ଜଳାଶୟ ଶୁଖୁଛି, ବଢୁଛି ଜଳ ସଙ୍କଟ ସମସ୍ୟା

ଜଗତ୍‌ସିଂହପୁର ଅଫିସ, ୨।୬: ଚଳିତବର୍ଷ ମଧ୍ୟ ପ୍ରବଳ ଗ୍ରୀଷ୍ମ ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ପ୍ରତିକାର ପାଇଁ ଚିନ୍ତା କରାଯାଉନାହିଁ। ଅର୍ଥାତ୍‌ ପ୍ରାକୃତିକ ମାଧ୍ୟମରେ ତାପମାତ୍ର କିପରି କମାଯାଇ ପାରିବ ସେ ଉପରେ ପଦକ୍ଷେପ ନିଆଯାଉନାହିଁ। ବ୍ୟାପକ ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଆଦି କରାଗଲେ ତାପମାତ୍ରା କମ୍‌ ଅନୁଭୂତ ହେବ ବୋଲି ପ୍ରତିବର୍ଷ ଦାବି ହୋଇଆସୁଛି। କିନ୍ତୁ ସମ୍ପ୍ରତି ଯାହା ଦେଖାଯାଉଛି ବନ ବିଭାଗ, ଶିଳ୍ପ ଆଦି ସଂସ୍ଥା ବୃକ୍ଷରୋପଣ କରୁଥିବା କହି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଆଳରେ ଆତ୍ମସାତ କରୁଛନ୍ତି। ବାସ୍ତବରେ ଉଦ୍ଦେଶ୍ୟ ସାଧନ ହୋଇପାରୁନାହିଁ। ବିଶେଷକରି ଜଳାଶୟଗୁଡିକର ପୁନରୁଦ୍ଧାର କରାଯାଉ ନ ଥିବାରୁ ସମସ୍ୟା ବଢିଯାଉଛି। ଜଗତ୍‌ସିଂହପୁର ସହରରେ ଥିବା ଜଳାଶୟଗୁଡିକ ମଧ୍ୟରୁ ଏକାଧିକ ଶୁଖି ପୋତି ହୋଇଗଲାଣି। ଯେଉଁ କାରଣରୁ ଗାଈ, ବଳଦ, ମଇଁଷି ଆଦି ପ୍ରାଣୀ ପ୍ରବଳ ଖରାରେ ଗାଧୋଇବା ସମ୍ଭବ ହେଉନି। ତାପମାତ୍ରା ମଧ୍ୟ ଅଧିକ ଅନୁଭୂତ ହେଉଛି। ଏ ପରିସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ବିସ୍ତୃତ ସମୀକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।

ଜଗତ୍‌ସିଂହପୁର ସହର ୱାର୍ଡ ନଂ. ୫ ଅନ୍ତର୍ଗତ ମାଧପୁରରେ ରାଧାମାଧବଜୀଉଙ୍କ ନାମରେ ଏକ ଜଳାଶୟ ରହିଛି। ଉକ୍ତ ୱାର୍ଡ ଅନ୍ତର୍ଗତ ଓହଳ ନୂଆବାଗ ଭୋଇସାହି ପାର୍ଶ୍ୱରେ ମଧ୍ୟ ରାଧାମାଧବଜୀଉଙ୍କ ନାମରେ ଆଉ ଏକ ଜଳାଶୟ ଅଛି। ଏହି ୨ ଜଳାଶୟର ପୁନରୁଦ୍ଧାର ହେଉନାହିଁ। ଦେଉଳୀ ଗ୍ରାମେଶ୍ୱର ରାଢିଆଣୀ ମନ୍ଦିର ନିକଟ ଜଳାଶୟ ଜମିର ଉପଯୁକ୍ତ ବ୍ୟବହାର ହୋଇପାରୁନାହିଁ। ଦେଉଳୀ ଗ୍ରାମେଶ୍ୱର ବାରିକ ସାହିରେ ଥିବା ଜଳାଶୟ ଆପାତତଃ ପୋତି ହୋଇଗଲାଣି। ୱାର୍ଡ ନଂ.୩ ଅନ୍ତର୍ଗତ ଗୋପାଳସାଗର ଗଁା ଭିତରେ ଏକ ଜଳାଶୟ ରହିଛି। ଏହା ପାର୍ଶ୍ୱ କିଛି ଅଂଶ ଜବରଦଖଲ ହୋଇଛି। ୱାର୍ଡ ନଂ.୨ ଅନ୍ତର୍ଗତ ବଡ଼ବାଗ ସର୍ବାଙ୍ଗସୁନ୍ଦରୀଙ୍କ ମନ୍ଦିର ଏବଂ ମୁଚୁକୁନ୍ଦ ସୋମନାଥ ମନ୍ଦିର ନିକଟରେ ଥିବା ପୋଖରୀ ମଧ୍ୟ ପୋତି ହୋଇଗଲାଣି। କେବଳ ମାଛଗଁା-କନ୍ଦରପୁର ରାସ୍ତାର ଗୋପାଳସାଗର ରାସ୍ତା ପାର୍ଶ୍ୱ ପାଖାପାଖି ୪୦ ଡେସିମିଲ ଜମିରେ ଥିବା ବଡ ଜଳାଶୟଟି ଭଲ ସ୍ଥିତିରେ ରହିଛି। ଏହି ଜଳାଶୟଟି ଗୋପାଳଜୀଉଙ୍କ ନାମରେ ରହିଛି। ଏଥିରେ ପାଣି ଅଛି। କିନ୍ତୁ ଏହା ପୋତି ହୋଇ ଚାଲିଛି। ଏହାର ପୁନରୁଦ୍ଧାର ସହ ପାର୍ଶ୍ୱରେ ପ୍ରାଚୀର ଆଦି କରାଯିବାର ଆବଶ୍ୟକତା ରହିଛି। ଏହାବାଦ୍‌ ଏକାଧିକ ଜଳାଶୟ ରହିଛି ଯାହାର ପୁନରୁଦ୍ଧାର ନ ହୋଇ ପୋତି ହୋଇଗଲାଣି। ସିପି ମକୁନ୍ଦପୁରସ୍ଥିତ ବିଧେଇ ପୋଖରୀ ଜବରଦଖଲ ମୁକ୍ତ ହୋଇଥିଲେ ସୁଦ୍ଧା ଏହାର ପୁନରୁଦ୍ଧାର ହୋଇପାରିନାହିଁ। ଖେରସସ୍ଥିତ କନିୟର ପୋଖରୀରେ ପାଣି ନାହିଁ। ୧୮ ନଂ. ୱାର୍ଡ ବେହେରା ସାହି ପାଖ ପୋଖରୀ ଜନସାଧାରଣଙ୍କ ବହୁ କାମରେ ଲାଗେ। ଚାରିପଟେ ମଶାଣି ଅଛି। କୌଣସି ଲୋକଙ୍କ ମୃତ୍ୟୁ ହୋଇଗଲେ ଶୁୁଦ୍ଧିକ୍ରିୟା ଆଦି ସେଠାରେ ହୁଏ। ଏଥିସହ ଅନେକ କାମରେ ଆସେ। ଏଥିରୁ ପାଣି ଶୁଖିବା ଦ୍ୱାରା ଲୋକେ, ଗୃହପାଳିତ ପ୍ରାଣୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତଗୁଡିକରେ ମୋ ପୋଖରୀ ମାଧ୍ୟମରେ ଟଙ୍କା ଆସୁଛି। କିନ୍ତୁ ସହରରେ ଜଳଶୟ ପୁନରୁଦ୍ଧାର ପାଇଁ ସରକାର ନୀରବ ରହିବା ଅସନ୍ତୋଷର କାରଣ ହୋଇଛି। ଏହାବାଦ କେତେକ ବେସରକାରୀ ଜଳାଶୟରେ ଅଟ୍ଟାଳିକା ତିଆରି ହୋଇଗଲାଣି। ସହରାଞ୍ଚଳର ଛାପରେ ଜଳାଶୟଗୁଡିକର ସ୍ଥିତି ହଜିଯାଉଛି। କିନ୍ତୁ ଏବେ ଯେତୋଟି ଅଛି ତା’ର ପୁନରୁଦ୍ଧାର ନ ହେଲେ ଆଗକୁ ସହରରେ ଜଳ ସଙ୍କଟ ସମସ୍ୟା ଜଟିଳ ହେବା ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଅତୀତରେ କେତୋଟି ଜଳାଶୟ ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେଥିମଧ୍ୟରୁ ୫ନଂ. ୱାର୍ଡ ଅନ୍ତର୍ଗତ ଲାଲା ସାହିସ୍ଥିତ ରାଧାମାଧବଜୀଉଙ୍କ ନାମରେ ଥିବା ଜଳାଶୟ ଅନ୍ୟତମ। ଏହି ଜଳାଶୟର ଦୈର୍ଘ୍ୟ ୬୫ମିଟର, ପ୍ରସ୍ଥ ୬୦ ମିଟର ଏବଂ ଗଭୀରତା ପାଖାପାଖି ୧୦ ଫୁଟ୍‌। ଏବେ ଏଥିରେ ପାଣି ଅଛି। ପୂର୍ବରୁ ଜଳାଶୟ ୨ ପାର୍ଶ୍ୱରେ ପ୍ୟାକିଂ ଏବଂ ଗୋଟିଏ ପାର୍ଶ୍ୱ ପ୍ରାଚୀର କରାଯାଇଥିଲା। ରାସ୍ତା ପଟୁ ୨ ପାର୍ଶ୍ୱରେ ପାହାଚ ହୋଇଥିଲା। ଅବଶିଷ୍ଟ କାମ ପାଇଁ ୯,୭୮,୦୦୦ ଟଙ୍କାର ଟେଣ୍ଡର କରାଯାଇଥିଲା। ଏଥିରେ ଅବଶିଷ୍ଟ ୨ ପାର୍ଶ୍ୱ ପ୍ୟାକିଂ ସହ ପ୍ରାଚୀର କରାଯିବା କଥା। ଏଥିସହ ଭବିଷ୍ୟତରେ ଲୋକଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଜଳାଶୟରେ ବୋଟିଂ ସୁବିଧା କରାଯିବାକୁ ଚିନ୍ତା କରାଯାଇଥିଲା। କେବଳ ଏତିକି ନୁହେଁ ଏହା ଚାରିପଟେ ପାର୍କ, ଆଲୋକୀକରଣ ଆଦି ବ୍ୟବସ୍ଥା ହେବ ବୋଲି କୁହାଯାଇଥିଲା। କିନ୍ତୁ ଅନେକ କାମ ବାକି ରହିଯାଇଛି। ୮ନଂ. ୱାର୍ଡରେ ପାଖାପାଖି ଅଧ ଏକର ଜମିରେ ରାଢିଆଣୀ ମନ୍ଦିର ପାର୍ଶ୍ୱ ପୋଖରୀ ରହିଛି। କିନ୍ତୁ ଏହି ପୋଖରୀ ପରିସର କହିଲେ ୧୦/୧୨ ଗୁଣ୍ଠ ଜମି ହେବ। ଏହାର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନି। ଦୀର୍ଘବର୍ଷ ଧରି ପଙ୍କ ଉଦ୍ଧାର କରାଯାଇ ନ ଥିବାରୁ ସଫା କରିବାରେ ଅସୁବିଧା ହେଉଥିବା କୁହାଯାଇଛି। ଅତୀତରେ ଉକ୍ତ ୱାର୍ଡରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ପରିଷଦ ପକ୍ଷରୁ ଜଳାଶୟ ପୁନରୁଦ୍ଧାର ପାଇଁ ଗୁରୁତ୍ୱାରୋପ କରାଯାଇଥିଲା। କିନ୍ତୁ ପରେ ସେଭଳି ହେଲାନାହିଁ। ଏଥିମଧ୍ୟରେ କୌଣସି ଗୋଟିଏ ହେଲେ ବି ପ୍ରକଳ୍ପ ଆବଶ୍ୟକ ମୁତାବକ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ ପାରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ପୌରାଞ୍ଚଳରେ ଥିବା ସରକାରୀ ପୋଖରୀ ପୁନରୁଦ୍ଧାର ପାଇଁ ଚିନ୍ତା କରାଯାଉଛି। ଏସବୁ ଉପରେ ବ୍ୟାପକ ସମୀକ୍ଷା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri