ଅମଳ ସମୟରେ ଆଳୁ କେଜି ୨୦ ଟଙ୍କା

କେନ୍ଦ୍ରାପଡ଼ା ଅଫିସ,୨୨।୪: ଆଳୁ ଦରରେ ପକ୍ଷୀ ଲାଗିଛି। ଗତ ସପ୍ତାହରେ କେଜି ପ୍ରତି ଦର ୧୬ ଟଙ୍କା ଥିଲା। ଏବେ ବଜାର ଦର ୨୦ ଟଙ୍କାକୁ ଛୁଇଁଛି। ଆସନ୍ତା ନଭେମ୍ବର ଡିସେମ୍ବର ବେଳକୁ କେଜି ପ୍ରତି ୭୦ରୁ ୯୦ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଏହି ସମୟରେ ଜିଲାର ବିଭିନ୍ନ ସ୍ଥାନରେ ଅମଳ ଆଳୁ କେଜି ପ୍ରତି ୨ରୁ ୭ଟଙ୍କାରେ ବିକ୍ରି ହେଉଥିଲା ବୋଲି କଂସାର ଗ୍ରାମର ଆଳୁ ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି। ଚାଷ ଆରମ୍ଭରୁ ସରକାରୀ ବିହନ ମିଳିଲା ନାହିଁ। ସରକାରୀ ଦର କେଜି ପ୍ରତି ୧୧ଟଙ୍କା ୨୫ ପଇସା ବଦଳରେ ୪୫ ଟଙ୍କାରେ ଖୋଲା ବଜାରରୁ ବିହନ କିଣା ଯାଇଥିଲା। ଏହି ବିହନ ମଧ୍ୟ ଉପତ୍ାଦନ ଠିକ୍‌ ଦେଲା ନାହିଁ ବୋଲି ସେ କହିଛନ୍ତି। କେବଳ ନିରଞ୍ଜନ ନୁହନ୍ତି, ଚାଷୀ, କୃଷକ ନେତା, ବୁଦ୍ଧିଜୀବୀମାନେ ଆଳୁ ମିଶନ ପ୍ରତି ବିଦ୍ରୂପ କରିବା ସହିତ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଦୂରଦୃଷ୍ଟିକୁ ସମାଲୋଚନା କରିଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପ୍ରତିଦିନ ୬୦୦ କୁଇଣ୍ଟାଲ ଆଳୁ ବ୍ୟବହାର ହେଉଛି। ଏଠାରେ ପ୍ରାୟ ୭୦୦ ହେକ୍ଟର ଜମିରେ ପ୍ରତିବର୍ଷ ଆଳୁଚାଷ ହୋଇଥାଏ। ଏହାବାଦ୍‌ ଆଳୁର ଚାହିଦା ପୂରଣ ପାଇଁ ପଶ୍ଚିମବଙ୍ଗରୁ ଆଳୁ ଆସିଥାଏ। ଚଳିତ ଆଳୁ ଅମଳ ବର୍ଷରେ ୧ ହଜାର ହେକ୍ଟର ଜମିରେ ଆଳୁଚାଷ ହେବ ବୋଲି ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ହେକ୍ଟର ପିଛା ୧୫ କୁଇଣ୍ଟାଲ ହିସାବରେ ଚାଷୀଙ୍କୁ ୧୫,୦୦୦ କୁଇଣ୍ଟାଲ ବିହନ ଆବଶ୍ୟକ ଥିବା ବେଳେ ଉପଯୁକ୍ତ ସମୟରେ ଦେଢ଼ କେଜି ଆଳୁ ବିହନ ଜିଲାରେ ପହଞ୍ଚତ୍ ପାରିଲା ନାହିଁ। କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗ ଗ୍ରାମର ହରେକୃଷ୍ଣ ବେହେରା କହିଛନ୍ତି, ଆମିଷ ହେଉ ଅଥବା ନିରାମିଷ, ସବୁଥିରେ ଆଳୁ ଲୋଡ଼ା। ଧନୀ କିମ୍ବା ଗରିବ ଘରେ ଆଳୁ ଏକ ଅତ୍ୟାବଶ୍ୟକ ପରିବା ହୋଇଛି। ଏହା ସତ୍ତ୍ୱେ ବଜାର ଦର ହୁ ହୁ ହୋଇ ବଢ଼ୁଛି। ଲେମ୍ବୁ ପରେ ଆଳୁର ଦର ଖାଉଟି ବଜାରରେ ଭୟ ସୃଷ୍ଟି କରିଛି। ପଟ୍ଟାମୁଣ୍ଡାଇର ବୁଦ୍ଧିଜୀବୀ କଳ୍ପତରୁ ନାୟକ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ କିମ୍ବା ଖଣି ନାହିଁ। ତେବେ ଏହି ଜିଲାର ଉର୍ବର ଭୂମି ଓ ନଦୀନାଳ କୃଷିଭିତ୍ତିକ ଅର୍ଥନୀତିକୁ ସୁଦୃଢ଼ କରୁଛି। ଏହାସତ୍ତ୍ୱେ ଜିଲା ପ୍ରଶାସକ ଓ ରାଜନେତାଙ୍କ ଦୂରଦୃଷ୍ଟି ନ ଥିବାରୁ ଯୁବବର୍ଗ କୃଷି ଉପତ୍ାଦନକୁ ଭରସା କରିପାରୁନାହାନ୍ତି। ଜଳ ପରିଚାଳନା ଏଠାରେ ଏକ ମୁଖ୍ୟ ସମସ୍ୟା ହୋଇଛି। ଜଳ ନିଷ୍କାସନ ହେଉ ଅଥବା ସେଚନ ପାଇଁ କୌଣସି ସୁଚିନ୍ତିତ ଯୋଜନା ନାହିଁ। ଆଳୁ, ନଳିତା, ଆଖୁ, ଚିନାବାଦାମ, ସୋରିଷ, ରାଶି, ବାଇଗଣ ଆଦି ଉପତ୍ାଦନରେ ଏହି ଜିଲାର ପୂର୍ବରୁ ନଁା ଥିଲା। ଏବେ ଯୋଜନାବଦ୍ଧ ଭାବେ ଏହି ଚାଷକୁ ପ୍ରୋତ୍ସାହନ ମିଳୁନାହିଁ। ଶୀତଳ ଭଣ୍ଡାର, ବଜାର ମଣ୍ଡି, ଉନ୍ନତ ବିହନ, ତାଲିମ ଆଦି କ୍ଷେତ୍ରରେ ଅଭାବ ରହିଛି। ରାଜ୍ୟ ସରକାରଙ୍କ ୨୦୧୫ର ଆଳୁ ମିଶନ ଏଠାରେ ଦେଖିବାକୁ ମିଳୁନାହିଁ। ଫଳରେ ବଜାର ଦରବୃଦ୍ଧିକୁ ଜିଲାବାସୀ ବାଧ୍ୟହୋଇ ସହୁଛନ୍ତି।
ସହରର ଆଳୁ ବ୍ୟବସାୟୀ ପ୍ରଦୀପ କୁମାର ସାହୁ କହିଛନ୍ତି, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା ଆଳୁର ପରିବହନ ଖର୍ଚ୍ଚ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁ ବଢ଼ୁଛି। ପରିବହନ ଖର୍ଚ୍ଚ ଏବେ କୁଇଣ୍ଟାଲ ପିଛା ୬୦ରୁ ୭୦ ଟଙ୍କା ବଢ଼ିଛି। ଖରାଦିନ ପାଇଁ ବସ୍ତାରୁ ପଚା ଆଳୁ ବାହାରୁ ଥିବା ବେଳେ ଗୁଣ୍ଡ ଆଳୁ ପ୍ରତି ଗରାଖଙ୍କ ଆଗ୍ରହ ନାହିଁ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କୁଇଣ୍ଟାଲ ପିଛା ୧୬୫୦ ଟଙ୍କା ହୋଲସେଲର କିଣୁଥିଲା ବେଳେ ରିଟେଲରମାନେ ଅଧିକ ୧୦୦ ଟଙ୍କା ଦେଉଛନ୍ତି। ସେହିପରି ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ଏଠାରେ ପହଞ୍ଚତ୍ବାକୁ ପ୍ରାୟ ୪ ଦିନ ଲାଗୁଛି। ଶୀତଳଭଣ୍ଡାରରୁ ଆଳୁ ଆଣିଲେ ଅଧିକ ୫୦ ଟଙ୍କା ଦେବାକୁ ପଡୁଛି। ଏସବୁ ହିସାବ କଲେ ଆଳୁ ବ୍ୟବସାୟ ଏବେ ବିପଦପୂର୍ଣ୍ଣ ହୋଇଛି। ବର୍ଦ୍ଧିତ ଦର ଏପରି ରହିଲେ ଆଗାମୀ ୬ ମାସ ମଧ୍ୟରେ କେଜି ପ୍ରତି ୯୦ରୁ ୧୦୦ ଟଙ୍କା ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବ୍ୟବସାୟୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri