ପୃଥିବୀର ଅର୍ଥ ବ୍ୟବସ୍ଥା ଟଳମଳ…

ଓ୍ବାଶିଂଟନ/ମସ୍କୋ, ୨୩।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪ ମାସ ବିତିଛି। ଯୁଦ୍ଧ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ଟଳମଳ ହେବାରେ ଲାଗିଛି। ଯୁଦ୍ଧରେ ଦୁର୍ବଳ ୟୁକ୍ରେନ ବର୍ତ୍ତମାନ ପର୍ଯ୍ୟନ୍ତ ଶକ୍ତିଶାଳୀ ରୁଷିଆକୁ ଚ୍ୟାଲେଞ୍ଜ ଦେଇ ଚାଲିଛି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଏଥିରେ ଆମେରିକାର ସର୍ବାଧିକ ଅବଦାନ ରହିଛି। ଆମେରିକା ୟୁକ୍ରେନ୍‌କୁ ଆବଶ୍ୟକ ସହାୟତା ଯୋଗାଇ ଦେଇ ରୁଷିଆ ବିରୋଧରେ ଛାୟା ଯୁଦ୍ଧ ଜାରି ରଖିଛି।

ଯୁଦ୍ଧ ଯୋଗୁ ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା, ନେଦରଲାଣ୍ଡ ଭଳି ଦେଶ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସବୁ ଦେଶରେ ମୁଦ୍ରାସ୍ଫୀତି ଏକ ଉଚ୍ଚ ସ୍ତରରେ ପହଞ୍ଚିଛି। ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଦ୍ୱାରା ସଙ୍କଟରେ ଥିବା ପୃଥିବୀର ଅର୍ଥନୀତି ଗତ କିଛି ମାସ ମଧ୍ୟରେ ପୁନରୁଦ୍ଧାରର ଲକ୍ଷଣ ଦେଖାଉଥିଲା। କିନ୍ତୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି।

ଅପରପକ୍ଷରେ ଚାଇନାରେ କରୋନା ସଂକ୍ରମଣ ଏବଂ ଏହାର ମୁକାବିଲା ପାଇଁ କଡା ଲକଡାଉନ, ଗ୍ୟାସ-ପେଟ୍ରୋଲ ମୂଲ୍ୟ ବୃଦ୍ଧି ଏବଂ ବହୁ ବଡ ଅର୍ଥନୀତିରେ ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି ଯୋଗୁ ପୃଥିବୀର ଯୋଗାଣ ଶୃଙ୍ଖଳା ବ୍ୟାହତ ହେବା ସହିତ ପୃଥିବୀର ଅର୍ଥନୀତିର ସମସ୍ୟାକୁ ବଢ଼ାଇ ଦେଇଛି।

ୟୁକ୍ରେନ୍‌କୁ ସାହାଯ୍ୟ ଦେଇ ଅନ୍ତର୍ଜାତୀୟସ୍ତରରେ ଆମେରିକାର ପତିଆରା ବୃଦ୍ଧି ପାଇଛି। କିନ୍ତୁ ରାଷ୍ଟ୍ରପତି ଜୋ ବାଇଡେନ ସରକାର ନିଜ ଦେଶରେ ବହୁ ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆମେରିକାରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରୁଷିଆ ଉପରେ ପ୍ରତିଶୋଧ ପରାୟଣ ହୋଇ ଆମେରିକା ବଡ଼ ଧରଣର ଅଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛି।

ବ୍ରିଟେନରେ ମଧ୍ୟ ମୁଦ୍ରାସ୍ଫୀତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦେଶର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ତଥ୍ୟରେ ମୁଦ୍ରାସ୍ଫୀତି ୯ ପ୍ରତିଶତରେ ପହଞ୍ଚିଛି। ଏହା ଚାରି ଦଶନ୍ଧି ମଧ୍ୟରେ ସବୁଠାରୁ ଉଚ୍ଚସ୍ତର। ଗତ ମାର୍ଚ୍ଚରେ ବ୍ରିଟେନରେ ମୁଦ୍ରାସ୍ଫୀତି ହାର ୭ ପ୍ରତିଶତ ସ୍ତରକୁ ବୃଦ୍ଧି ପାଇଥିବାବେଳେ ଏପ୍ରିଲ ୧ ରେ ଏହା ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ଦେଶରେ ଘରୋଇ ବିଲ ବୃଦ୍ଧି ପାଉଥିବା ବେଳେ ଜୀବିକା ନିର୍ବାହକୁ ଦୂର କରିବା ପାଇଁ ପଦକ୍ଷେପ ନେବାକୁ ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସନକ କହିଛନ୍ତି। ସୁନାକ କହିଛନ୍ତି ଯେ ମୁଦ୍ରାସ୍ଫୀତି ବୃଦ୍ଧି ସହ ପୃଥିବୀର ବିଭିନ୍ନ ଦେଶ ସଂଘର୍ଷ କରୁଛନ୍ତି।

ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଏଚଓ) ଏହାର ସଦ୍ୟତମ ରିପୋର୍ଟରେ ଚଳିତ ବର୍ଷ ଅନ୍ତର୍ଜାତୀୟ ବାଣିଜ୍ୟରେ ୪.୭ ପ୍ରତିଶତ ଅଭିବୃଦ୍ଧିର ପୂର୍ବାନୁମାନକୁ ୧.୪ ପ୍ରତିଶତ କମାଇ ଏବେ ୩ ପ୍ରତିଶତରେ ରଖାଯାଇଛି। ଅପରପକ୍ଷରେ, ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସଂଗଠନ ର ସଦ୍ୟତମ ରିପୋର୍ଟ ଅନୁଯାୟୀ ପୃଥିବୀର ଅର୍ଥନୀତି ଚଳିତ ବର୍ଷ ମାତ୍ର ୨.୬ ପ୍ରତିଶତରେ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଯାହା ପୂର୍ବ ଥରର ପୂର୍ବାନୁମାନ ଠାରୁ ୩.୬ ପ୍ରତିଶତ କମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri