ବ୍ରାହ୍ମଣୀ ନଦୀ ବାମପାର୍ଶ୍ୱ ସୁବଳପୁରଠାରେ ଅତଡ଼ା ଖସୁଛି

ପଟ୍ଟାମୁଣ୍ଡାଇ ୧୯ା୫(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ ପଞ୍ଚାୟତ ଦାମୋଦର ପାଟଣା, ସୁବଳପୁର, ମଣିରାମପୁର ପ୍ରଭୃତି ଗ୍ରାମଗୁଡିକ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ତେବେ ବ୍ରାହ୍ମଣୀ ବନ୍ୟା ସମୟରେ ଏହି ଧୋୟାଞ୍ଚଳ ଲୋକଙ୍କ ଆଖିରୁ ନିଦ ହଜିଯାଇଥାଏ। ଯଦି ନଦୀରେ ୨୦ ଫୁଟରୁ ଅଧିକ ବନ୍ୟା ଜଳ ଆସେ ଲୋକେ ନାହିଁ ନ ଥିବା ଅସୁବିଧାରେ ରାତ୍ରି କାଟିଥାନ୍ତି। ବିଶେଷକରି ସୁବଳପୁରଠାରୁ ବିଦ୍ରୁପା ପର୍ଯ୍ୟନ୍ତ ଲୋକେ ପୂର୍ବ କଥା ମନେ ପକାଇ ଆତଙ୍କିତ ହୋଇପଡନ୍ତି। ଅତୀତରେ ପ୍ରାୟ ଦେଢ କିମି ବ୍ୟାପୀ ମନେଇଘାଇ ଭାଙ୍ଗିବା ଘଟଣା ଲୋକଙ୍କ ମନରୁ ଲିଭିନାହିଁ। ମନେଇଘାଇଠାରେ ପ୍ରାୟ ୫ଥର ବନ୍ୟା ସମୟରେ ବନ୍ଧ ଭାଙ୍ଗି ଲୋକଙ୍କୁ ହୀନସ୍ଥା କରିଛି। ଆଳି ବନ୍ଧବାଡ ଡିଭିଜନ ଅଧୀନରେ ଥିବା ବ୍ରାହ୍ମଣୀ ଘେରିବନ୍ଧ ଅବସ୍ଥା ବର୍ଷାଋ଼ତୁ ପୂର୍ବରୁ ଏକାନ୍ତ ଜରୁରୀ ହୋଇପଡିଛି। ବ୍ରାହ୍ମଣୀ ନଦୀର ବାମପାର୍ଶ୍ୱ ସବୁଳପୁରଠାରେ ନଦୀ କୂଳ ଅତଡା ଖାଇବା ଘଟଣା ଅଧିକ ବିପଦ ସୃଷ୍ଟି କରୁଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପୂର୍ବତନ ଜିଲାପରିଷଦ ସଭ୍ୟ ନାରଦ ବିଶ୍ୱାଳ କହିଛନ୍ତି, ବ୍ରାହ୍ମଣୀ ନଦୀର ଦକ୍ଷିଣପାଶର୍‌ବ ନଦୀ ବନ୍ଧକୁ ପଥର ପ୍ୟାକିଂ କରାଯାଇ ସୁଦୃଢ କରାଯାଉଛି। କିନ୍ତୁ ବାମ ପାଶର୍‌ବ ନଦୀ ବନ୍ଧରେ ଥିବା ବାଲିଖଦାନରୁ ବାଲି ଉଠାଣ ହେଉଛି। ବେଆଇନ ବାଲି ଉଠାଣ ଯୋଗୁ ନଦୀ ବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏ ସମ୍ପର୍କରେ ବାରମ୍ବାର ତହସିଲଦାରଙ୍କୁ ଅଭିଯୋଗ କରିବା ସହ ଗଣଧାରଣା ମଧ୍ୟ ଦିଆଯାଇଥିଲା। କିନ୍ତୁ କେବଳ ପ୍ରତିଶ୍ରୁତି ମିଳିଛି କୌଣସି ପଦକ୍ଷେପ ନିଆଯାଉନାହିଁ। ବନ୍ୟା ସମୟରେ ନଦୀ ବନ୍ଧ ଭାଙ୍ଗି ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକା ନଷ୍ଟ ହେବ। ତେଣୁ ଏଥିପାଇଁ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ନରେନ୍ଦ୍ର ଧଳ କହିଛନ୍ତି, ଲଗାଣବର୍ଷା ହେଲେ ବ୍ରାହ୍ମଣୀ ନଦୀ ଫୁଲୁଥିବା ବେଳେ କୂଳଖାଇ ମାଟି ଅତଡା ଖସୁଛି। ପ୍ରତିବର୍ଷ ନଦୀ ଗତିପଥ ପରିବର୍ତ୍ତନ କରି ଗଁା ଆଡ଼କୁ ମାଡି ମାଡ଼ି ଆସୁଛି। ଫଳରେ ଲୀନ ହେବାକୁ ବସିଲାଣି ଲୋକଙ୍କ ଘରଦ୍ୱାର, ଚାଷଜମି। ସୁବଳପୁର ଗଁାର ୩୦ ପରିବାରଙ୍କ ଢିଅପାଖକୁ କୂଳ ଖାଇ ମାଡି ଆସିଛି। ଅନେକଙ୍କ ଚାଷଜମି ନଦୀରେ ମିଶି ଗଲାଣି। ଅଧିକାଂଶ ଲୋକଙ୍କ ଜୀବିକା ଚାଷବାସ ହୋଇଥିଲେ ବି ନଦୀ କୂଳ ଖାଉଥିବାରୁ ଜମିକୁ ପଡ଼ିଆ ପକାଇଛନ୍ତି। କିଛି ବର୍ଷ ତଳେ ନଦୀଠୁ ୩ ଶହ ମିଟର ଦୂରରେ ଥିବାବେଳେ ୨ ବର୍ଷ ହେଲା ମାଟି ଧସି ୫୦ ମିଟରରେ ପହଞ୍ଚତ୍ଛି। ସ୍ଥାୟୀ ସମାଧାନ ନେଇ ଗଁା ଲୋକ ପ୍ରଶାସନକୁ ଜଣାଇଥିଲେ ବି ସୁଫଳ ମିଳୁନାହିଁ ବୋଲି ସେ କହିଛନ୍ତି। ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ, ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ବନ୍ୟା ନିରୋଧକ ବନ୍ଧ ଭିତରେ ବସବାସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ମନେଇ ଘାଇ ବନ୍ଧ ଭାଙ୍ଗି ଏଠାରେ ବ୍ୟାପକ କ୍ଷତି ଘଟାଇଥିଲା। କେନ୍ଦ୍ରୀୟ ଟିମ ପରିଦର୍ଶନରେ ଆସି ତୁରନ୍ତ ଏହାର ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାର ମରାମତି ଏଯାବତ ଆରମ୍ଭ ହେଲାନାହିଁ। ଆଳି ବନ୍ଧବାଡ ଡିଭିଜନ ଅଧୀନରେ ଥିବା ବ୍ରାହ୍ମଣୀ ଘେରିବନ୍ଧ ଅବସ୍ଥା ବର୍ଷାଋ଼ତୁ ପୂର୍ବରୁ ମରାମତି ଏକାନ୍ତ ଜରୁରୀ ହୋଇଛି। ନଦୀ କୂଳ ଅତଡା ଖାଇବା ଘଟଣା ଅଧିକ ବିପଦ ସୃଷ୍ଟି କରୁଛି। ତେଣୁ ଏଥର ବନ୍ୟା ଆସିଲେ ପୁଣି ବ୍ୟାପକ ନଷ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ନେଇ ଆଳି ବନ୍ଧବାଡ ଡିଭିଜନ ନିର୍ବାହୀ ଯନ୍ତ୍ରୀ ସରୋଜ ମିଶ୍ରଙ୍କୁ ପଚାରିବାରେ ଏହି ଘଟଣା ସମ୍ପର୍କରେ ଅବଗତ ଅଛି। ଏହି କାର୍ଯ୍ୟ ପାଇଁ ବ୍ୟୟବରାଦ କରାଯାଇ ଖୁବ୍‌ଶୀଘ୍ର ହାତକୁ ନିଆଯିବ ବୋଲି ସେ କହିଛନ୍ତି। ମାତ୍ର ଦାମୋଦରପାଟଣା, ମଣୀରାମପୁର, ସୁବଳପୁର ଗଁା ଲୋକେ ନିର୍ବାହୀଯନ୍ତ୍ରୀଙ୍କ କଥାରେ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫: ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।...

ବିଳମ୍ବରେ ଆସିଲେ କଟିବ ଦରମା, କଠୋର ହେଲା BMC

ଭୁବନେଶ୍ୱର,୮ା୫: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri