୍ବଦେଶକୁ ବିପୁଳ ପରିମାଣର ଅର୍ଥ ପଠାଇଥାଆନ୍ତି। ତେଣୁ ଏହି ଦେଶଗୁଡ଼ିକ ଭାରତୀୟ ସାମଗ୍ରୀ ବର୍ଜନ କଲେ ଭାରତର ଅର୍ଥନୀତି ପ୍ରଭାବିତ ହେବ। ୨୦୧୭ରେ ଭାରତକୁ ବିଦେଶରୁ ଆସିଥିବା ମୋଟ ଅର୍ଥର ୫୪% ଯୋଗଦାନ କେବଳ ୫ଟି ଉପସାଗରୀୟ ରାଷ୍ଟ୍ରର ରହିଥିଲା। ଏହି କ୍ଷେତ୍ରରେ ୟୁଏଇ ସର୍ବାଧିକ ୧୪ ବିଲିୟନ୍‌ ଡଲାର ସହ ସର୍ବାଗ୍ରେ ଥିବାବେଳେ ସାଉଦି ଆରବର ଯୋଗଦାନ ୧୧ ବିଲିୟନ୍‌ ଡଲାର ରହିଥିଲା। ସେହିପରି କୁଏଟ୍‌ରୁ ୫ ବିଲିୟନ୍‌ ଡଲାର, କାତାରରୁ ୪ ବିଲିୟନ୍‌ ଡଲାର, ଓମାନରୁ ୩ ବିଲିୟନ୍‌ ଡଲାର ଏବଂ ବାହାରିନ୍‌ରୁ ୧ ବିଲିୟନ୍‌ ଡଲାର ଭାରତକୁ ଆସିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟର ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି। ୟୁଏଇ, ସାଉଦି ଆରବ, କାତାର, କୁଏଟ୍‌, ଓମାନ ଏବଂ ବହାରିନ୍‌ ଭଳି ପାରସ୍ୟ ଉପସାରଗୀୟ ଦେଶକୁ ‘ଗଲ୍ଫ କଣ୍ଟ୍ରି’ କୁହାଯାଏ। ଇରାକ୍‌କୁ ବାଦ୍‌ ଦେଇ ଏହି ୬ ରାଷ୍ଟ୍ର ଉପସାଗରୀୟ ସହଯୋଗ ପରିଷଦ (ଜିସିସି)ର ସଦସ୍ୟ। ଭାରତ ୨୦୨୧-୨୨ରେ ଜିସିସି ସହ ୧୫୪.୭ ବିଲିୟନ୍‌ ଡଲାର ବାଣିଜି୍ୟକ କାରବାର କରିଥିଲା। ଜିସିସି ରାଷ୍ଟ୍ରଗୁଡ଼ିକୁ ଭାରତ ୪୩.୯ ବିଲିୟନ୍‌ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା। ୨୦୨୨ ଫେବୃୟାରୀରେ ଭାରତ ଏବଂ ୟୁଏଇ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସ୍ବାକ୍ଷରିତ ହୋଇଛି। ଏହା ବଳରେ ଭାରତ ପକ୍ଷରୁ ରପ୍ତାନୀ ହେଉଥିବା ୯୭% ସାମଗ୍ରୀ ଉପରେ ୟୁଏଇ କୌଣସି ପ୍ରକାର ଆମଦାନୀ ଶୁଳ୍କ ଲଗାଉନାହିଁ। ଅନୁରୂପ ଭାବେ ସେହି ଦେଶରୁ ଭାରତକୁ ଆସୁଥିବା ୯୦% ସାମଗ୍ରୀ ଉପରେ ନୂଆଦିଲ୍ଲୀ ‘ଜିରୋ-ଡ୍ୟୁଟି’ ନୀତି ଆପଣାଉଛି। ଗତ ମେ’ ୧ରୁ ଆଗାମୀ ୧୦ ବର୍ଷ ଯାଏ ଏହା ଲାଗୁ ହୋଇଛି। କେନ୍ଦ୍ରର ମୋଦି ସରକାର ଆଗକୁ ଜିସିସି ରାଷ୍ଟ୍ର ସମୂହ ସହ ଅନୁରୂପ ଚୁକ୍ତି ସ୍ବାକ୍ଷର କରିବାକୁ ବିଚାର କରୁଥିବାରୁ ସେହି ଦେଶଗୁଡ଼ିକ ଭାରତୀୟ ସାମଗ୍ରୀ ବର୍ଜନ କଲେ ନୂଆଦିଲ୍ଲୀକୁ ବଡ଼ ଆର୍ଥିକ ଝଟକା ଲାଗିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri