Posted inଭଦ୍ରକ

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ

ଆରଡ଼ି,୧୬।୫(ଡି.ଏନ.ଏ.): ସରକାରଙ୍କ ମୋ କୁଡ଼ିଆ, ବିଜୁ ପକ୍କାଘର, ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏଠି ପହଞ୍ଚିପାରି ନାହିଁ। ଘରଡିହ ୧ ଡିସିମିଲରୁ କମ୍‌ ହୋଇଥିଲେ ବି ବସୁନ୍ଧରା ଯୋଜନା ଫିକା ପଡ଼ିଛି। ସବୁଦିନ ପର ଘରେ ମୂଲ ଲାଗୁଥିଲେ ବି ଲେବର କାର୍ଡଟିଏ ନାହିଁ। ଘରେ ଘରେ ବିଜୁଳି ଜଳିବା ପାଇଁ ଥିବା ରାଜୀବ ଜ୍ୟୋତି ଯୋଜନା ବି ଡିବିରିକୁ ଲିଭାଇ ପାରୁନି। ସବୁ ନାହିଁ ନାହିଁ ଭିତରେ ଜୀବନ ବିତାଉଛନ୍ତି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତ ସାନ ଓଳଗ ଗଁାର ଦମ୍ପତି ରୁଗା ଜେନା ଓ ତାଙ୍କ ସ୍ତ୍ରୀ କମଳା ଜେନା।
ବର୍ଷ ତଳେ ବାତ୍ୟାରେ ସେମାନଙ୍କ ଝାଟିମାଟି ଘର ଭାଙ୍ଗିଯାଇଥିଲା। ଘରଭଙ୍ଗା ସାହାଯ୍ୟ ତ ମିଳିଲା ନାହିଁ, ମୁଣ୍ଡ ଗୁଞ୍ଜିବାକୁ ପଲିଥିନ ଖଣ୍ଡେ ବି କେହି ଦେଲେନାହିଁ। ଭାଗ୍ୟକୁ ଆଦରି ନିଜ ମୂଲ ଲଗା ଟଙ୍କାରେ ପଲିଥିନ କିଣି କୁଡ଼ିଆ ଖଣ୍ଡେ ତିଆରି କରି ରହୁଛନ୍ତି ଏହି ଦମ୍ପତି। ବର୍ଷାଦିନେ ସନ୍ତସନ୍ତିଆ ଘରେ ସାପ ଭୟ, ଶୀତଦିନେ ଦୁଆରେ ଦିଆଯାଇଥିବା ବରଡ଼ାପତ୍ର ତାଟିକୁ ଭେଦ କରି ବହିଆସୁଥିବା ଶୀତ ଲହରୀ ଆଉ ଖରାଦିନେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ମଧ୍ୟ ଏହି କୁଡ଼ିଆରେ ଏମାନଙ୍କ ଦିନ କଟିଥାଏ। ପଲିଥିନରେ ତିଆରି ହୋଇଥିବା ଉକ୍ତ ଘରେ ଛିଡ଼ା ହେଲେ ମୁଣ୍ଡ ବାଜିବ। ଘର ଭିତରକୁ ଆଣ୍ଠେଇ ଆଣ୍ଠେଇ ଯିବାକୁ ପଡ଼ିଥାଏ। ସରକାରୀ ଯୋଜନାରେ ଏହି ଦମ୍ପତିଙ୍କୁ ନା ଘର ଖଣ୍ଡେ ଯୋଗାଇ ଦିଆଯାଇଛି ନା ପାଇଖାନା। ମୌଳିକ ସୁବିଧାରୁ ବଞ୍ଚିତ ଏହି ପରିବାର ପ୍ରତି ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ନଜର ପଡୁନି। ସରକାରଙ୍କ ପକ୍ଷରୁ ଏହି ଦମ୍ପତିଙ୍କୁ ତୁରନ୍ତ ଆବାସ ଯୋଗାଇ ଦେବାକୁ ବିଭିନ୍ନ ସାମାଜିକ ସଙ୍ଗଠନ ଦାବି କରିଛନ୍ତି। ଦୁଇମାସ ଭିତରେ ମୌଳିକ ଆବଶ୍ୟକତା ଯୋଗାଇ ଦିଆ ନ ଗଲେ ଏହି ପରିବାର ମାନବିକ ଅଧିକାର କମିଶନରଙ୍କ ଦ୍ୱାରସ୍ଥ ହେବେ ବୋଲି ସଙ୍ଗଠନର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ ବେହେରା କହିଛନ୍ତି, ତାଲିକାରେ ଏହି ଦମ୍ପତିଙ୍କ ନଁାରେ ଥିଲେ ଯଥାଶୀଘ୍ର ଆବାସ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ। ଚାନ୍ଦବାଲି ବିଡିଓ ଜ୍ୟୋତି ବିକାଶ ଦାଶଙ୍କୁ ପଚାରିବାରୁ ଅନୁଧ୍ୟାନ କରି ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri