ସମ୍ପୂର୍ଣ୍ଣ ହେଉନି ପାଇପ୍‌ ସଂଯୋଗ

ବଇଣ୍ଡା,୬।୬(ଡି.ଏନ.ଏ.) ୪ ବର୍ଷ ହେଲା ସାହିରେ ପାଇପ୍‌ ବିଛାଯିବା ସହ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଛି। ଏପରି କି ବହୁ ଘରକୁ ପାଇପ୍‌ ସଂଯୋଗ ଦିଆଯାଇଛି। ହେଲେ ପ୍ରଶାସନର ତଦାରଖ ଅଭାବରୁ କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଫଳରେ ଦୀର୍ଘବର୍ଷ ହେଲା ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସିର ୨ ନମ୍ବର ୱାର୍ଡବାସୀ ପାଇପ୍‌ ପାଣିରୁ ବଞ୍ଚିତ ରହିଛନ୍ତି।
ଏହି ୱାର୍ଡରେ ଥିବା ହରିଡାନାଳି ଓ କାଠପେଣ୍ଠ ସାହିରେ ୨୨୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ପାନୀୟ ଜଳର ବ୍ୟବସ୍ଥା ପାଇଁ ଏଠାରେ ୬ଟି ନଳକୂଅ ଓ ଖୋଲା କୂଅ ରହିଛି। କିନ୍ତୁ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଜଳସ୍ତର ହ୍ରାସ କାରଣରୁ ନଳକୂଅଗୁଡ଼ିକରୁ ଆବଶ୍ୟକ ମୁତାବକ ପାଣି ମିଳିପାରୁ ନାହିଁ। ରାଜ୍ୟ ସରକାର ପାଇପ୍‌ ପାଣି ଯୋଗାଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏହି ଓ୍ବାର୍ଡକୁ ପାଇପ୍‌ ସଂଯୋଗ କରିବାକୁ ୨୦୧୮ରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ବହୁ ସ୍ଥାନରେ ପାଇପ୍‌ ବିଛାଯାଇଥିବା ବେଳେ କେତେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଛି। ହେଲେ ୪ ବର୍ଷ ହେଲା କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ଫଳରେ ନିକଟରେ ଥିବା ଅନ୍ୟ ଓ୍ବାର୍ଡବାସୀ ପାଇପ୍‌ ପାଣିର ସୁବିଧା ପାଇପାରୁଥିବା ବେଳେ ୨ ନଂ. ଓ୍ବାର୍ଡବାସୀ ନୂଳକୂଅ ଓ ଖୋଲା କୂଅ ଉପରେ ନିର୍ଭର କରୁଛନ୍ତି। ଏ ନେଇ ୱାର୍ଡବାସୀ ୧ ଫେବୃୟାରୀ ୨୦୨୧ ଓ ୫ ଏପ୍ରିଲ ୨୦୨୨ରେ ଆଠମଲ୍ଲିକ ଉପଜିଲାପାଳ, ଆଠମଲ୍ଲିକ ଏନ୍‌ଏସି କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ହେଲେ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ପକ୍ଷରୁ ସେପରି ଆଗ୍ରହ ପ୍ରକାଶ ପାଉ ନ ଥିବା ଓ୍ବାର୍ଡବାସୀ ଅଭିଯୋଗ କରିଛନ୍ତି। ଓ୍ବାର୍ଡରେ ଥିବା ହରିଡାନାଳି ସାହି ଆଦିବାସୀ ବହୁଳ ଅଞ୍ଚଳ ହୋଇଥିଲେ ମଧ୍ୟ ପ୍ରଶାସନ ପାଇପ୍‌ ପାଣି ବ୍ୟବସ୍ଥା କରୁ ନ ଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କାମ ସମ୍ପୂର୍ଣ୍ଣ ସହ ପାଣି ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ସମୟ ଅଛି ଜମି ଫେରାଅ ନଚେତ୍‌…

ଭୁବନେଶ୍ୱର,୧୧ା୧୨: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଟାର୍ଗେଟ୍‌, କହିଲେ ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା ତାଙ୍କୁ…

ଭୁବନେଶ୍ୱର,୧୧ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମାଲୋଚନା କରି କହିଛନ୍ତି,...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…

ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri